ସେପ୍ଟେମ୍ବର ୨୨ରୁ ବନ୍ଦ ହୋଇଯିବ ଏହି ବ୍ୟାଙ୍କ, RBI ବାତିଲ କଲା ଲାଇସେନ୍ସ; ଗ୍ରାହକ ଉଠାଇ ପାରିବେନି ଟଙ୍କା
Advertisement

ସେପ୍ଟେମ୍ବର ୨୨ରୁ ବନ୍ଦ ହୋଇଯିବ ଏହି ବ୍ୟାଙ୍କ, RBI ବାତିଲ କଲା ଲାଇସେନ୍ସ; ଗ୍ରାହକ ଉଠାଇ ପାରିବେନି ଟଙ୍କା

Rupee Co-operative Bank Limited: ଆରବିଆଇ ଅନୁଯାୟୀ ବ୍ୟାଙ୍କ ସେପ୍ଟେମ୍ବର ୨୨ରୁ ଏହାର ବ୍ୟବସାୟ ବନ୍ଦ କରିବ । ଏଭଳି ପରିସ୍ଥିତିରେ ଗ୍ରାହକ ଟଙ୍କା ଜମା କରିପାରିବେ ନାହିଁ କିମ୍ବା ଟଙ୍କା ଉଠାଇ ପାରିବେ ନାହିଁ । 

ସେପ୍ଟେମ୍ବର ୨୨ରୁ ବନ୍ଦ ହୋଇଯିବ ଏହି ବ୍ୟାଙ୍କ, RBI ବାତିଲ କଲା ଲାଇସେନ୍ସ; ଗ୍ରାହକ ଉଠାଇ ପାରିବେନି ଟଙ୍କା

ନୂଆଦିଲ୍ଲୀ: RBI Cancelled Bank License: ଆର୍ଥିକ ହେରଫେର କାରଣରୁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନର ଲାଇସେନ୍ସ ବାତିଲ କରିସାରିଛି । ଏହି କ୍ରମରେ ନିକଟ ଅତୀତରେ ଆରବିଆଇ ଅନ୍ୟ ବ୍ୟାଙ୍କର ଲାଇସେନ୍ସକୁ ବାତିଲ କରି ଦେଇଛି, ଯାହା ପରେ ବ୍ୟାଙ୍କକୁ ଚଳିତ ମାସରୁ ଆର୍ଥିକ ନେଣଦେଣ ବନ୍ଦ କରିବାକୁ ପଡ଼ିବ । ଏଠାରେ କହି ରଖୁଛୁ ଯେ, ଅଗଷ୍ଟ ମାସରେ ପୁଣେ ଭିତ୍ତିକ ରୁପି କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ (Rupee Co-operative Bank Limited) ର ଲାଇସେନ୍ସ ବାତିଲ କରିବାକୁ ଆରବିଆଇ ନିଷ୍ପତ୍ତି ନେଇଥିଲା । ଆରବିଆଇର ଏହି ନିଷ୍ପତ୍ତି ପରେ ସେପ୍ଟେମ୍ବର ୨୨ରୁ ଏହି ବ୍ୟାଙ୍କର ବ୍ୟାଙ୍କିଂ ସେବା ବନ୍ଦ ରହିବ ।

ଆରବିଆଇ ଅନୁଯାୟୀ ବ୍ୟାଙ୍କ ସେପ୍ଟେମ୍ବର ୨୨ରୁ ଏହାର ବ୍ୟବସାୟ ବନ୍ଦ କରିବ । ଏଭଳି ପରିସ୍ଥିତିରେ ଗ୍ରାହକ ଟଙ୍କା ଜମା କରିପାରିବେ ନାହିଁ କିମ୍ବା ଟଙ୍କା ଉଠାଇ ପାରିବେ ନାହିଁ । ଏଠାରେ ଜଣାଇ ରଖୁଛୁ ଯେ, ରୁପି କୋ-ଅପରେଟିଭ୍ ବ୍ୟାଙ୍କର ବ୍ୟାଙ୍କିଂ ଲାଇସେନ୍ସ ବାତିଲ ହୋଇଛି । କାରଣ ବ୍ୟାଙ୍କ ପାଖରେ ପର୍ଯ୍ୟାପ୍ତ ପୁଞ୍ଜି ନାହିଁ ଓ ଆୟର ସମ୍ଭାବନା ମଧ୍ୟ ନାହିଁ ।

