• ରାଜଧାନୀରେ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ମିଡିଆକୁ ମନା
  • କୃଷୀ ଆଇନ, ଚାଷୀ ଆନ୍ଦୋଳନକୁ ନେଇ ବିଜେପି ଡ୍ରାମା କରୁଛି: କଂଗ୍ରେସ
  • ଟିକାକରଣ ଅଭିଯାନ: ସର୍ବଭାରତୀୟ ସ୍ତରରେ ଓଡ଼ିଶାର ସ୍ଥାନ ତୃତୀୟ
  • ୨୫ ତାରିଖ ସକାଳ ସୁଦ୍ଧା ୧୦ ଜିଲ୍ଲାକୁ ଘନ କୁହୁଡ଼ି ଆଶଙ୍କା
  • ଦିଲ୍ଲୀରେ ଲାଗିଲା 'ପାକିସ୍ତାନ ଜିନ୍ଦାବାଦ' ନାରା, ଆକ୍ସନରେ ପୋଲିସ
  • ଚାଷୀ ଆନ୍ଦୋଳନ: ରାଜଭବନ ସମ୍ମୁଖରେ କେନ୍ଦ୍ର ବିରୁଦ୍ଧରେ ବର୍ଷିଲେ କଂଗ୍ରେସ-ବାମପନ୍ଥୀ
  • ପୁରୀ ପୋଲିସ ବିଭାଗରେ ସାମାନ୍ୟ ଅଦଳବଦଳ
  • ଟାଉନଥାନା ଆଇଆଇସି ଉପେନ୍ଦ୍ର ପ୍ରଧାନଙ୍କୁ ଗୋପଥାନାକୁ ବଦଳି
  • ଟ୍ରାଫିକ ଆଇଆଇସି ଗୋକୁଳାନନ୍ଦ ପ୍ରଧାନଙ୍କୁ ଟାଉନଥାନାକୁ ବଦଳି
  • ସେହିପରି ଗୋପ ଥାନା ଆଇଆଇସି ସୁଧିର ସାହୁଙ୍କୁ ପୁରୀ ଟ୍ରାଫିକ ଥାନାକୁ ବଦଳି

ବିବାଦରେ ରାମ: ପ୍ରଚାର ବେଳେ ନାଁ ବ୍ୟବହାରକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ

ଉପନିର୍ବାଚନ ଲାଗି ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ଭଗବାନ ରାମଙ୍କୁ ନେଇ ମୁହାଁମୁହିଁ ହୋଇଛନ୍ତି ଉଭୟ ଦଳ।

 ବିବାଦରେ ରାମ: ପ୍ରଚାର ବେଳେ ନାଁ ବ୍ୟବହାରକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ

ଭୋପାଳ: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର (October-November) ମାସରେ ମଧ୍ୟ ପ୍ରଦେଶର ୨୮ଟି ଆସନରେ ହେବାକୁ ଯାଉଛି ଉପନିର୍ବାଚନ (Madhya Pradesh By Poll)। ବେଶ ରୋଚକପୂର୍ଣ୍ଣ ସ୍ଥିତିରେ ରହିଛି ଏହି ନିର୍ବାଚନ । ଏଥିରେ ବାଜିମାତ କରିବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ଉଭୟ ବିଜେପ-କଂଗ୍ରେସ (BJP-Congress)।    

ଏବେ ଉପନିର୍ବାଚନ ଲାଗି ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ଭଗବାନ ରାମ (Lord Ram) ଙ୍କୁ ନେଇ ମୁହାଁମୁହିଁ ହୋଇଛନ୍ତି ଉଭୟ ଦଳ । ଏପରିକି କିଛି ମାସ ପୂର୍ବେ ଦଳ ଛାଡି ବିଜେପିରେ ସାମିଲ ହୋଇ ନିର୍ବାଚନ ଲଢୁଥିବା ଗୋବିନ୍ଦ ସିଂହ ରାଜପୁତ (Govind Singh Rajput) ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କଂଗ୍ରେସ ପକ୍ଷରୁ ଭାରତୀୟ ନିର୍ବାଚନ ଆୟୋଗ-ଇସି (ECI-Elelction Commision of India)  ନିକଟରେ ଦାବି ଉପସ୍ଥାପନା କରାଯାଇଛି ।

କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ଗୋବିନ୍ଦ, ବର୍ତ୍ତମାନ ମଧ୍ୟ ପ୍ରଦେଶ ପରିବହନ ମନ୍ତ୍ରୀ (MP Transport Minister) ଦାୟିତ୍ୱରେ ଅଛନ୍ତି । ନିର୍ବାଚନ ପ୍ରଚାର ବେଳେ ସେ ଭାଗବାନ ରାମଙ୍କ ନାଁ ନେଇ ଭୋଟ କରୁଥିବାର ଅଭିଯୋଗ ଆଣିଛି କଂଗ୍ରେସ । ଭଗବାନଙ୍କ ନାଁ ନେଇ ସେ ଲୋକଙ୍କୁ ପାଇଁ ବିଭ୍ରାନ୍ତକର ପରିସ୍ଥିତି ସୃଷ୍ଟି କରୁଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି। ମନ୍ତ୍ରୀ ରାଜପୁତ ଚଳିତ ମାସ ୨ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ 'ରାମଲୀଳା ରଥଯାତ୍ରା' (Ramleela Rathyatra) ଆୟୋଜନ କରିବା ପରେ ସେପ୍ଟେମ୍ବର ୨୧ ତାରିଖରେ ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବା ସହ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇବା ଲାଗି ଦାବି କରିଛି ମଧ୍ୟ ପ୍ରଦେଶ କଂଗ୍ରେସ କମିଟି-ଏମପିସିସି (MPCC-Madhya Pradesh Congress Commmittee)।

ଏନେଇ ଦଳ ପକ୍ଷରୁ ହୋଇଥିବା କରାଯାଇଥିବା ଅଭିଯୋଗ ପତ୍ରରେ କଂଗ୍ରେସ ଦର୍ଶାଇଛି ମନ୍ତ୍ରୀ ନିର୍ବାଚନ ଲାଗି ନିଜ କ୍ଷମତା ବଳରେ ପ୍ରଶାସନର ଅପବ୍ୟବହାର କରୁଛନ୍ତି । ଭଗବାନଙ୍କ ନାଁ ନେଇ ସାଧାରଣ ଲୋକଙ୍କ ଧାର୍ମିକ ଭାବନା ସହିତ ଖେଳିବା ସହ ସେମାନଙ୍କ ଠାରୁ ଭୋଟ ମାଗୁଛନ୍ତି । 

ଏ ସମ୍ପର୍କରେ ମତ ରଖି ଏମପିସିସି ମୁଖପାତ୍ର ଜେପି ଧାନୋପିଆ (MPCC Spokeerson JP Dhanopia) କହିଛନ୍ତି, ରାଜ୍ୟର ସୁରଖି ବିଧାନସଭା ଆସନ (Surkhi Assembly Constituency) ରୁ ପ୍ରତିଦ୍ୱନ୍ଦିତା କରୁଥିବା ବିଜେପି ପ୍ରାର୍ଥୀ ଗୋବିନ୍ଦ ସିଂହ  ଭଗବାନଙ୍କ ନାଁ ନେଇ ପ୍ରଚାର କରୁଛନ୍ତି । ବ୍ୟକ୍ତିଗତ ଫାଇଦା ଲାଗି  ଧାର୍ମିକ ଭାବନାକୁ ରାଜନୀତି ମଧ୍ୟକୁ ଟାଣୁଛନ୍ତି । ଭଗବାନ ରାମ ମନ୍ଦିର (Ram Mandir), ବିଜେପିର ଦଳୀୟ ସଙ୍କେତ, ତାଙ୍କର ଫଟୋ ଥିବା କ୍ୟାଲେଣ୍ଡର (Calender) ଭୋଟରଙ୍କୁ ବାଣ୍ଟିଛନ୍ତି । ମନ୍ତ୍ରୀ ଭୋଟରଙ୍କ ଉଦ୍ଦେଶ୍ୟରେ କହୁଛନ୍ତି ଯଦି କେହି ବିଜେପିକୁ ଭୋଟ ଦିଏ, ତାହେଲେ ତା ନାଁରେ ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ରାମ ମନ୍ଦିର (Ayodhya Ram Mandir) ରେ ଇଟା ଯୋଡାଯିବ।

ମଧ୍ୟ ପ୍ରଦେଶର ୨୮ଟି ବିଧାନସଭା ଆସନରେ ହେବାକୁ ଥିହା ଉପନିର୍ବାଚନ ଲାଗି ନିବାଚନ ଆୟୋଗଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇନାହିଁ । କଂଗ୍ରେସର ୨୪ ସଦସ୍ୟଙ୍କ ଇସ୍ତଫା ଓ ଅନ୍ୟ ୨ ବିଧାୟକଙ୍କ ମୃତ୍ୟୁ ହେବା କାରଣରୁ ରାଜ୍ୟରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।