ଦିଲ୍ଲୀ ଏବଂ ସଂଲଗ୍ନ ଅଞ୍ଚଳରେ ବର୍ଷା ହେବା ନେଇ ଆଇଏମଡିର ପୂର୍ବାନୁମାନ

ଜୁଲାଇ ୧୧ ତାରିଖ ଶନିବାର ଦିଲ୍ଲୀ ଏବଂ ଏହା ସଂଲଗ୍ନ ଅଞ୍ଚଳରେ  ବର୍ଷା ହେବା ନେଇ ଆଇଏମଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି ।    

 ଦିଲ୍ଲୀ ଏବଂ ସଂଲଗ୍ନ ଅଞ୍ଚଳରେ ବର୍ଷା ହେବା ନେଇ ଆଇଏମଡିର ପୂର୍ବାନୁମାନ

ନୂଆଦିଲ୍ଲୀ: ଶନିବାର(ଜୁଲାଇ ୧୧, ୨୦୨୦) ଦିଲ୍ଲୀ, ହରିୟାଣା ଏବଂ ଉତ୍ତର ପ୍ରଦେଶର ବିଭିନ୍ନ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ-ଆଇଏମଡି(India Meteorological Department-IMD)। ଭାରୀ ବର୍ଷା କାରଣରୁ ଗୁଜୁରାଟ ଏବଂ ଆସାମରେ ଜଳ ତାଣ୍ଡବ ଭଳି ପରିସ୍ଥିତି ସୃଷ୍ଟି ହୋଇଛି।    

ଏନେଇ ଟ୍ୱିଟ କରି ଆଇଏମଡି ପକ୍ଷରୁ କୁହାଯାଇଛି, ଉତ୍ତର, ଉତ୍ତର-ପୂର୍ବ ଦିଲ୍ଲୀ, ପାନିପତ, କର୍ଣ୍ଣାଲ, କୈଥଲ, ଗନ୍ନାଉର, ସୋନିପତ, ସାମଲି, ମୁଜ୍ଜାଫରନଗର, ମୀରଟ, ବିଜନୌର, ହାପୁଡ, ମୋରଦାବାଦ, ଗାଜିଆବାଦ ଆଦି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ ବିହାର, ହିମାଳୟ ପାଦ ଦେଶୀୟ ଅଞ୍ଚଳ ଯଥା ପଶ୍ଚିମବଙ୍ଗ ଏବଂ ସିକ୍କିମ, ଆସାମା, ମେଘାଳୟ ଏବଂ ଅରୁଣାଚଳ ପ୍ରଦେଶରେ ଜୁଲାଇ ୧୧ ଏବଂ ୧୨ ତାରିଖରେ ଭାରୀ ବର୍ଷା ହେବାର ସମ୍ଭାବନା ରହିଛି ।      

ଆଇଏମଡି ପକ୍ଷରୁ ଜାରି ହୋଇଥିବା ବୁଲେଟିନରେ କୁହାଯାଇଛି, ଉତ୍ତର ପ୍ରଦେଶର ପୂର୍ବ ଏବଂ ଉତ୍ତର-ପଶ୍ଚିମ ଭାଗ, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗର ଗାଙ୍ଗେୟ ଅବବାହିକା ଆଦି ଅଞ୍ଚଳରେ ବଜ୍ରପାତ ସହିତ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।