ଟି-୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆ ଛାଡିବେ ରବି ଶାସ୍ତ୍ରୀ, ଏହି ଭେଟେରାନ ହେବେ ପରବର୍ତ୍ତୀ କୋଚ୍!
Advertisement

ଟି-୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆ ଛାଡିବେ ରବି ଶାସ୍ତ୍ରୀ, ଏହି ଭେଟେରାନ ହେବେ ପରବର୍ତ୍ତୀ କୋଚ୍!

ଭାରତୀୟ କ୍ରିକେଟ୍ ଦଳର (Indian Cricket Team) ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ (Ravi Shastri) ଚୁକ୍ତି ଚଳିତ ବର୍ଷ ନଭେମ୍ବର ମାସରେ ଶେଷ ହେବ । 

(ଫାଇଲ ଫଟୋ)

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ (T20 World Cup) ପରେ ଭାରତୀୟ କ୍ରିକେଟରେ (Indian Cricket) ଏକ ବଡ ପରିବର୍ତ୍ତନ ହୋଇପାରେ । ଅକ୍ଟୋବର-ନଭେମ୍ବରରେ ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ ପରେ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ (Ravi Shastri), ବୋଲିଂ କୋଚ୍ ଭାରତ ଅରୁଣ, ଫିଲ୍ଡିଂ କୋଚ୍ ଆର ଶ୍ରୀଧର ଓ ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ଟିମ୍ ଇଣ୍ଡିଆରୁ ବାଦ ପଡିପାରନ୍ତି । ଶାସ୍ତ୍ରୀ ବିସିସିଆଇର (BCCI) କିଛି ସଦସ୍ୟଙ୍କୁ ସୂଚନା ଦେଇଛନ୍ତି ଯେ ସେ ଟି -୨୦ ବିଶ୍ୱକପ ପରେ ସେ ଟିମ୍ ଇଣ୍ଡିଆ ଛାଡିବାକୁ ଯୋଜନା କରୁଛନ୍ତି । ଶାସ୍ତ୍ରୀଙ୍କ ଚୁକ୍ତିନାମା ଚଳିତ ବର୍ଷ ନଭେମ୍ବରରେ ଶେଷ ହେବ । ଏହା ସହିତ ଟିମ୍ ଇଣ୍ଡିଆ (Team India) ସହ ବର୍ତ୍ତମାନ ଜଡିତ ଥିବା ଅନ୍ୟ କିଛି ସପୋର୍ଟ ଷ୍ଟାଫ୍ ମଧ୍ୟ ଆଇପିଏଲର ବିଭିନ୍ନ ଦଳ ସହ ଆଲୋଚନା କରିସାରିଛନ୍ତି ।

ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ, ବିସିସିଆଇ ମଧ୍ୟ ଏକ ନୂଆ ସପୋର୍ଟ ଷ୍ଟାଫ୍ ଟିମ୍ ଚାହୁଁଛି । ଶାସ୍ତ୍ରୀ ପ୍ରଥମେ ୨୦୧୪ ରୁ ୨୦୧୬ ଟି -୨୦ ବିଶ୍ୱକପ ନିର୍ଦ୍ଦେଶକ ଭାବରେ ଟିମ୍ ଇଣ୍ଡିଆରେ (Team India) ସାମିଲ ହୋଇଥିଲେ । ଏହା ପରେ ଅନିଲ କୁମ୍ବଲେଙ୍କୁ ଏକ ବର୍ଷ ପାଇଁ ନିଯୁକ୍ତ କରାଯାଇଥିଲା । ୨୦୧୭ ରେ ଅନିଲ କୁମ୍ବଲେଙ୍କ ବିଦାୟ ନେବା ପରେ ରବି ଶାସ୍ତ୍ରୀଙ୍କୁ ଭାରତୀୟ କ୍ରିକେଟ୍ ଦଳର ପୂର୍ଣ୍ଣକାଳୀନ ମୁଖ୍ୟ କୋଚ୍ ଭାବରେ ନିଯୁକ୍ତ କରାଯାଇଥିଲା ।

ଅଧିକ ପଢ଼ନ୍ତୁ: 'ଆମକୁ ଅସୁବିଧାରେ ମରିବାକୁ ଛାଡନ୍ତୁ ନାହିଁ...'ବିଶ୍ୱ ନେତାଙ୍କୁ ହାତଯୋଡ଼ି ଗୁହାରି କଲେ ରସିଦ ଖାନ

ଭରତ ଅରୁଣ ଟିମ୍ ଇଣ୍ଡିଆର ବୋଲିଂକୁ ବିଶ୍ୱର ଅଧିକ ଶକ୍ତିଶାଳୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ, ଆର ଶ୍ରୀଧର ଭାରତୀୟ ଖେଳାଳିଙ୍କୁ ସବୁଠାରୁ ଚତୁର ଫିଲ୍ଡର କରିଥିଲେ । ତେବେ ରବି ଶାସ୍ତ୍ରୀଙ୍କ ନେତୃତ୍ୱରେ ଭାରତୀୟ ଦଳ ଏକଦିବସୀୟ ବିଶ୍ୱକପ୍‌ର ସେମିଫାଇନାଲ ଓ ୨୦୧୯ ମସିହାରେ ହୋଇଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ହାରିଥିଲା । ରବି ଶାସ୍ତ୍ରୀଙ୍କ ନେତୃତ୍ୱରେ ଏପର୍ଯ୍ୟନ୍ତ ଭାରତୀୟ ଦଳ କୌଣସି ଆଇସିସି ଟ୍ରଫି ଜିତିବାରେ ସକ୍ଷମ ହୋଇନାହିଁ । ଅନ୍ୟପକ୍ଷରେ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସମୟରେ ଭାରତ ଅଷ୍ଟ୍ରେଲିଆକୁ ନିଜର ହୋମ ଗ୍ରାଉଣ୍ଡରେ ଦୁଇଥର ଟେଷ୍ଟ ସିରିଜରେ ପରାସ୍ତ କରିବାରେ ସକ୍ଷମ ହୋଇଛି । ଏହା ବ୍ୟତୀତ ଦଳ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି ।

