• ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ୨୬-୨୭ରେ ଦକ୍ଷିଣ ଓଡ଼ିଶାର ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ହେବ
  • ରୁଷିକୂଲ୍ୟା ଏବଂ ନାଗାବଳୀ ନଦୀରେ ବନ୍ୟା ଆଶଙ୍କା
  • ଖାଲୁଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି : SRC
  • ଆସନ୍ତାକାଲି ସଂଧ୍ୟା ସୁଦ୍ଧା କଳିଙ୍ଗପାଟନମ ନିକଟ ଉପକୂଳରେ ବାତ୍ୟା ମାଡ଼ ହେବା ଆଶଙ୍କା
  • ସମ୍ଭାବ୍ୟ ବାତ୍ୟା ପାଇଁ ଗଜପତି ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୬୦୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୪୯୪ ସୁସ୍ଥ
  • ରାଜ୍ୟରେ ୨୪ ଘଣ୍ଟାରେ ୭ ଆକ୍ରାନ୍ତଙ୍କ ଜୀବନ ନେଲା କୋରୋନା
  • ମୁଣ୍ଡଳୀ ବ୍ୟାରେଜରେ ଓଡ୍ରାଫ ବୋଟ ଓଲଟିବା ଘଟଣା
  • ହାତୀ ଓ ନିଖୋଜ ଓଡ୍ରାଫ ଯବାନଙ୍କ ମିଳୁନି ପତ୍ତା

ବ୍ୟକ୍ତିଗତ ଋଣକୁ ନେଇ RBI ଜାରି କଲା ନୂଆ ଆଦେଶ, ଜାଣନ୍ତୁ ସଂପୂର୍ଣ୍ଣ ମାମଲା

ଏହା ଆର୍ଥିକ ବ୍ୟବସ୍ଥାକୁ ମଜବୁତ କରିବ । ୨୫ ଲକ୍ଷର ବର୍ତ୍ତମାନର ସୀମା ୨୫ ବର୍ଷ ପୂର୍ବେ ୧୯୬୬ରେ ସ୍ଥିର କରାଯାଇଥିଲା ।

ବ୍ୟକ୍ତିଗତ ଋଣକୁ ନେଇ RBI ଜାରି କଲା ନୂଆ ଆଦେଶ, ଜାଣନ୍ତୁ ସଂପୂର୍ଣ୍ଣ ମାମଲା

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏକ ନୂଆ ସର୍କୁଲାର ଜାରି କରିଛି । ଏହି ସର୍କୁଲାର ଅନୁଯାୟୀ, ବ୍ୟକ୍ତିଗତ ଋଣର ସୀମା ଯାହା ବୋର୍ଡ ଅଫ୍ ଡାଇରେକ୍ଟର୍ସ, ମ୍ୟାନେଜିଂ ଡାଇରେକ୍ଟର ଏବଂ ଚେୟାରମ୍ୟାନଙ୍କ ପରିବାର ସଦସ୍ୟଙ୍କୁ ତାଙ୍କ କିମ୍ବା ଅନ୍ୟ କୌଣସି ବ୍ୟାଙ୍କରୁ ମିଳୁଥିବା ବ୍ୟକ୍ତିଗତ ଋଣ (Personal Loan) ର ସୀମାକୁ ୨୫ ଗୁଣ ବଢାଇ ଦିଆଯାଇଛି ।  ବର୍ତ୍ତମାନ ଏହାର ସର୍ବାଧିକ ସୀମା ୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ଯାହାକି ପୂର୍ବେ ୨୫ ଲକ୍ଷ ଥିଲା ।

ଏହି ସର୍କୁଲାର ଅନୁଯାୟୀ, କୌଣସି ବ୍ୟାଙ୍କ ନିଜ ବ୍ୟାଙ୍କର ବୋର୍ଡ ଅଫ ଡାଇରେକ୍ଟର୍ସ କିମ୍ବା ବ୍ୟାଙ୍କର ଚେୟାରମ୍ୟାନ୍ ତଥା ସେମାନଙ୍କର ଘନିଷ୍ଠ ପରିବାର ସଦସ୍ୟଙ୍କୁ ସର୍ବାଧିକ ୫ କୋଟି ଋଣ ଦେଇପାରିବ । ୨୫ ଲକ୍ଷର ପୁରୁଣା ସୀମା ୧୯୬୬ରେ ସ୍ଥିର କରାଯାଇଥିଲା ଯାହା ସଂଶୋଧିତ ହୋଇଛି । ରିଜର୍ଭ ବ୍ୟାଙ୍କ (RBI) ଉପର ସୀମା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି କାରଣ ଗତ ତିନି ଦଶନ୍ଧି ମଧ୍ୟରେ ମୁଦ୍ରାସ୍ଫୀତି ବହୁତ ବୃଦ୍ଧି ପାଇଛି । ଏହା ବ୍ୟତୀତ ସୀମା ବୃଦ୍ଧି ହେତୁ ବ୍ୟାଙ୍କିଙ୍ଗ ଜଗତର ବିଶେଷଜ୍ଞମାନେ ମଧ୍ୟ ନିର୍ଦ୍ଦେଶକ ବୋର୍ଡରେ ଯୋଗଦେବେ । ଏହା ଆର୍ଥିକ ବ୍ୟବସ୍ଥାକୁ ମଜବୁତ କରିବ । ୨୫ ଲକ୍ଷର ବର୍ତ୍ତମାନର ସୀମା ୨୫ ବର୍ଷ ପୂର୍ବେ ୧୯୬୬ରେ ସ୍ଥିର କରାଯାଇଥିଲା ।

