• ନିର୍ବାଚନୀ ପଶାପାଲିରେ ଗେମ ଚେଞ୍ଜର ବେଣୁ !
  • ବାଲେଶ୍ୱର ଉପନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ରାଣୀ ପଣ୍ଡା
  • ଆଜି IPLରେ ଦୁଇଟି ମ୍ୟାଚ ଖେଳାଯିବ
  • IPL 2020: ଅପରାହ୍ଣ ସାଢେ ୩ଟାରେ ଦିଲ୍ଲୀ ଓ କୋଲକାତା ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ
  • IPL 2020: ସନ୍ଧ୍ୟା ସାଢେ ୭ଟାରେ ପଞ୍ଜାବ ହାଇଦ୍ରାବାଦ ମୁହାଁମୁହିଁ ହେବେ
  • କୋରୋନାକୁ ନେଇ ଚେତାବନୀ ଜାରି କଲା WHO
  • କାମାକ୍ଷାନଗର-ପଶ୍ଚିମାଞ୍ଚଳ ରେଞ୍ଜ ସୋଗର ଗ୍ରାମରେ ୨୨ଟିକିଆ ହାତୀ ପଲ, ବ୍ୟାପକ ଫସଲ ନଷ୍ଟ ଅଭିଯୋଗ

'ବାପା ମୋ ପାଖରୁ ହାରିଥିଲା ଏବେ ପୁଅ ବି ହାରିବ'

ତାଙ୍କ ବିରୁଦ୍ଧରେ ବିଜେପି ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ। ଏହି ନିର୍ବାଚନରେ ଶତ୍ରୁଘ୍ନଙ୍କୁ ପରାସ୍ତ କରି ରାଜ୍ୟସଭା ବଦଳରେ ଲୋକସଭାରେ ପହଞ୍ଚିଥିଲା କେନ୍ଦ୍ରମନ୍ତ୍ରୀ। 

'ବାପା ମୋ ପାଖରୁ ହାରିଥିଲା ଏବେ ପୁଅ ବି ହାରିବ'

ପାଟନା: ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ (Bihar Assembly Elelction 2020) ଲାଗି ଦିନ ପାଖେଇ ଆସୁଥିବା ବେଳେ ଏବେ ଦିନ ପାଖେଇ ଆସୁଥିବା ବେଳେ ନିର୍ବାତନ ପ୍ରଚାରକୁ ଜୋରଦାର କରିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏହା ସହିତ ମତଦାତାଙ୍କୁ ନିଜ ଆଡକୁ ଆକର୍ଷିତ କରିବା ଲାଗି ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ରରେ ରଖି ଆରୋପ-ପ୍ରତ୍ୟାରୋପରେ ମାତିଛନ୍ତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ବିଭିନ୍ନ ରାଜନୈତିକ ଦଳ।
 

ଏହିକ୍ରମରେ କେନ୍ଦ୍ର ଆଇନମନ୍ତ୍ରୀ ତଥା ରାଜ୍ୟର ପାଟନାସାହିବ ଲୋକସଭା (Patnasahib Loksabha) ସାଂସଦ ରବିଶଙ୍କର ପ୍ରସାଦ (Ravishankar Prasad) ତାଙ୍କର ପ୍ରତିଦ୍ୱନ୍ଦୀ କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା (Shatrughan Sinha) ଙ୍କ ଉଦ୍ଦେଶ୍ୟରେ ଟାର୍ଗେଟ କରି କହିଛନ୍ତି, "ବାପା ମୋ ଠାରୁ ଲୋକସଭା ନିର୍ବାଚନରେ ହାରିଥିଲା। ଏବେ ପୁଅ ବିଧାନସଭା ନିର୍ବାଚନରେ ନୀତିନ ନବୀନଙ୍କ ଠାରୁ ହାରିବ। "

ଗତ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ବିରୁଦ୍ଧରେ ବିଦ୍ରୋହ କରି ପାଟନା ସାହିବ ଲୋକସଭା ଆସନରୁ କଂଗ୍ରେସ (Congress) ଟିକେଟରେ ନିର୍ବାଚନ ଲଢିଥିଲେ ଶତ୍ରୁଘ୍ନ ସିହ୍ନା। ତାଙ୍କ ବିରୁଦ୍ଧରେ ବିଜେପି ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ। ଏହି ନିର୍ବାଚନରେ ଶତ୍ରୁଘ୍ନଙ୍କୁ ପରାସ୍ତ କରି ରାଜ୍ୟସଭା ବଦଳରେ ଲୋକସଭାରେ ପହଞ୍ଚିଥିଲା କେନ୍ଦ୍ରମନ୍ତ୍ରୀ। 

ଚଳିତ ୨୦୨୦ ବିହାର ବିଧାନସଭା ନିର୍ବାଚନରେ ରାଜ୍ୟର ବାଙ୍କିପୁରା ଆସନରୁ ରାଷ୍ଟ୍ରୀୟ ଜନତା ଦଳ-ଆରଜେଡି (RJD-Rastriya Janata Dal) ମହାମେଣ୍ଟର ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ଲବ ସିହ୍ନା (Laba Sinha)। ଅନ୍ୟପଟେ ଏହି ଆସନରୁ ବିଜେପି (BJP) ନେତୃତ୍ୱାଧିନ ଏନଡିଏ (NDA) ମେଣ୍ଟରୁ ପ୍ରାର୍ଥୀ ହୋଇଛନ୍ତି ନୀତିନ ନବୀନ। 

ବିନା ନାଁ ନେଇ କେନ୍ଦ୍ର ଆଇନ ମନ୍ତ୍ରୀ କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନାଙ୍କୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ କହିଛନ୍ତି, "ବାପା ମୋ ଠାରୁ ହାରିଥିଲେ। ପୁଅ ଏବେ ନୀତିନ ନବୀନଙ୍କ ଠାରୁ ହାରିବେ। ଜେଡିୟୁ-ବିଜେପି ସମ୍ପର୍କିତ ବେଶ ମଜବୁତ। ମୁଁ ଗୋଖାଦ୍ୟ ଦୁର୍ନୀତିରେ ଓକିଲ ଥିଲି। ସେତେବେଳର ନୀତିଶ କୁମାରଙ୍କ ସମତା ପାର୍ଟି ବିଜେପି ସହ ରହିଥିଲା। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ନୀତିଶ କୁମାର ସରକାରଙ୍କ ଅମଳରେ ବିହାର ବିକାଶ ଲାଗି ଅନେକ ପଦକ୍ଷେପ ନିଆଯାଇଛି। ଏବେ ରାଜ୍ୟରେ କେନ୍ଦ୍ର ସରକାରଙ୍କ ସହାୟତାରେ ରାଜ୍ୟରେ ଫାଇବର ବିଛାଯିବା। ଏହା ମାଧ୍ୟମରେ ଲୋକଙ୍କୁ ଇଣ୍ଟରନେଟ ସୁବିଧା ଯୋଗାଇଦେବ ଏନଡିଏ ସରକାର। "