ଦେଶର କୁବେର ଭଣ୍ଡାର ମୁଖ୍ୟ କର୍ମଚାରୀ କୋରୋନା ସଂକ୍ରମିତ ହୋଇଛନ୍ତି।
Trending Photos
)
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କୋରୋନାରେ ସଂକ୍ରମିତ ହୋଇଛନ୍ତି। ନିଜେ ଟ୍ୱିଟ୍ କରି ସେ ରବିବାର ଏହି ସୂଚନା ଦେଇଛନ୍ତି। ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା ଜଣା ପଡିଛି।
ଶକ୍ତିକାନ୍ତ ତାଙ୍କ ଟ୍ୱିଟରେ କହିଛନ୍ତି ଯେ, ସେ କୋରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ଦେହରେ କୋରୋନାର କୌଣସି ଲକ୍ଷଣ ଦେଖାଯାଇ ନାହିଁ। ସେ ସୁସ୍ଥ ଅଛନ୍ତି। ତଥାପି ରିପୋର୍ଟ ପଜିଟିଭ୍ ଆସିଛି। ତାଙ୍କ ସଂସ୍ପର୍ଷରେ ଆସିଥିବା ବ୍ୟାକ୍ତିଙ୍କୁ ସତର୍କ ରହିବାକୁ ଶକ୍ତିକାନ୍ତ ପରାମର୍ଶ ବି ଦେଇଛନ୍ତି।
I have tested COVID-19 positive. Asymptomatic.Feeling very much alright.Have alerted those who came in contact in recent days.Will continue to work from isolation. Work in RBI will go on normally. I am in touch with all Dy. Govs and other officers through VC and telephone.
— Shaktikanta Das (@DasShaktikanta) October 25, 2020
ସେ ବର୍ତ୍ତମାନ ଆଇସୋଲେସନରେ ଅଛନ୍ତି। ରିଜର୍ଭ ବ୍ୟାଙ୍କର କୌଣସି କାର୍ଯ୍ୟ ବ୍ୟହାତ ହେବନାହିଁ। ସେ ଘରେ ରହି କାମ କରିବେ। ଫୋନ ଏବଂ ଭର୍ଚୁଆଲ ମାଧ୍ୟମରେ ରିଜର୍ଭ ବ୍ୟାଙ୍କର ସମସ୍ତ ଡେପୁଟି ଗଭର୍ଣ୍ଣର ଓ ଅନ୍ୟ ଅଧିକାରୀଙ୍କ ସହ ସମ୍ପର୍କରେ ରହିବେ ବୋଲି ଶକ୍ତିକାନ୍ତ ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି।
ତେବେ ଶକ୍ତିକାନ୍ତ କିଭଳି କୋରୋନାରେ ସଂକ୍ରମିତ ହେଲେ ତାହା ଜଣାପଡିନାହିଁ। ତାଙ୍କ ସଂସ୍ପର୍ଷରେ ଆସିଥିବା ଲୋକଙ୍କ ଟ୍ରେସିଂ କରାଯାଉଛି। ଗଭର୍ଣ୍ଣରଙ୍କ ଅଫିସକୁ ସାନିଟାଇଜ କରାଯାଇଛି। ସେପଟେ ବିଶିଷ୍ଟ ବ୍ୟକ୍ତିଗଣ ଶକ୍ତିକାନ୍ତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି।