Advertisement
Article Detail0/zeeodisha/odisha687825

ଦରିଦ୍ର ପିଲାଙ୍କ ପାଇଁ ରବିନା ଟଣ୍ଡନଙ୍କ ଡିଜିଟାଲ ଶୋ’

ଭାରତରେ ଏମିତି କିଛି ଲୋକ ଅଛନ୍ତି ସେମାନଙ୍କ ମଧ୍ୟରୁ ଅନେକଙ୍କ ଘର ପରିବାର ନାହିଁ । ମୌଳିକ ଆବଶ୍ୟକତା ପୂରଣ କରିପାରିବା ଭଳି ଏମାନେ ସମର୍ଥ ନୁହନ୍ତି । ଦୁଇବେଳା ଖାଇବାକୁ ବି ପାଉନାହାନ୍ତି ଏମାନେ, ଯାହାଙ୍କ ପାଇଁ ରବିନା ଟଣ୍ଡନଙ୍କ ହୃଦୟ ତରଳି ଯାଇଛି । 

ଦରିଦ୍ର ପିଲାଙ୍କ ପାଇଁ ରବିନା ଟଣ୍ଡନଙ୍କ ଡିଜିଟାଲ ଶୋ’

ଜିନୁ ଜେନା (ଭୁବନେଶ୍ୱର): ଅଭିନେତ୍ରୀ ରବିନା ଟଣ୍ଡନ ଦେଖାଇଛନ୍ତି ବଡ଼ ହୃଦୟ । ଦରିଦ୍ର ପିଲାଙ୍କ ପେଟରେ ଦାନା ମୁଠାଏ ଦେବା ଲାଗି ଗୁରୁବାର ଆୟୋଜନ କରିଛନ୍ତି ଡିଜିଟାଲ ଚାରିଟି ଶୋ' । ଅକ୍ଷୟ ପାତ୍ର ଫାଉଣ୍ଡେସନ ସହ ହାତ ମିଳାଇ ‘KNOW HUNGER’ନାମକ କାର୍ଯ୍ୟକ୍ରମ ଆୟୋଜନ କରି ଏହା ଜରିଆରେ ଫେସବୁକ୍ ଫ୍ୟାନଙ୍କ ସହ ଲାଇଭ୍ କଥାବାର୍ତ୍ତା କରିଛନ୍ତି । ଏଭଳି ଅଭିଯାନର ଉଦ୍ଦେଶ୍ୟ ଥିଲା ଦେଶରେ ଥିବା ହଜାର ହଜାର ଦରିଦ୍ର ପିଲା ଏବଂ ସେମାନଙ୍କ ପରିବାରକୁ କୋରୋନା ବିପତ୍ତି ସମୟରେ ସାହାଯ୍ୟ କରିବା ।
 
ଭାରତରେ ଏମିତି କିଛି ଲୋକ ଅଛନ୍ତି ସେମାନଙ୍କ ମଧ୍ୟରୁ ଅନେକଙ୍କ ଘର ପରିବାର ନାହିଁ । ମୌଳିକ ଆବଶ୍ୟକତା ପୂରଣ କରିପାରିବା ଭଳି ଏମାନେ ସମର୍ଥ ନୁହନ୍ତି । ଦୁଇବେଳା ଖାଇବାକୁ ବି ପାଉନାହାନ୍ତି ଏମାନେ, ଯାହାଙ୍କ ପାଇଁ ରବିନା ଟଣ୍ଡନଙ୍କ ହୃଦୟ ତରଳି ଯାଇଛି । 

ସମସ୍ତେ ନିଜ ନିଜ ଦକ୍ଷତା ତଥା ସାମର୍ଥ୍ୟ ଅନୁଯାୟୀ ଯଥା ସମ୍ଭବ କିଛି ଦାୟିତ୍ୱ ନିର୍ବାହ କରିବାର ବେଳ ଆସିଯାଇଛି । ଜଣେ ଗର୍ବିତ ଭାରତୀୟ ନାଗରିକ ହିସାବରେ ଅଭାବରେ ପଡିଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରି ଆସୁଛି । ମୁଁ ଏହି କାମ କରିବାରେ ବିଶ୍ୱାସ କରି ଆସୁଥିବା କହିଛନ୍ତି ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ।

Add Zee News as a Preferred Source
About the Author