ଆରବିଆଇ ଅନୁଯାୟୀ, ଏହା ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟ, ୧୯୪୯ର ଧାରା ୫୬ ସହ ଧାରା ୧୧(୧) ଓ ଧାରା ୨୨ (୩) (d) ର ପ୍ରାବଧାନର ଅନୁପାଳନ କରେ ନାହିଁ । ବ୍ୟାଙ୍କ ଧାରା ୨୨ (୩) (୧), ୨୨(୩) (b), ୨୨ (୩) (c), ୨୨ (୩) (d) ଏବଂ ୨୨ (୩) (e) ର ଆବଶ୍ୟକତା ପାଳନ କରିବାରେ ବିଫଳ ହୋଇଛି । DICGC ଅଧିନିୟମ, ୧୯୬୧ର ନିୟମାବଳୀ ଅନୁଯାୟୀ, ପ୍ରତ୍ୟେକ ଜମାକାରୀ ୫,୦୦,୦୦୦ ବା ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ବୀମା ଦାବି ପାଇବାକୁ ହକଦାର ହେବେ ।

ଅଧିକ ପଢ଼ନ୍ତୁ:-ED Raid: ଆମୀର ଖାନଙ୍କ ଘରେ ଇଡିର ଚଢ଼ାଉ, ୧୭ କୋଟି ଟଙ୍କା ଜବତ! ୫ଟି ଟ୍ରଙ୍କରେ ଭରିଥିଲା ନୋଟ, ଜାଣନ୍ତୁ ଠକାମିର ସମ୍ପୂର୍ଣ୍ଣ କାହାଣୀ...

ଅଧିକ ପଢ଼ନ୍ତୁ:-ଲୁଣ ଖାଇବାକୁ ନେଇ ଗାଇଡଲାଇନ ଜାରି କଲା WHO, ଆପଣ ଯଦି ଦିନରେ ୫ ଗ୍ରାମରୁ ଅଧିକ ଖାଉଛନ୍ତି ତେବେ ଶରୀରର ଏହି ଅଙ୍ଗ ହୋଇଯିବ ନଷ୍ଟ

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପ ପୂର୍ବରୁ ବଦଳିଯିବ ଭାରତୀୟ ଅଧିନାୟକ, ଏହି ଖେଳାଳିଙ୍କୁ ମିଳିବ ବଡ଼ ଦାୟିତ୍ୱ

 

ଏହା ବ୍ୟତୀତ ଅକ୍ଟୋବର ୧ରୁ ବ୍ୟାଙ୍କିଙ୍ଗ୍ ସେକ୍ଟର ସହ ଜଡ଼ିତ ନିୟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏକ ଆଦେଶ ଜାରି କରିଛି । ପ୍ରକୃତରେ, କ୍ରେଡିଟ୍ କାର୍ଡ (Credit Card) ଓ ଡେବିଟ୍ କାର୍ଡ (Debit Card) ବ୍ୟବହାରକାରୀଙ୍କ ପାଇଁ ଆରବିଆଇ ଅକ୍ଟୋବର ୧ରୁ କାର୍ଡ-ଅନ୍-ଫାଇଲ୍ ଟୋକେନାଇଜେସନ୍ (CoF Card Tokenisation) ନିୟମ ଆଣିବାକୁ ଯାଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କହିଛି ଯେ, ଟୋକେନାଇଜେସନ୍ ସିଷ୍ଟମରେ ପରିବର୍ତ୍ତନ ପରେ କାର୍ଡଧାରୀମାନେ ଅଧିକ ସୁବିଧା ଓ ସୁରକ୍ଷା ପାଇବେ ।

ଆରବିଆଇ ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ନୂତନ ନିୟମର ଉଦ୍ଦେଶ୍ୟ ହେଉଛି ପୂର୍ବ ଅପେକ୍ଷା କ୍ରେଡିଟ୍ ଓ ଡେବିଟ୍ କାର୍ଡ ମାଧ୍ୟମରେ ପେମେଣ୍ଟକୁ ଅଧିକରୁ ଅଧିକ ସୁରକ୍ଷିତ କରିବା । ବାସ୍ତବରେ, ଗତ କିଛି ଦିନ ହେବ କ୍ରେଡିଟ୍-ଡେବିଟ୍ କାର୍ଡ ସହିତ ହେଉଥିବା ଠକେଇର ଅନେକ ଖବର ସାମ୍ନାକୁ ଆସୁଥିଲା । କିନ୍ତୁ ନୂତନ ନିୟମ ଲାଗୁ ହେବା ପରେ ଯଦି ଗ୍ରାହକମାନେ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ମାଧ୍ୟମରେ ଅନଲାଇନ୍, ପଏଣ୍ଟ ଅଫ୍ ସେଲ୍ (POS) କିମ୍ବା ଆପରେ ଟ୍ରାଞ୍ଜେକଶନ କରନ୍ତି, ତେବେ ସମସ୍ତ ବିବରଣୀ ଏନକ୍ରିପ୍ଟ୍ କୋଡ (Encrypted Code) ରେ ସେଭ୍ ହେବ ।