Advertisement
Article Detail0/zeeodisha/odisha766268
Zee OdishaOdisha National-Internationalଟ୍ରେନରେ ଏହି ନିୟମ ଭାଙ୍ଗିଲେ ହେବ ଜେଲ, ଲାଗିବ ଜରିମାନା !

ଟ୍ରେନରେ ଏହି ନିୟମ ଭାଙ୍ଗିଲେ ହେବ ଜେଲ, ଲାଗିବ ଜରିମାନା !

ରେଳବାଇ (Indian Railways) ଏହା ସ୍ପଷ୍ଟ କରିଛି ଯେ, ମାସ୍କ ନ ପିନ୍ଧିବା, କୋଭିଡ-19 (COVID-19) ସହ ଜଡିତ ପ୍ରୋଟୋକଲ ଅନୁସରଣ ନ କରିବା ଓ ଯାଞ୍ଚରେ କୋରୋନା ପଜିଟିଭ ମିଳିବା ପରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ରେଳ ଅଧିନିୟମର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇପାରେ । 

ଟ୍ରେନରେ ଏହି ନିୟମ ଭାଙ୍ଗିଲେ ହେବ ଜେଲ, ଲାଗିବ ଜରିମାନା !

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ଭାରତୀୟ ରେଳ (Indian Railways) ଗୋଟିଏ ପରେ ଗୋଟିଏ ନୂଆ ଟ୍ରେନ୍ ଆରମ୍ଭ କରିବାକୁ ନିଷ୍ପତ୍ତି ନେଉଛି । ଏହି କ୍ରମରେ ରେଳବାଇ ମଧ୍ୟ ପାର୍ବଣ ଋତୁରେ ୩୯୨ଟି ସ୍ୱତନ୍ତ୍ର ଟ୍ରେନ୍ (Special Trains) ଆରମ୍ଭ କରିବାକୁ ଘୋଷଣା କରିଛି । ଗୋଟିଏ ପଟେ ରେଳବାଇ ଯାତ୍ରୀ ସୁବିଧାକୁ ଧ୍ୟାନରେ ରଖି କ୍ରମାଗତ ଭାବରେ ନିଷ୍ପତ୍ତି ନେଉଛି, ଅନ୍ୟ ପଟେ ସେମାନଙ୍କୁ କୋରୋନା ଭୂତାଣୁରୁ ରକ୍ଷା କରିବା ପାଇଁ କିଛି ନିୟମ ମଧ୍ୟ ପାଳନ କରୁଛି । ଏହି କ୍ରମରେ ରେଳବାଇ ପାର୍ବଣ ଋତୁର ଚାହିଦାକୁ ଦୃଷ୍ଟିରେ ରଖି କଡ଼ା ଯାତ୍ରା ନିୟମ (Travelling Rules) ଜାରି କରିଛି । ଏଥିସହ ନିର୍ଦ୍ଦେଶ ଦିଆଯାଇଛି ଯେ ଯଦି କେହି ଏହି ନିୟମକୁ ଭାଙ୍ଗନ୍ତି, ତେବେ ତାଙ୍କୁ ଜେଲ୍ ଯିବାକୁ ପଡିପାରେ । ଏଥିସହ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଇପାରେ ।

ରେଳବାଇ ଏହା ସ୍ପଷ୍ଟ କରିଛି ଯେ, ମାସ୍କ ନ ପିନ୍ଧିବା, କୋଭିଡ-19 ସହ ଜଡିତ ପ୍ରୋଟୋକଲ ଅନୁସରଣ ନ କରିବା ଓ ଯାଞ୍ଚରେ କୋରୋନା ପଜିଟିଭ ମିଳିବା ପରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ରେଳ ଅଧିନିୟମର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇପାରେ । କେବଳ ଏତିକି ନୁହେଁ, ସେମାନଙ୍କୁ ମଧ୍ୟ ଜରିମାନା ଦେବାକୁ ପଡ଼ିବ । ନିୟମ ଭାଙ୍ଗିବା କାରଣରୁ ଯାତ୍ରୀଙ୍କୁ ମଧ୍ୟ ଦଣ୍ଡ ଦିଆଯାଇପାରେ ।

ଅଧିକ ପଢ଼ନ୍ତୁ:-ଆର୍ମେନିଆ-ଆଜେରବାଇଜାନ ଯୁଦ୍ଧରେ ତୁର୍କୀ ବିରୁଦ୍ଧରେ ଶକ୍ତିଶାଳୀ ଋଷ କାହିଁକି ଏତେ ଅସହାୟ?

Add Zee News as a Preferred Source

ରେଳବାଇ ପୋଲିସ ଫୋର୍ସ (RPF) ପାର୍ବଣ ଋତୁ ପାଇଁ କଡା ନିର୍ଦ୍ଦେଶନାମା ଜାରି କରିଛି । ମାସ୍କ ନ ପିନ୍ଧିବା କିମ୍ବା ରେଳ ପରିସରରେ ସଠିକ୍ ପରିଧାନ ନକରିବା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଏଥି ସହିତ ଲୋକଙ୍କୁ ସାମାଜିକ ଦୂରତାର ନିୟମ ପାଳନ କରିବାକୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ:-ଦେଶବାସୀଙ୍କ ଆଗରେ କାନ୍ଦିଲେ କିମ ଜୋଙ୍ଗ ଉନ୍, ଏହି ଭୁଲ ପାଇଁ ମାଗିଲେ କ୍ଷମା

ଆରପିଏଫ୍ ଗାଇଡଲାଇନ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ସଂକ୍ରମିତ କିମ୍ବା ପରୀକ୍ଷା ରିପୋର୍ଟ ଲମ୍ୱିତ ଥିବା ଅବସ୍ଥାରେ ରେଳ ଅଞ୍ଚଳରେ କିମ୍ବା ଷ୍ଟେସନରେ କିମ୍ବା ଟ୍ରେନରେ ଚଢ଼ିବା କିମ୍ବା ଷ୍ଟେସନରେ ସ୍ୱାସ୍ଥ୍ୟ ଦଳ ତରଫରୁ ଯାତ୍ରା କରିବାର ଅନୁମତି ନ ମିଳିବା ପରେ ମଧ୍ୟ ଟ୍ରେନରେ ଯାତ୍ରା କରୁଛନ୍ତି, ତେବେ ତାଙ୍କୁ ଜେଲ ଯିବାକୁ ପଡିପାରେ । ଏହା ବ୍ୟତୀତ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ମଧ୍ୟ ଅପରାଧ ବୋଲି ଧରାଯିବ ।

About the Author