Rajsthan Political Crisis:ରାହୁଲଙ୍କୁ ଭେଟିବେ Sachin Pilot
Advertisement

Rajsthan Political Crisis:ରାହୁଲଙ୍କୁ ଭେଟିବେ Sachin Pilot

ରାଜସ୍ଥାନରେ ରାଜନୈତିକ ହଇଚଇ( Rajasthan Political Crisis) ଥମିବାର ନାଁ ଧରୁନି। ଏହା ମଧ୍ୟରେ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିବା ପାଇଁ ସମୟ ମାଗିଛନ୍ତି ରାଜସ୍ଥାନର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଦଳର ବରିଷ୍ଠ ନେତା ସଚିନ ପାଇଲଟ(Sachin Pilot)।

Rajsthan Political Crisis:ରାହୁଲଙ୍କୁ ଭେଟିବେ Sachin Pilot

ନୂଆଦିଲ୍ଲୀ: ରାଜସ୍ଥାନରେ ରାଜନୈତିକ(Rajasthan Political Crisis) ହଇଚଇ ଥମିବାର ନାଁ ଧରୁନି। ଏହା ମଧ୍ୟରେ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିବା ପାଇଁ ସମୟ ମାଗିଛନ୍ତି ରାଜସ୍ଥାନର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଦଳର ବରିଷ୍ଠ ନେତା ସଚିନ ପାଇଲଟ(Sachin Pilot)। ସଚିନ ଓ ତାଙ୍କର ସହଯୋଗୀମାନେ ରାହୁଲଙ୍କୁ ଦେଖା କରିବାକୁ ସମୟ ମାଗିଥିବା ଜଣାପଡ଼ିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଣି ଥରେ ଉଷ୍ମ ହୋଇ ପଡ଼ିଛି ରାଜ୍ୟ ରାଜନୀତି।  

ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ରାହୁଲ ଗାନ୍ଧୀ(Rahul Gandhi)ଙ୍କୁ ଭେଟିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ସଚିନ ପାଇଲଟ ଓ ତାଙ୍କର ସହଯୋଗୀ ବିଧାୟକମାନେ ପାର୍ଟିର ସଂଗଠନ ମହାସଚିବ କେସି ବେଣୁଗୋପାଳଙ୍କ ସହିତ ଯୋଗାଯୋଗରେ ରହିଥିବା ସୂଚନା ରହିଛି। ତେବେ ଆସନ୍ତା ୧୪ ତାରିଖ କିମ୍ବା ତାହା ପୂର୍ବରୁ ରାହୁଲ ଗାନ୍ଧୀଙ୍କ ସହିତ ସଚିନ ପାଇଲଟ ସାକ୍ଷାତ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।  

ଏଠାରେ କହି ରଖୁଛୁ କି, ପୂର୍ବରୁ ମଧ୍ୟ ସଚିନଙ୍କ ପାଇଁ କଂଗ୍ରେସ(Congress) ସବୁବେଳେ ନିଜର ଦୁଆର ଖୋଲା ରଖିଥିବା ନେଇ ରାହୁଲ ସୂଚନା ଦେଇଥିଲେ। ସେପଟେ କିନ୍ତୁ ସଚିନଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ମେଳି ବାନ୍ଧିବା ଯୋଜନା ଜାରି ରଖିଛନ୍ତି। ବିଧାୟକମାନଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁଭଳି ଭାବରେ ଏକତା ଭାବ ଦେଖାଇ ଆସିଛନ୍ତି, ସେହିଭଳି ଆଗକୁ ଦେଖାଇବାକୁ ମଧ୍ୟ ବାର୍ତ୍ତା ଦେଇଛନ୍ତି। ଗେହଲୋଟ କହିଛନ୍ତି କି, ଆମେ ସମସ୍ତେ ଲୋକତନ୍ତ୍ରର ଯୋଦ୍ଧା। ଏହି ଲଢେଇ ଆମକୁ ଜିତିବାର ଅଛି। ଆମେ ଜିତିବା। କେବଳ ଏହି ସ୍ଥିତିରେ ନୁହେଁ, ସାଢେ ୩ ବର୍ଷ ପରେ ହେବାକୁ ଥିବା ନିର୍ବାଚନରେ ମଧ୍ୟ ଆମକୁ ବିଜୟ ଲାଭ କରିବାକୁ ହେବ।  

ସଦନରେ ହେଉଥିବା ଆଲୋଚନାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତିର ସହ ଆସିବାକୁ ସେ ପରାମର୍ଶ ଦେଇଛନ୍ତି। ସଦନରେ ଉପସ୍ଥିତ ହେବା ସହିତ ନିଜ ନିର୍ବାଚନ ମଣ୍ଡଳୀକୁ ଯାଇ ମଧ୍ୟ ଲୋକଙ୍କ ସେବାକୁ ପ୍ରସ୍ତୁତ କରିବାକୁ ସେ ସୂଚନା ଦେଇଛନ୍ତି। ଏହି କୋରୋନା ସଂକଟ ସମୟରେ ଉଭୟ କୋରୋନା ମହାମାରୀ ଓ ରାଜନୈତିକ ସଂକଟ ସହିତ ସକରାତ୍ମକ ମନୋଭାବ ନେଇ ଲଢିବାକୁ ସେ ପ୍ରସ୍ତାବ ଦେଇଛନ୍ତି।