ରାଜସ୍ଥାନ ରାଜନୈତିକ ସଂକଟ; ଫୋନ୍ ଟ୍ୟାପିଂ ଏବଂ ଘୋଡା ବେପାର ମାମଲାରେ ବିଜେପିକୁ ଘେରିଲା ଶିବସେନା

ରାଜସ୍ଥାନ ରାଜନୈତିକ ସଂକଟ ପ୍ରସଙ୍ଗରେ ବିଜେପିକୁ ଘେରିଛି ଶିବସେନା ।

ରାଜସ୍ଥାନ ରାଜନୈତିକ ସଂକଟ; ଫୋନ୍ ଟ୍ୟାପିଂ ଏବଂ ଘୋଡା ବେପାର ମାମଲାରେ ବିଜେପିକୁ ଘେରିଲା ଶିବସେନା

ମୁମ୍ବାଇ: ରାଜସ୍ଥାନରେ ଅଶୋକ ଗେହଲୋତଙ୍କ ନେତୃତ୍ୱାଧିନ ସରକାରକୁ ଗାଦିଚ୍ୟୁତ କରିବାରେ ବିଜେପି ଏବଂ ଦଳୀୟ ନେତା ତଥା କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତଙ୍କ ଭୂମିକାକୁ ନେଇ ଟାର୍ଗେଟ କରିଛି ମହାରାଷ୍ଟ୍ରର ଶାସନଗାଦିରେ ବସିଥିବା ମହାବିକାଶ ଅଘାଡି ସରକାରର ନେତୃତ୍ୱ ନେଉଥିବା ଶିବସେନା । 

ଏନେଇ ଦଳୀୟ ମୁଖପାତ୍ର 'ସାମନା' ମାଧ୍ୟମରେ ମତ ରଖି ଶିବସେନା ପକ୍ଷରୁ କୁହାଯାଇଛି, ରାଜସ୍ଥାନରେ କ୍ଷମତାସୀନ ଗେହଲୋତ ସରକାରଙ୍କୁ ଗାଦିଚ୍ୟୁତ କରିବା ଲାଗି ବ୍ୟାପକ ଅର୍ଥବଳର ବ୍ୟବହରା କରାଯାଇଥିଲା, ହେଲେ ମୁଖ୍ୟମନ୍ତ୍ରୀ ଗେହଲୋତ ଏହାର ପର୍ଦ୍ଦାଫାଶ କରିଛନ୍ତି । ଯାହାକୁ ସଚିନ ପାଇଲଟ ଅନ୍ୟାୟ ବିରୁଦ୍ଧରେ ବିଦ୍ରୋହ ଭାବେ ଦର୍ଶାଉଛନ୍ତି । ହେଲେ ଏହି ମାମଲାରେ ଉଭୟ ପାଇଲଟ ଏବଂ ବିଜେପି ମଧ୍ୟରେ ଫୋନ ମାଧ୍ୟମରେ କଥାବାର୍ତ୍ତା ହୋଇଥିଲା ।

ଗେହଲଟ ସରକାରକୁ ହଟାଇବା ପାଇଁ କେନ୍ଦ୍ର ସରକାରଙ୍କ ଚାପ ଏବଂ ଟଙ୍କା ବ୍ୟବହାର କରାଯାଇଥିଲା। ହେଲେ ଏହାକୁ କଂଗ୍ରେସ  ଧ୍ୱଂସ କରି ଦେଇଥିଲା । ଏବେ ବିଜେପି କହୁଛି  ରାଜସ୍ଥାନ ସରକାର ଅନୈତିକ ଭାବେ ଫୋନ ଟ୍ୟାପିଂ କରୁଛନ୍ତି । କେନ୍ଦ୍ରୀୟ ଗୃହ ବିଭାଗ ବର୍ତ୍ତମାନ ଏହି ଫୋନ୍ ଟ୍ୟାପ୍ ଅନୁସନ୍ଧାନ କରିବ ଏବଂ ଆମେ ଏପରି ଆଦେଶ ଦିଆଯାଇଥିବା ନେଇ ଖବର ପାଇଛୁ। ଏହା ମଧ୍ୟ ସତ୍ୟ, କେବଳ ଏଭଳି ବ୍ୟକ୍ତିଗତ ନେତାଙ୍କ କଥା ଶୁଣିବା ନୁହେଁ ବରଂ କାହାର ବ୍ୟକ୍ତିଗତ ବାର୍ତ୍ତାଳାପ ଚୋରି କରିବା ଅପରାଧ, ଏହା ବ୍ୟକ୍ତିଗତ ସ୍ୱାଧୀନତା ଉପରେ ଆକ୍ରମଣ।

