RBI New Rule for ATM: ଆରବିଆଇ ଏଟିଏମ୍ ଟ୍ରାନ୍ଜେକ୍ସନ ସହ ଜଡିତ ନିୟମରେ ପରିବର୍ତ୍ତନକୁ ଅନୁମତି ଦେଇଛି । ବର୍ତ୍ତମାନ ୧ ଜାନୁୟାରୀ ୨୦୨୨ ଠାରୁ ନିର୍ଦ୍ଧାରିତ ସୀମାଠାରୁ ଏଟିଏମରୁ ଅଧିକ ଟଙ୍କା ଉଠାଇଲେ ଗ୍ରାହକଙ୍କୁ ପ୍ରତ୍ୟେକ ଟ୍ରାନ୍ଜେକ୍ସନ ପାଇଁ ୨୦ ଟଙ୍କା ବଦଳରେ ୨୧ ଟଙ୍କା ଦେବାକୁ ପଡିବ ।
Trending Photos
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଗୁରୁବାର ଦିନ ଏଟିଏମ୍ ଟ୍ରାନ୍ଜେକ୍ସନ (ATM transaction) ସହ ଜଡିତ ନିୟମରେ ପରିବର୍ତ୍ତନ ଆଣିବାକୁ ଅନୁମତି ଦେଇଛି । ବର୍ତ୍ତମାନ ୧ ଜାନୁୟାରୀ ୨୦୨୨ ଠାରୁ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଟଙ୍କା ଏଟିଏମରୁ (ATM) ଉଠାଇଲେ ଗ୍ରାହକଙ୍କୁ ପ୍ରତ୍ୟେକ ଟ୍ରାନ୍ଜେକ୍ସନ ପାଇଁ ୨୦ ଟଙ୍କା ବଦଳରେ ୨୧ ଟଙ୍କା ଦେବାକୁ ପଡିବ ।
ତେବେ ଆରବିଆଇ କହିଛି ଯେ ଗ୍ରାହକମାନଙ୍କ ପାଇଁ ପାଞ୍ଚଟି ମାଗଣା କାରବାରର ସୁବିଧା (Financial and non-financial transactions) ସେମାନଙ୍କ ବ୍ୟାଙ୍କ ଏଟିଏମରୁ ପ୍ରତି ମାସରେ ଜାରି ରହିବ । ସେମାନେ ମେଟ୍ରୋ ସହରରେ ଥିବା ଅନ୍ୟ ବ୍ୟାଙ୍କଗୁଡିକର ଏଟିଏମରୁ ଓ ପାଞ୍ଚଟି ଅଣ-ମେଟ୍ରୋ ସହରରେ ମଧ୍ୟ ତିନୋଟି ମାଗଣା କାରବାର କରିବାକୁ ସକ୍ଷମ ହେବେ । ଏହା ବ୍ୟତୀତ ବ୍ୟାଙ୍କଗୁଡ଼ିକୁ ଏଟିଏମ୍ ଟ୍ରାନ୍ଜେକ୍ସନ (ATM transaction) ପାଇଁ ପ୍ରତ୍ୟେକ ଆର୍ଥିକ କାରବାର ପାଇଁ ୧୫ ରୁ ୧୭ ଟଙ୍କା ଓ ଅଣ ଆର୍ଥିକ କାରବାର (Financial transactions) ପାଇଁ ୫ ରୁ ୬ ଟଙ୍କା ବୃଦ୍ଧି କରିବାକୁ ଅନୁମତି ଦିଆଯାଇଛି ।
ଅଧିକ ପଢ଼ନ୍ତୁ: ପୁଣି ଚର୍ଚ୍ଚାରେ ତେଜ ପ୍ରତାପ, ହସ୍ପିଟାଲ ଅଧୀକ୍ଷକ କହିଲେ - Go Outside
ବୃଦ୍ଧି ପାଇଲା ଏଟିଏମ୍ ସ୍ଥାପନ ଓ ରକ୍ଷଣାବେକ୍ଷଣ ମୂଲ୍ୟ
ଆରବିଆଇ କହିଛି ଯେ ବ୍ୟାଙ୍କଗୁଡିକ / ହ୍ୱାଇଟ ଲେବଲ୍ ଏଟିଏମ୍ ଅପରେଟରଙ୍କ ଦ୍ୱାରା ବଢୁଥିବା ଏଟିଏମ୍ ସ୍ଥାପନା ଓ ଏଟିଏମ୍ ରକ୍ଷଣାବେକ୍ଷଣ ଖର୍ଚ୍ଚର ସନ୍ତୁଳନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ୟାଙ୍କଗୁଡିକ ଚାର୍ଜ ବୃଦ୍ଧି କରିବାକୁ ଅନୁମତି ଦିଆଯାଇଛି ।
ଏଟିଏମ୍ ଚାର୍ଜ ସମୀକ୍ଷା କରିବାକୁ ୨୦୧୯ ରେ କମିଟି ଗଠନ କରାଯାଇଥିଲା
ଜୁନ୍ ୨୦୧୯ ରେ ଆରବିଆଇ ଏଟିଏମ୍ ଚାର୍ଜ ସମୀକ୍ଷା କରିବା ପାଇଁ ଭାରତୀୟ ବ୍ୟାଙ୍କ ଆସୋସିଏସନର ତତ୍କାଳୀନ ସଭାପତି ଭି.ଜି କନ୍ନନଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲା । କମିଟିର ସୁପାରିଶ ଜୁଲାଇ ୨୦୨୦ ରେ ସାର୍ବଜନୀନ କରାଯାଇଥିଲା । ଏଟିଏମ୍ ଚାର୍ଜ ଗଣନା ପାଇଁ ଜନସଂଖ୍ୟାକୁ ଏକ ମେଟ୍ରିକ୍ ଭାବରେ ବ୍ୟବହାର କରିବାକୁ କମିଟି ସୁପାରିଶ କରିଥିଲା ।
ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି ଏହି ସବୁ କହିଗଲେ ସଞ୍ଜୟ ରାଉତ
ଆରବିଆଇ କହିଛି ଯେ "ଏଟିଏମ୍ କାରବାର ପାଇଁ ଇଣ୍ଟରଚେଞ୍ଜ୍ ଢାଞ୍ଚାର ଶେଷ ପରିବର୍ତ୍ତନ ଅଗଷ୍ଟ ୨୦୧୨ ରେ ହୋଇଥିବାବେଳେ ଗ୍ରାହକଙ୍କ ଦ୍ୱାରା ଚାର୍ଜ ଶେଷ ଥର ପାଇଁ ଅଗଷ୍ଟ ୨୦୧୪ ରେ ସଂଶୋଧିତ ହୋଇଥିଲା । ତେଣୁ ଏହି ଚାର୍ଜ ବଦଳାଯିବା ପରେ ଏହା ଦୀର୍ଘ ସମୟ ହୋଇଗଲାଣି ।"