ଏହା ବ୍ୟତୀତ ଘରୋଇ ମାଟିରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଦଳ ଅବିସ୍ମରଣୀୟ ଥିଲା । ଗତ ଚାରି ବର୍ଷ ମଧ୍ୟରେ ଭାରତର ବେଞ୍ଚ-ଷ୍ଟ୍ରେନ୍ଥ ମଧ୍ୟ ବହୁଗୁଣିତ ହୋଇଛି । ଅଷ୍ଟ୍ରେଲିଆ ଗସ୍ତରେ ଐତିହାସିକ ୨-୧ ସିରିଜ ଜିତିବାରେ ଭାରତୀୟ ବେଞ୍ଚ-ଷ୍ଟ୍ରେନ୍ଥ ନିଜର ଚମତ୍କାର ପ୍ରଦର୍ଶନ କରିଥିଲା । ଗୋଟିଏ ଦଳ ପାଇଁ ଏହାର କୋଚ୍ ଓ ଅଧିନାୟକଙ୍କ ମଧ୍ୟରେ ସଠିକ୍ ସମନ୍ୱୟ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିରାଟ କୋହଲି ଓ ରବି ଶାସ୍ତ୍ରୀଙ୍କ ଯୋଡିରେ ଏହା ବହୁତ ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ: NASA ଦେଲା ଚେତାବନୀ; ସମୁଦ୍ରରେ ବୁଡିଯିବ ଭାରତର ଏହି ୧୨ ଟି ସହର

ତେବେ ଭାରତୀୟ କ୍ରିକେଟ୍ ବୋର୍ଡ ବର୍ତ୍ତମାନ ପରିବର୍ତ୍ତନ ଚାହୁଁଛି । ଦଳକୁ ପରବର୍ତ୍ତୀ ସ୍ତରକୁ ନେବା ଓ ବିଶ୍ୱ କ୍ରିକେଟରେ ସବୁଠୁ ଶକ୍ତିଶାଳୀ ହେବା ପାଇଁ ପରିବର୍ତ୍ତନ ଆବଶ୍ୟକ ବୋଲି ବୋର୍ଡ ବିଶ୍ୱାସ କରେ । ପ୍ରୋଟୋକଲ ଅନୁଯାୟୀ, ଟି-୨୦ ବିଶ୍ୱକପ ପରେ ବିସିସିଆଇ ନୂତନ ମୁଖ୍ୟ କୋଚ୍ ପାଇଁ ଆବେଦନ ମାଗିବ । କିଛି ବୋର୍ଡ ଅଧିକାରୀ ସୂଚାଇ ଦେଇଛନ୍ତି ଯେ ରାହୁଲ ଦ୍ରାବିଡଙ୍କୁ ନୂତନ କୋଚ ଭାବରେ ନିଯୁକ୍ତ କରାଯିବ ।

ଅଧିକ ପଢ଼ନ୍ତୁ: ଏକ କୋଟି ନୂଆ ଲୋକଙ୍କୁ ମିଳିବ ମାଗଣା ଗ୍ୟାସ ସିଲିଣ୍ଡର, ଜାଣନ୍ତୁ କିପରି ଉଠାଇବେ ଲାଭ

ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହୋଇ ଯାଇଥିବା ରାହୁଲ ଦ୍ରାବିଡଙ୍କ ଜାତୀୟ କ୍ରିକେଟ୍ ଏକାଡେମୀର (NCA) ମୁଖ୍ୟ ଭାବେ ଚୁକ୍ତି ଶେଷ ହୋଇଛି । ଏନସିଏରେ ହେଡ୍ ଅଫ୍ କ୍ରିକେଟ୍ ପଦ ପାଇଁ ବିସିସିଆଇ ଆବେଦନ କରିଛି । ଜୁଲାଇ ୨୦୧୯ ରେ ଦ୍ରାବିଡଙ୍କୁ ଏନସିଏ ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା । ସେ ଏହା ପୂର୍ବରୁ ଜୁନିୟର ଖେଳାଳିଙ୍କ ସହ ଇଣ୍ଡିଆ ଅଣ୍ଡର -୧୯ ଓ ଇଣ୍ଡିଆ-ଏ ଦଳର କୋଚ୍ ଭାବରେ ବହୁ ପରିଶ୍ରମ କରିଥିଲେ । ଯଦି ଦ୍ରାବିଡ ଏନସିଏ ମୁଖ୍ୟ ପଦ ପାଇଁ ପୁନର୍ବାର ଆବେଦନ ନ କରନ୍ତି ତେବେ ସେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବରେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି ବୋଲି ସ୍ପଷ୍ଟ ହୋଇଯିବ ।