ଏଭଳି ପରିସ୍ଥିତିରେ କେନ୍ଦ୍ର ଗୃହ ବିଭାଗ ଏହି ପ୍ରସଙ୍ଗରେ ଅନୁସନ୍ଧାନ କରିବ, ହେଲେ ଏଥିରେ କ’ଣ ଭୁଲ୍ ଅଛି? ହେଲେ ପ୍ରଶ୍ନ ହେଉଛି ଗେହଲୋତ ସରକାର ଏହି ବାର୍ତ୍ତାଳାପ ଶୁଣିଥାନ୍ତେ, ଏହା କ'ଣ ଦେଶ କିମ୍ବା କୌଣସି ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଥାନ୍ତା କି? ରାଜସ୍ଥାନରେ ସଂଖ୍ୟାଗରିଷ୍ଠ ସରକାରକୁ ହଟାଇବାକୁ ବେଶ ମୋଟା ଅଙ୍କର ଅର୍ଥରେ ବିଧାୟକଙ୍କ ଘୋଡା ବ୍ୟାପାର କାରବାର ଆରମ୍ଭ ହୋଇଯାଇଥିଲା। ସଚିନ ପାଇଲଟଙ୍କ ବିଦ୍ରୋହ ପଛରେ ନୈତିକତା କମ୍ ଥିଲା ଏବଂ ଅଧିକ ଅର୍ଥ ପାଇବାର  ଆଶା ଥିଲା । ଏହା ଜନତା ଏବଂ ଗଣତନ୍ତ୍ର ବିରୁଦ୍ଧରେ ଏକ ପ୍ରକାର ବିଦ୍ରୋହ ଏବଂ ଦୁର୍ନୀତି ।  

ପ୍ରମାଣ ଆଧାରରେ ଗେହଲୋତ ସରକାର ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱତଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି। ଗୁରୁତର ଅପରାଧ ମାମଲାରେ ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି, ହେଲେ ବିଜେପି ଏ ବିଷୟରେ କିଛି କହିବାକୁ ପ୍ରସ୍ତୁତ ନୁହେଁ। ଅନୈତିକ ଭାବେ ଭବେ କୌଣସି ଲୋକ ଫୋନରେ କରିଥିବା ବାର୍ତ୍ତାଳପକୁ ଶୁଣିବା ଯେତିକି ଅପରାଧ, ନିର୍ବାଚିତ ସରକାରଙ୍କୁ ହଟାଇବାକୁ ବିଧାୟକଙ୍କ ଘୋଡା ବ୍ୟାପାର କରିବା ସେତିକି ବେଆଇନ ।

ରାଜସ୍ଥାନରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ଦାବି କରୁଥିବା ବ୍ୟକ୍ତି ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ କାହିଁକି ଇସ୍ତଫା ନିଆଗଲା ନାହିଁ? ପ୍ରଥମେ ଗଜେନ୍ଦ୍ର ଶେଖୱାତଙ୍କ ଇସ୍ତଫା ନିଅନ୍ତୁ। ଘୋଡା ବ୍ୟାପାର କରି ସେମାନେ ଯେଉଁ ଅପରାଧ କରିଛନ୍ତି, ସେଥିଲାଗି ପ୍ରାୟଶ୍ଚିତ କରିବା ଆବଶ୍ୟକ ।  ଏହା  ପରେ ସେମାନେ ଗେହଲୋତ ସରକାରଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିପାରିବେ ।

