ଚଳିତ ବର୍ଷର ରଥଯାତ୍ରା ଆୟୋଜନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ |
Trending Photos
)
ନୂଆଦିଲ୍ଲୀ: ଚଳିତ ବର୍ଷର ରଥଯାତ୍ରା ଉପରେ ଲାଗିଲା ସୁପ୍ରମକୋର୍ଟଙ୍କ ରୋକ | ଏ ବର୍ଷ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଆୟୋଜନ କରିବାକୁ ନେଇ ଦେଖା ଦେଇଥିବା ଦ୍ୱନ୍ଦ୍ୱକୁ ନେଇ ମାମଲା କୋର୍ଟଙ୍କ ପର୍ଯ୍ୟନ୍ତ ଯାଇଥିଲା | ଏପରିକି ରଥଯାତ୍ରା ଆୟୋଜନ କରିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡିଥିଲେ ଓଡିଶା ହାଇକୋର୍ଟ |
ଏହା ପରେ ମାମଲା ପହଞ୍ଚିଥିଲା ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ | ଏହି କେସର ଶୁଣାଣି କରିବାକୁ ଯାଇ ସୁପ୍ରିମକୋର୍ଟ ଚଳିତ ବର୍ଷର ରଥଯାତ୍ରା ଆୟୋଜନକୁ ବାତିଲ କରିଛନ୍ତି | ଏପରିକି ଓଡିଶାର କୌଣସି ସ୍ଥାନରେ ଏ ବର୍ଷ ରଥଯାତ୍ରା ଆୟୋଜିତ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଜାରି କରିଛନ୍ତି କୋର୍ଟ |
ଏନେଇ କୋର୍ଟଙ୍କ ପକ୍ଷରୁ କୁହାଯାଇଛି ଲୋକଙ୍କ ସୁରକ୍ଷା ହେଉଛି ପ୍ରଥମ | ବର୍ତ୍ତମାନ ଦେଶରେ କୋରୋନା ସଂକଟ ଜାରି ରହିଛି | ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷା ଉପର ଗୁରୁତ୍ୱ ଦିଆଯାଉଛି |