Advertisement
Article Detail0/zeeodisha/odisha679139
Zee OdishaOdisha National-Internationalମଦ ଦୋକାନ ଖୋଲିବାକୁ ନେଇ ଏଆଇଏଡିଏମକେକୁ ଚେତାବନୀ ଦେଲେ ରଜନୀକାନ୍ତ

ମଦ ଦୋକାନ ଖୋଲିବାକୁ ନେଇ ଏଆଇଏଡିଏମକେକୁ ଚେତାବନୀ ଦେଲେ ରଜନୀକାନ୍ତ

ମାଦ୍ରାସ ହାଇକୋର୍ଟ ରାଜ୍ୟରେ ମଦ ଦୋକାନ ବନ୍ଦ କରିବାର ନିର୍ଦ୍ଦେଶ ଦେଇଥିଲେ । ଯାହା ବିରୋଧରେ ତାମିଲନାଡୁ ସରକାର ସୁପ୍ରିମକୋର୍ଟ ପହଞ୍ଚିଛି । ଏହା ପରେ ରଜନୀକାନ୍ତ ଏହି ମନ୍ତବ୍ୟ ଦେଇଛନ୍ତି ।

ମଦ ଦୋକାନ ଖୋଲିବାକୁ ନେଇ ଏଆଇଏଡିଏମକେକୁ ଚେତାବନୀ ଦେଲେ ରଜନୀକାନ୍ତ

ନୂଆଦିଲ୍ଲୀ: ତାମିଲନାଡୁରେ ମଦ ଦୋକାନ ଖୋଲିବାକୁ ବିରୋଧ କରୁଛନ୍ତି ସାଉଥ ସୁପରଷ୍ଚାର ରଜନୀକାନ୍ତ । ମଦ ଦୋକାନ ପୁଣିଥରେ ଖୋଲିବା ବିରୋଧରେ କ୍ଷମତାଧାରୀ ଏଆଇଏଡିଏମ(AIADMK)କୁ ଚେତାବନୀ ଦେଇଛନ୍ତି ସେ । ରଜନୀକାନ୍ତ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଏହା ହୁଏ ତେବେ ଦଳ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନରେ ​​ଜିତି ପୁଣିଥରେ କ୍ଷମତାକୁ ଆସିବାର ସ୍ୱପ୍ନ ଦେଖିବା ଉଚିତ୍ ନୁହେଁ । ରଜନୀକାନ୍ତ ମଧ୍ୟ ଟ୍ୱିଟ୍ କରି ସରକାରଙ୍କୁ ରାଜସ୍ୱ ଉତ୍ପାଦନର ବିକଳ୍ପ ଉପାୟରେ କାର୍ଯ୍ୟ କରିବାକୁ କହିଛନ୍ତି ।

ମାଦ୍ରାସ ହାଇକୋର୍ଟ ରାଜ୍ୟରେ ମଦ ଦୋକାନ ବନ୍ଦ କରିବାର ନିର୍ଦ୍ଦେଶ ଦେଇଥିଲେ । ଯାହା ବିରୋଧରେ ତାମିଲନାଡୁ ସରକାର ସୁପ୍ରିମକୋର୍ଟ ପହଞ୍ଚିଛି । ଏହା ପରେ ରଜନୀକାନ୍ତ ଏହି ମନ୍ତବ୍ୟ ଦେଇଛନ୍ତି । ଭେଟେରାନ ଅଭିନେତା ଏକ ଟ୍ୱିଟରେ କହିଛନ୍ତି ଯେ, ଯଦି ସରକାର ଏହି ସମୟରେ TASMAC ଦୋକାନ ଖୋଲନ୍ତି ତେବେ ଏଆଇଏଡିଏମକେ ପୁନର୍ବାର କ୍ଷମତାକୁ ଆସିବାର ସ୍ୱପ୍ନ ଦେଖିବା ଉଚିତ୍ ନୁହେଁ । ଦୟାକରି ରାଜକୋଷ ଭରିବା ପାଇଁ ଭଲ ଉପାୟ ଖୋଜାଯାଉ ।

କୋଭିଡ-19 ନିର୍ଦ୍ଦେଶାବଳୀ ଉଲ୍ଲଂଘନ ଅଭିଯୋଗରେ ରାଜ୍ୟରେ ତାମିଲନାଡୁ ଷ୍ଟେଟ ମାର୍କେଟିଂ କର୍ପୋରେସନ୍(TASMAC) ଅଧୀନରେ ଥିବା ମଦ ଦୋକାନ ବନ୍ଦ କରିବାକୁ ମାଡ୍ରାସ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜସ୍ୱ ଏବଂ ବାଣିଜ୍ୟିକ କାର୍ଯ୍ୟକଳାପରେ ଗୁରୁତର କ୍ଷୟକ୍ଷତି ନେଇ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିବାକୁ ତାମିଲନାଡୁ ସରକାର ଶନିବାର ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି । ପ୍ରବଳ ଜନସମାଗମ ତଥା ସାମାଜିକ ଦୂରତା ଉଲ୍ଲଂଘନ ହେତୁ ରାଜ୍ୟରେ ମଦ ଦୋକାନ ବନ୍ଦ କରିବାକୁ ଶୁକ୍ରବାର ଦିନ ମାଡ୍ରାସ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

Add Zee News as a Preferred Source
About the Author