Advertisement
Article Detail0/zeeodisha/odisha765677
Zee OdishaOdisha LifeStyle and Othersମାଦ୍ରାସ ହାଇକୋର୍ଟରେ ସୁପରଷ୍ଟାର ରଜନୀକାନ୍ତ, ଜଣନ୍ତୁ କାହିଁକି?

ମାଦ୍ରାସ ହାଇକୋର୍ଟରେ ସୁପରଷ୍ଟାର ରଜନୀକାନ୍ତ, ଜଣନ୍ତୁ କାହିଁକି?

ମାଦ୍ରାସ ହାଇକୋର୍ଟର ଦ୍ୱାରସ୍ଥ ତାମିଲ ସୁପରଷ୍ଟାର ରଜନୀକାନ୍ତ। ଗ୍ରେଟର ଚେନ୍ନାଇ କର୍ପୋରେସନର ଟ୍ୟାକ୍ସ ନୋଟିସକୁ ସେ ଚ୍ୟାଲେଞ୍ଜ କରିଛନ୍ତି। ଲକଡାଉନ ବେଳେ ତାଙ୍କର କଲ୍ୟାଣମଣ୍ଡପ ଖୋଲିନଥିବା ସତ୍ତ୍ୱେ ସାଢେ ୬ ଲକ୍ଷ ଟଙ୍କାର ଟ୍ୟାକ୍ସ ଦେବାକୁ କୁହାଯାଇଥିବା ଅଭିଯୋଗ ହୋଇଛି। ତାମିଲନାଡୁର କୋଡାମ୍ବାକମରେ ଥାଲାଇବାଙ୍କ ରାଘବେନ୍ଦ୍ର କଲ୍ୟାଣ ମଣ୍ଡପ ଅ

ମାଦ୍ରାସ ହାଇକୋର୍ଟରେ ସୁପରଷ୍ଟାର ରଜନୀକାନ୍ତ, ଜଣନ୍ତୁ କାହିଁକି?

ଚେନ୍ନାଇ: ମାଦ୍ରାସ ହାଇକୋର୍ଟର ଦ୍ୱାରସ୍ଥ ତାମିଲ ସୁପରଷ୍ଟାର ରଜନୀକାନ୍ତ। ଗ୍ରେଟର ଚେନ୍ନାଇ କର୍ପୋରେସନର ଟ୍ୟାକ୍ସ ନୋଟିସକୁ ସେ ଚ୍ୟାଲେଞ୍ଜ କରିଛନ୍ତି। ଲକଡାଉନ ବେଳେ ତାଙ୍କର କଲ୍ୟାଣମଣ୍ଡପ ଖୋଲିନଥିବା ସତ୍ତ୍ୱେ ସାଢେ ୬ ଲକ୍ଷ ଟଙ୍କାର ଟ୍ୟାକ୍ସ ଦେବାକୁ କୁହାଯାଇଥିବା ଅଭିଯୋଗ ହୋଇଛି।

ତାମିଲନାଡୁର କୋଡାମ୍ବାକମରେ ଥାଲାଇବାଙ୍କ ରାଘବେନ୍ଦ୍ର କଲ୍ୟାଣ ମଣ୍ଡପ ଅଛି। ଆଉ ଏହି କଲ୍ୟାଣ ମଣ୍ଡପ ପାଇଁ ଚେନ୍ନାଇ କର୍ପୋରେସନ ତାଙ୍କୁ ସାଢେ ୬ ଲକ୍ଷ ଟଙ୍କାର ଟ୍ୟାକ୍ସ ଲଗାଇଛି। ତେବେ ଲକଡାଉନ ସମୟରେ କଲ୍ୟାଣ ମଣ୍ଡପ ବନ୍ଦଥିଲା। ଗତ ମାର୍ଚ୍ଚ ୨୪ ତାରିଖରୁ ତାହା ବନ୍ଦ ଅଛି।

ରଜନୀକାନ୍ତଙ୍କୁ ଏପ୍ରିଲରୁ ସେପ୍ଟେମ୍ବରର ଟ୍ୟାକ୍ସ ନୋଟିସ ଆସିଛି। ଏହାକୁ ଚ୍ୟାଲେଞ୍ଜ କରି ଅଭିନେତା ପିଟିସନ ଦାଖଲ କରିଛନ୍ତି। ସେ ସେଥିରେ କହିଛନ୍ତି, ମୁଁ ନିୟମିତ ଟ୍ୟାକ୍ସ ଦେଉଛି। ସରକାରଙ୍କ ଆଦେଶକ୍ରମେ ଲକଡାଉନ ପୂର୍ବରୁ କଲ୍ୟାଣ ମଣ୍ଡପ ବୁକ କରିଥିବା ଲୋକଙ୍କୁ ତାଙ୍କ ଟାଙ୍କା ବି ଫେରସ୍ତ କରାଯାଇଛି। ପ୍ରାୟ ୭ ମାସ କାଳ ମଣ୍ଡବ ବନ୍ଦ ଥିବା ବେଳେ ସେ କାହିକିଁ ଟ୍ୟାକ୍ସ ଦେବେ ବୋଲି କହିଛନ୍ତି।

Add Zee News as a Preferred Source

ଏହା କେବଳ ତାମିଲନାଡୁ କିମ୍ବା ରାଜନୀକାନ୍ତଙ୍କ ସହ ହୋଇନାହିଁ। ଦେଶର ଅନେକ ସ୍ଥାନରେ ଅନେକ ସାମାନ ଘଟଣା ସାମନାକୁ ଆସିଛି। ତେବେ ଲକଡାନ କ୍ଷତିଗ୍ରସ୍ତ ବ୍ୟକ୍ତି କିଭିଳି ଭାବରେ ଟ୍ୟାକ୍ସ ଦେଇ ପାରିବେ। ଏଥି ପ୍ରତି ସରକାର ଦୃଷ୍ଟି ଦେବା ସହ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଟ୍ୟାକ୍ସ ଛାଡ ନିର୍ଦ୍ଦେଶ ଦେବାକୁ ସାଧାରଣରେ ଦାବି ହୋଇଛି।

 

About the Author