ରାଜ୍ୟସଭା ସାଂସଦ ଅମର ସିଂହଙ୍କ ନିଧନ

ଶନିବାର ରାଜ୍ୟସଭା ସାଂସଦ ଅମର ସିଂହଙ୍କ ସିଙ୍ଗାପୁର ଠାରେ ନିଧନ ହୋଇଯାଇଛି ।

ରାଜ୍ୟସଭା ସାଂସଦ ଅମର ସିଂହଙ୍କ ନିଧନ

ଲକ୍ଷ୍ନୌ: ପୂର୍ବତନ ସମାଜବାଦୀ ପାର୍ଟି-ଏସପି(Samajwadi Party-SP) ନେତା ତଥା ରାଜ୍ୟସଭା ସାଂସଦ ଅମର ସିଂହଙ୍କ ଶନିବାର(ଅଗଷ୍ଟ୧,୨୦୨୦) ସିଙ୍ଗାପୁର ଠାରେ ଚିକିତ୍ସାଧିନ ଅବସ୍ଥାରେ ନିଧନ ହୋଇଯାଇଛି । ବିଗତ ୬ ମାସ ଧରି ସେ ଚିକିତ୍ସାଧିନ ଅବସ୍ଥାରେ ରହିଥିଲେ । ସମାଜବାଦ ପାର୍ଟିର ସଂସ୍ଥାପକ ତଥା ଦଳର ପୂର୍ବତନ ସୁପ୍ରିମୋ ମୂଲାୟମ ସିଂହ ଯାଦବଙ୍କ ଅତି ନିକଟତମ ସହଯୋଗୀ ଭାବେ ଜଣାଶୁଣା ଥିଲେ ସେ । 

୨୦୧୦ ଜାନୁଆରୀ ୬ ତାରିଖରେ ତାଙ୍କୁ ଦଳ ବିରୋଧି କାର୍ଯ୍ୟରେ ଜଡିତ ଥିହା ଅଭିଯୋଗରେ ଏସପିରୁ ବହିଷ୍କୃତ କରାଯାଇଥିଲା। ଏହା ପରେ ସେ ୨୦୧୧ରେ ନିଜର ଦଳ ରାଷ୍ଟ୍ରୀୟ ଲୋକ ମଞ୍ଚ ଗଠନ କରିଥିଲେ। ପରେ ୨୦୧୪ ମାର୍ଚ୍ଚରେ ସେ ରାଷ୍ଟ୍ରୀୟ ଲୋକ ଦଳରେ ଯୋଗ ଦେବା ସହ, ସେହି ବର୍ଷ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର ଫତେହପୁର ସିକ୍ରି ସଂସଦୀୟ କ୍ଷେତ୍ରରୁ ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହୋଇଥିଲେ।