• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha National-International
  • /ଲଦାଖ ଯିବେ ରାଜନାଥ

ଲଦାଖ ଯିବେ ରାଜନାଥ

ସୀମାରେ ସେନାର ପ୍ରସ୍ତୁତି ନେଇ ସମୀକ୍ଷା କରିବାକୁ ରାଜନାଥ ଲଦାଖ ଯିବେ ବୋଲି ଜଣାପଡ଼ିଛି ।

Edited ByZee Odisha Desk
Published: Jul 02, 2020, 10:02 AM IST|Updated: Jul 02, 2020, 10:02 AM IST
joinshare
ଲଦାଖ ଯିବେ ରାଜନାଥ
Image Credit: ଫାଇଲ ଫଟୋ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ସିବିଆଇକୁ FIR ରୁଜୁ ନିର୍ଦ୍ଦେଶ

    ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ସିବିଆଇକୁ FIR ରୁଜୁ ନିର୍ଦ୍ଦେଶ

    2

    ସେପ୍ଟେମ୍ବର ୩ରୁ କେନ୍ଦୁଝରରୁ ଘରୋଇ ବସ୍ ଚଳାଚଳ ବନ୍ଦ ଚେତାବନୀ

    3

    ମାଆର ଆପ୍ରାଣ ଉଦ୍ୟମ ପରେବି ଚାଲିଗଲା ପୁଅର ଜୀବନ

    4

    Top 10 News: ପ୍ରତି ଜିଲ୍ଲାରେ ରହିବେ ଶକ୍ତି ଅପା, ଆଜି ଆସିପାରେ ଡିଜିପି ଚୟନ ରାୟ ଓ ଅନ୍ୟ ଖବର

    5

    Flood Alert: ବାଲିଆପାଳ, ଜଳେଶ୍ବର ଓ ଭୋଗରାଇର ଅନେକ ଗାଁ ପାଣି ଘେରରେ

    ନୂଆଦିଲ୍ଲୀ: ଲଦାଖ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ଗସ୍ତ ବେଳେ ସିଡିଏସ ବିପିନ ରାୱତ ମଧ୍ୟ ସାଥିରେ ଯିବେ । ସୀମାରେ ସେନାର ପ୍ରସ୍ତୁତି ନେଇ ସମୀକ୍ଷା କରିବାକୁ ରାଜନାଥ ଲଦାଖ ଯିବେ ବୋଲି ଜଣାପଡ଼ିଛି । ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଏହି ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ । ଭାରତ ଓ ଚୀନ ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ ରାଜନାଥଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ୱବହନ କରୁଛି । 

    ଗଲୱାନ ଭ୍ୟାଲିରେ ବିଶ୍ୱାସଘାତକତା କରିଥିବା ଚୀନ ଉପରେ ଏବେ କଡ଼ା ନଜର ରଖିଛି ଭାରତ । ବିଭିନ୍ନ କ୍ଷେତ୍ରରେ ଚୀନକୁ ସବକ ଶିଖାଇବା ପାଇଁ ସରକାର ପ୍ରସ୍ତୁତି ନେଉଛନ୍ତି । ଚୀନ ଉପରେ ହୋଇଥିବା ଡିଜିଟାଲ ଷ୍ଟ୍ରାଇକ ସମଗ୍ର ବିଶ୍ୱର ନଜରକୁ ଆସିଛି । ସେହିପରି ଜାତୀୟ ରାଜପଥ ପ୍ରକଳ୍ପ ଗୁଡ଼ିକରେ କୌଣସି ଚାଇନିଜ କମ୍ପାନୀ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । କେବଳ ସେତିକି ନୁହେଁ, Weiboକୁ ବାଏବାଏ କରି ମୋଦି ଚୀନକୁ ଭିନ୍ନ ଏକ ସନ୍ଦେଶ ଦେଇଛନ୍ତି । 

    LACରେ ଉତ୍ତେଜନକୁ ନେଇ ୩୦ ଜୁନରେ କୋର କମାଣ୍ଡର ସ୍ତରରେ ଆଲୋଚନା ହୋଇଥିଲା । ଏହି ସମୟରେ ଉଭୟ ଦେଶର ସୈନିକ ପଛକୁ ଘୁଞ୍ଚିବା ପାଇଁ ସହମତି ପ୍ରକାଶ କରିଥିଲେ । କିନ୍ତୁ Zee News ପାଖରେ ଯେଉଁ ଖବର ଅଛି, ଏବେ ଉଭୟ ଦେଶର ସୈନିକ ପଛକୁ ହଟିବେ ନାହିଁ । 

    Add Zee News as a Preferred Source
    TAGS:
    India-China
    india
    china
    rajnath singh