୩ ମାସରେ ଦ୍ୱିତୀୟ ଥର ପାଇଁ ବିଶ୍ୱ ଚାମ୍ପିଅନକୁ ପରାସ୍ତ କଲେ ପ୍ରାଗନନ୍ଧା
Advertisement

୩ ମାସରେ ଦ୍ୱିତୀୟ ଥର ପାଇଁ ବିଶ୍ୱ ଚାମ୍ପିଅନକୁ ପରାସ୍ତ କଲେ ପ୍ରାଗନନ୍ଧା

ଭାରତୀୟ ଗ୍ରାଣ୍ଡମାଷ୍ଟର ଆର ପ୍ରାଗନନ୍ଧା ଅନଲାଇନ୍ ରାପିଡ୍ ଚେସ୍ ଟୁର୍ଣ୍ଣାମେଣ୍ଟରେ ନରୱେର କାର୍ଲସେନଙ୍କୁ ପରାସ୍ତ କରିଛନ୍ତି । ୧୬ ବର୍ଷୀୟ ପ୍ରାଗନନ୍ଧା ମାତ୍ର ୩ ମାସ ମଧ୍ୟରେ ଦ୍ୱିତୀୟ ଥର ବିଶ୍ୱ ଚାମ୍ପିଅନ କାର୍ଲସେନଙ୍କୁ ପରାସ୍ତ କରିଛନ୍ତି । 

(ଫାଇଲ ଫଟୋ)

ନୂଆଦିଲ୍ଲୀ: ଭାରତର ଯୁବ ଚେସ ଖେଳାଳି ଆର ପ୍ରାଗନନ୍ଧା (Rameshbabu Praggnanandhaa) ଏକ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବିଶ୍ୱ ଚାମ୍ପିୟନ ମାଗ୍ନୁସ କାର୍ଲସେନଙ୍କୁ ପରାସ୍ତ କରିଛନ୍ତି । ୧୬ ବର୍ଷୀୟ ଗ୍ରାଣ୍ଡମାଷ୍ଟର ପ୍ରାଗନନ୍ଦା ଅନଲାଇନ୍ ରାପିଡ୍ ଚେସ୍ ଟୁର୍ଣ୍ଣାମେଣ୍ଟରେ ନରୱେର କାର୍ଲସେନଙ୍କୁ ପରାସ୍ତ କରିଛନ୍ତି । ଆଶ୍ଚର୍ଯ୍ୟଜନକ କଥା ହେଉଛି ପ୍ରାଗନନ୍ଧା ମାତ୍ର ୩ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ କାର୍ଲସନଙ୍କୁ ପରାସ୍ତ କରିଛନ୍ତି । 

ଟୁର୍ଣ୍ଣାମେଣ୍ଟର ପଞ୍ଚମ ରାଉଣ୍ଡର ମ୍ୟାଚ୍ ଡ୍ର ଆଡକୁ ଯାଉଥିଲା କିନ୍ତୁ ବିଶ୍ୱ ଚାମ୍ପିଅନ୍ ମାଗ୍ନୁସ୍ କାର୍ଲସେନଙ୍କ ଚାଲ ତାଙ୍କ ଉପରେ ଭାରି ପଡିଥିଲା । ତାଙ୍କର ଭୁଲ ଯୋଗୁଁ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ବିଜୟ ସତ୍ତ୍ୱେ ପ୍ରାଗନନ୍ଦା ଖୁସି ନଥିଲେ । ଚେନ୍ନାଇର ପ୍ରାଗନନ୍ଦା ମ୍ୟାଚ୍ ପରେ କହିଛନ୍ତି, 'ମୁଁ ଏହିପରି ଜିତିବାକୁ ଚାହୁଁ ନଥିଲି ।'

ଏହି ବିଜୟ ସହିତ ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରାଗନନ୍ଧା ବର୍ତ୍ତମାନ ଲିଡବୋର୍ଡରେ ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି । କାର୍ଲସେନ୍ ୧୨ ପଏଣ୍ଟ ସହ ତୃତୀୟ ଏବଂ ଚାଇନାର ୱେଇ ୟି ଦ୍ୱିତୀୟ ଦିନ ଶେଷରେ ୧୮ ପଏଣ୍ଟ ସହ ଟୁର୍ନାମେଣ୍ଟର ଶୀର୍ଷରେ ଅଛନ୍ତି । ୨୦୧୬ ରେ, ପ୍ରାଗନନ୍ଧା ଅନ୍ତର୍ଜାତୀୟ ମାଷ୍ଟର୍ସ ଜିତିବାରେ ସର୍ବକନିଷ୍ଠ ଖେଳାଳି ହୋଇଥିଲେ । ସେତବେଳେ ତାଙ୍କ ବୟସ ୧୦ ବର୍ଷ ୧୦ ମାସ ୧୯ ଦିନ ଥିଲା ।

୨୦୧୩ ରେ ବିଶ୍ୱ ଯୁବ ଚାମ୍ପିଅନସିପ୍ ଅଣ୍ଡର-୮ ଟାଇଟଲ୍ ଜିତିଥିବା ପ୍ରାଗନନ୍ଧା ଚଳିତ ବର୍ଷ ଫେବୃଆରୀରେ ଏୟାରଟିଙ୍ଗ୍ସ ମାଷ୍ଟର୍ସ ଅନଲାଇନ୍ ସ୍ପିଡ଼ ଟୁର୍ଣ୍ଣାମେଣ୍ଟରେ କାର୍ଲସେନଙ୍କୁ ମଧ୍ୟ ପରାସ୍ତ କରିଛନ୍ତି । ଏହିପରି ଫର୍ମାଟରେ କାର୍ଲସେନଙ୍କୁ ପରାସ୍ତ କରିବାରେ ବିଶ୍ୱନାଥ ଆନନ୍ଦ ଏବଂ ହରିକୃଷ୍ଣଙ୍କ ପରେ ସେ ତୃତୀୟ ଭାରତୀୟ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ: ସାଧାରଣ ଜନତାଙ୍କ ପାଇଁ ବଡ଼ ରିହାତି, ପେଟ୍ରୋଲ-ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କଲା କେନ୍ଦ୍ର

ଏହା ବି ପଢ଼ନ୍ତୁ: ମଣ୍ଡପରେ ଖସିପଡ଼ିଲା ବରର ୱିଗ୍; ଚନ୍ଦା ସ୍ୱାମୀଙ୍କୁ ଦେଖି ରାଗିଗଲେ କନିଆଁ, ଆଉ ତା'ପରେ ...