ଅଗଷ୍ଟ ୧ରୁ ଲାଗୁ ହେବ ଦରମା, ପେନସନ୍ ଏବଂ EMI ପେମେଣ୍ଟ ପାଇଁ ନୂଆ ନିୟମ!
Advertisement

ଅଗଷ୍ଟ ୧ରୁ ଲାଗୁ ହେବ ଦରମା, ପେନସନ୍ ଏବଂ EMI ପେମେଣ୍ଟ ପାଇଁ ନୂଆ ନିୟମ!

ଅନେକ ଥର ଏହା ଘଟେ ଯେ ମାସର ପ୍ରଥମ ଦିନ ସପ୍ତାହ ଶେଷରେ ପଡେ । ଯେଉଁ କାରଣରୁ ବେତନ ପ୍ରାପ୍ତ ଶ୍ରେଣୀଙ୍କୁ ସୋମବାର ପର୍ଯ୍ୟନ୍ତ ସେମାନଙ୍କ ବେତନ ଆକାଉଣ୍ଟରେ କ୍ରେଡିଟ୍ ପାଇଁ ଅପେକ୍ଷା କରିବାକୁ ପଡେ ।

ଅଗଷ୍ଟ ୧ରୁ ଲାଗୁ ହେବ ଦରମା, ପେନସନ୍ ଏବଂ EMI ପେମେଣ୍ଟ ପାଇଁ ନୂଆ ନିୟମ!

ନୂଆଦିଲ୍ଲୀ: New RBI Rules: ଦରମା, ପେନସନ୍ ଏବଂ EMI ପେମେଣ୍ଟ ପରି ଗୁରୁତ୍ୱପୂର୍ଣ୍ଣ କାରବାର ପାଇଁ ଆପଣଙ୍କୁ ଆଉ କାର୍ଯ୍ୟ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ନ୍ୟାସନାଲ ଅଟୋମେଟେଡ୍ କ୍ଲିରିଂ ହାଉସ୍ (National Automated Clearing House-NACH) ର ନିୟମ ପରିବର୍ତ୍ତନ କରିଛି । ଏହି ପରିବର୍ତ୍ତନଗୁଡିକ ଅଗଷ୍ଟ 1, ୨୦୨୧ରୁ କାର୍ଯ୍ୟକାରୀ ହେବ । ବର୍ତ୍ତମାନ ଆପଣଙ୍କୁ ଶନିବାର ଓ ରବିବାର ଅର୍ଥାତ ସପ୍ତାହ ଶେଷରେ ଆପଣଙ୍କ ଦରମା କିମ୍ବା ପେନସନ୍ ପାଇଁ ଅପେକ୍ଷା କରିବାକୁ ପଡିବ ନାହିଁ । ଆପଣ ଏହି ସେବାଗୁଡିକ ସାରା ସପ୍ତାହ ପାଇବେ ।

NACH ର ସୁବିଧା ବର୍ତ୍ତମାନ ପୁରା ସପ୍ତାହରେ ମିଳିବ

ଅନେକ ଥର ଏହା ଘଟେ ଯେ ମାସର ପ୍ରଥମ ଦିନ ସପ୍ତାହ ଶେଷରେ ପଡେ । ଯେଉଁ କାରଣରୁ ବେତନ ପ୍ରାପ୍ତ ଶ୍ରେଣୀଙ୍କୁ ସୋମବାର ପର୍ଯ୍ୟନ୍ତ ସେମାନଙ୍କ ବେତନ ଆକାଉଣ୍ଟରେ କ୍ରେଡିଟ୍ ପାଇଁ ଅପେକ୍ଷା କରିବାକୁ ପଡେ । RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗତ ମାସର କ୍ରେଡିଟ ପଲିସି ରିଭ୍ୟୁ କରିବା ସମୟରେ ଘୋଷଣା କରିଥିଲେ ଯେ,  ଗ୍ରାହକଙ୍କ ସୁବିଧାକୁ ଆହୁରି ବଢାଇବା ତଥା 24x7 ରିଅଲ୍ ଟାଇମ୍ ଗ୍ରସ୍ ସେଟଲେମେଣ୍ଟ (RTGS) ର ଲାଭ ଉଠାଇବା ପାଇଁ, NACH ଯାହା ବର୍ତ୍ତମାନ ବ୍ୟାଙ୍ଗଗୁଡ଼ିକର କାର୍ଯ୍ୟ ଦିନରେ ଉପଲବ୍ଧ, ତାହା ସପ୍ତାହର ସମସ୍ତ ଦିନରେ ଲାଗୁ କରିବାର ପ୍ରସ୍ତାବ ଦିଆଯାଇଛି, ଯାହା ଅଗଷ୍ଟ ୧, ୨୦୨୧ରୁ କାର୍ଯ୍ୟକାରୀ  ହେବ ।

ଅଧିକ ପଢ଼ନ୍ତୁ:-ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା, ଆଖି ବୁଜିଲେ ୪୮୩ ସଂକ୍ରମିତ

ଏବେ ୱିକେଣ୍ଡରେ ମିଳିବ ବେତନ, ପେନସନ୍, EMI ପେମେଣ୍ଟ 

NACH ହେଉଛି ଏକ ବଲ୍କ ପେମେଣ୍ଟ ସିଷ୍ଟମ ଯାହା ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଦ୍ୱାରା ପରିଚାଳିତ । ଯାହା ବିଭିନ୍ନ ପ୍ରକାରର କ୍ରେଡିଟ୍ ଟ୍ରାନ୍ସଫରକୁ ସୁବିଧା କରିଥାଏ ଯେପରିକି ଡିଭିଡେଣ୍ଡ, ସୁଧ, ଦରମା ଏବଂ ପେନସନ୍ । ଏହା ବ୍ୟତୀତ ବିଦ୍ୟୁତ୍ ବିଲ୍, ଗ୍ୟାସ୍, ଟେଲିଫୋନ୍, ଜଳ, ଋଣ EMI, ମ୍ୟୁଚୁଆଲ୍ ଫଣ୍ଡ ନିବେଶ ଏବଂ ବୀମା ପ୍ରିମିୟମ ଦେୟ ପ୍ରଦାନର ସୁବିଧା ମଧ୍ୟ ପ୍ରଦାନ କରିଥାଏ । ଅର୍ଥାତ୍ ବର୍ତ୍ତମାନ ଏହି ସମସ୍ତ ସୁବିଧା ପାଇବା ପାଇଁ ଆପଣଙ୍କୁ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ, ଏହି କାର୍ଯ୍ୟ ୱିକେଣ୍ଡରେ ମଧ୍ୟ କରାଯିବ ।

ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