ମେ ୧୨ରୁ ଆରମ୍ଭ ହେବ ଟ୍ରେନ ସେବା
Advertisement
Article Detail0/zeeodisha/odisha679305

ମେ ୧୨ରୁ ଆରମ୍ଭ ହେବ ଟ୍ରେନ ସେବା

ଏହା ପରେ ରେଲୱେ ଅନ୍ୟ କେତେକ ମାର୍ଗରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବ । ଯଦିଓ ଏହା କୋଚ୍ ଉପଲବ୍ଧତା ଉପରେ ନିର୍ଭର କରିବ । କାରଣ ୨୦,୦୦୦ କୋଚ୍ କୋଭିଡ-19 କେୟାର ସେଣ୍ଟର ଭାବରେ ସଂରକ୍ଷିତ ଥିବାବେଳେ ଦୈନିକ ୩୦୦ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ କୋଚ୍ ରିଜର୍ଭ ରହିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: କୋରୋନା ଭାଇରସ ରୋକିବା ପାଇଁ ମେ ୧୭ ପର୍ଯ୍ୟନ୍ତ ସାରା ଦେଶରେ ତାଲା ପଡିଛି । କିନ୍ତୁ ଭାରତୀୟ ରେଲୱେ ମେ ୧୨ରୁ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି । ପର୍ଯ୍ୟାୟକ୍ରମେ ଏହାର ସେବା ଆରମ୍ଭ କରିବାକୁ ରେଳ ଯୋଜନା କରୁଛି । ଭାରତୀୟ ରେଲୱେ ଆସନ୍ତା ୧୨ ତାରିଖରୁ ଧୀରେ ଧୀରେ ଟ୍ରେନ୍ ଆରମ୍ଭ କରିବାକୁ ଯୋଜନା କରିଛି । ଏହି ସମୟ ମଧ୍ୟରେ ନୂଆଦିଲ୍ଲୀ ଷ୍ଟେସନକୁ ଦିବ୍ରୁଗଡ, ଅଗରତଲା, ହାୱଡ଼ା, ପାଟନା, ବିଲାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ, ବାଙ୍ଗାଲୋର, ଚେନ୍ନାଇ, ଥିରୁବନନ୍ତପୁରମ୍, ମଡଗାଓଁ, ମୁମ୍ବାଇ ସେଣ୍ଟ୍ରାଲ୍, ଅହମ୍ମଦାବାଦ ଏବଂ ଜମ୍ମୁ ତବି ସହିତ ସଂଯୋଗ କରୁଥିବା ଟ୍ରେନକୁ ବିଶେଷ ଭାବେ ଚଳାଯିବ ।

ଏହା ପରେ ରେଲୱେ ଅନ୍ୟ କେତେକ ମାର୍ଗରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବ । ଯଦିଓ ଏହା କୋଚ୍ ଉପଲବ୍ଧତା ଉପରେ ନିର୍ଭର କରିବ । କାରଣ ୨୦,୦୦୦ କୋଚ୍ କୋଭିଡ-19 କେୟାର ସେଣ୍ଟର ଭାବରେ ସଂରକ୍ଷିତ ଥିବାବେଳେ ଦୈନିକ ୩୦୦ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ କୋଚ୍ ରିଜର୍ଭ ରହିଛି ।

ଏହି ଟ୍ରେନରେ ସଂରକ୍ଷଣ ପାଇଁ ବୁକିଂ ମେ ୧୧ ତାରିଖ ଅପରାହ୍ନ ୪ଟାରୁ ଆରମ୍ଭ ହେବ ।  କେବଳ IRCTC ୱେବସାଇଟରୁ ଟିକେଟ୍ କରାଯାଇପାରିବ । ରେଳ ଷ୍ଟେସନରେ ଟିକେଟ୍ ବୁକିଂ କାଉଣ୍ଟର ବନ୍ଦ ରହିବ । କୌଣସି କାଉଣ୍ଟର ଟିକେଟ୍ (ପ୍ଲାଟଫର୍ମ ଟିକେଟ୍ ସମେତ) ଜାରି କରାଯିବ ନାହିଁ । କେବଳ ବୈଧ ନିଶ୍ଚିତ ଟିକେଟ୍ ଥିବା ଯାତ୍ରୀମାନଙ୍କୁ ରେଳ ଷ୍ଟେସନରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ । ପ୍ରବେଶ ସମୟରେ ଯାତ୍ରୀମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ହେବ । ପ୍ରସ୍ଥାନ ସମୟରେ ସ୍କ୍ରିନିଂ କରାଯିବ । କେବଳ ଯାତ୍ରୀମାନଙ୍କୁ ଟ୍ରେନରେ ଯିବାକୁ ଅନୁମତି ଦିଆଯିବ ।

;