ରାଜସ୍ଥାନ ମାମଲାରେ ସାମନା ମଧ୍ୟ ରାହୁଲ ଗାନ୍ଧୀଙ୍କୁ ରକ୍ଷା କରିବା ସହ ବିଜେପିକୁ ନୈତିକତାରସ ପାଠ ପଢାଇଛି। ଏନେଇ ଦଳୀୟ ମୁଖପତ୍ର ସାମ୍ନା ମାଧ୍ୟମରେ କୁହାଯାଇଛି  ରାଜସ୍ଥାନ ମାମଲାରେ ବିଜେପିର ଅବସ୍ଥା ଏପରି ହୋଇଛି 'କିଛି କରିବାକୁ ଚାହୁଁଥିଲା, ହେଲେ ଅନ୍ୟ କିଛି ହୋଇଗଲା'। କଂଗ୍ରେସ ଏବଂ ସେମାନଙ୍କ କାର୍ଯ୍ୟ ଶୈଳୀ ଉପରେ ମତାମତ ଦେବାର କୌଣସି ଆବଶ୍ୟକତା ନାହିଁ। ତାଙ୍କ ପାର୍ଟିର ଅନ୍ତଃକଳହ କିମ୍ବା ନୂଆ ପୁରୁଣା ବିବାଦ ସମାପ୍ତ ହେବ ନାହିଁ । ରାହୁଲ ଗାନ୍ଧୀଙ୍କୁ କୌଣସି ପ୍ରକାରେ ସଫଳ ହେବାକୁ ଅନୁମତି ଦିଆଯାଉ ନାହିଁ । ସମୟ ସମୟରେ କିଛି ନିର୍ଦ୍ଧିଷ୍ଟ ଲୋକଙ୍କ ଦ୍ୱାରା ଏପରି ଦଳୀୟ ବିବାଦ ଆରମ୍ଭ କରାଯାଉଛି ।

ଯଦିଓ ମଧ୍ୟପ୍ରଦେଶ କଂଗ୍ରେସ ହାତରୁ ଖସିଯାଇଛି, ହେଲେ ଦଳ ବର୍ତ୍ତମାନ ରାଜସ୍ଥାନରେ କ୍ଷମତାସୀନ ରହିଛି। ଏହି ରାଜ୍ୟ ଫୋନ୍ ଟ୍ୟାପ୍ କରିବା ଅନେକ ରହସ୍ୟ ଖୋଲିଥିଲା କିନ୍ତୁ ଯଦି କେହି ଗୁପ୍ତରେ କଂଗ୍ରେସ ନେତାଙ୍କ ମଧ୍ୟରେ ଫୋନରେ ହୋଇଥିବା କଥାବାର୍ତ୍ତାକୁ ରାହୁଲ ଗାନ୍ଧୀଙ୍କ ନିକଟରେ ପହଞ୍ଚାଇଦିଏ, ତାହେଲେ  ଅନେକ ସମ୍ବେଦନଶୀଳ ତଥ୍ୟ ସାମ୍ନାକୁ ଆସିବ । କିଛି ଲୋକ କହୁଛନ୍ତି ରାହୁଲ ଗାନ୍ଧୀଙ୍କୁ କାମ କରିବାକୁ ଦିଆଯାଉ ନାହିଁ, ଯାହାର ପ୍ରଭାବ ବିରୋଧିଙ୍କ ଉପରେ ପଡୁଛି। ଫୋନ୍ ଟ୍ୟାପିଂ କରିବା ଅପରାଧ ଏବଂ ବ୍ୟକ୍ତିଗତ ସ୍ୱାଧୀନତା ପାଇଁ ଏକ ଝଟକା। ଅର୍ଥ  କିମ୍ବା ଅନ୍ୟ କୌଣସି ଶକ୍ତି ସାହାଯ୍ୟରେ ଗଣତାନ୍ତ୍ରିକ ବିଧିବ୍ୟବସ୍ଥାରେ ନିର୍ବାଚିତ ହୋଇଥିବା ସରକାରକୁ ଭାଙ୍ଗିବା ଅସାମ୍ବିଧାନିକ ।