ଅଧିକ ପଢ଼ନ୍ତୁ:-ସକାଳୁ ଉଠିବା ମାତ୍ରେ କରନ୍ତୁ ଏହିସବୁ କାମ, ଜୀବନରେ ହେବ ନାହିଁ କୌଣସି ଅସୁବିଧା

ପରିଚାଳନା କମିଟିରୁ ଅନୁମୋଦନ ଆବଶ୍ୟକ 

ଏହାର ସର୍କୁଲାରରେ ରିଜର୍ଭ ବ୍ୟାଙ୍କ (RBI) ଏହା ମଧ୍ୟ କହିଛି ଯେ, ନିର୍ଦ୍ଦେଶକ କିମ୍ବା ପରିଚାଳନା କମିଟି ଅନୁମୋଦନ ନକଲେ କୌଣସି ବ୍ୟାଙ୍କ ଏହାକୁ ଅଗ୍ରୀମ କିମ୍ବା ଋଣ ଆକାରରେ ଦେଇପାରିବେ ନାହିଁ । ଏହି ଋଣ କେବଳ BOD ରୁ ଅନୁମୋଦନ ପାଇବା ପରେ ପତିପତ୍ନୀ ଏବଂ ନିର୍ଭରଶୀଳ ପିଲାମାନଙ୍କ ବ୍ୟତୀତ ଅନ୍ୟ ସମ୍ପର୍କୀୟଙ୍କୁ ପ୍ରଦାନ କରାଯାଇପାରିବ । ଏହି ନିୟମ ପରିଚାଳନା ନିର୍ଦ୍ଦେଶକ, ଅନ୍ୟ ନିର୍ଦ୍ଦେଶକ ଏବଂ ଅଧ୍ୟକ୍ଷଙ୍କ ପାଇଁ ଲାଗୁ ହୋଇଥାଏ ।

ଅଧିକ ପଢ଼ନ୍ତୁ:-ପୁଣି ବଢ଼ିଲା କୋରୋନା ମାମଲା: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୫୪୬ ସଂକ୍ରମିତ

ଚନ୍ଦା କୋଚର ଏହି ପଦର କରିଥିଲେ ଅପବ୍ୟବହାର 

ଅତୀତରେ ଏହା ଦେଖାଯାଇଛି ଯେ ବ୍ୟାଙ୍କକୁ BOD ଓ ଚେୟାରମ୍ୟାନ ନିଜ ପଦର ଅପବ୍ୟବହାର କରିଥିଲେ ଏବଂ ପରିବାର ସଦସ୍ୟଙ୍କୁ ଏହାର ଫାଇଦା ଦିଆଯାଇଥିଲା । ଆଇସିସିଆଇ ବ୍ୟାଙ୍କର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଚନ୍ଦା କୋଚରଙ୍କ ମାମଲା ତ ମନେ ଥିବ । ସେ ତାଙ୍କ ପଦର ଅପବ୍ୟବହାର କରି ଭିଡିଓକନକୁ ୩୨୫୦ କୋଟିର ଋଣ ଜାରି କରିଥିବାର ଅଭିଯୋଗ ଆସିଥିଲା । ଏହି ଚୁକ୍ତି ସଂପୂର୍ଣ୍ଣ କରିବା ପାଇଁ ଭିଡ଼ିଓକୋନର ଭେନୁଗୋପାଲ୍ ଧୁଟ୍ ଚନ୍ଦା କୋଚରଙ୍କ ସ୍ୱାମୀଙ୍କ କମ୍ପାନୀ ନ୍ୟୁ ପାୱାର ରିନ୍ୟୁଆଲ୍ସରେ ୬୪ କୋଟି ବିନିଯୋଗ କରିଥିଲେ ।

ଅଧିକ ପଢ଼ନ୍ତୁ:-ପେଟ ସମ୍ବନ୍ଧୀୟ ରୋଗ ପାଇଁ ଲାଭଦାୟକ ହୋଇଥାଏ ସେଥିର ସେବନ, ଜାଣନ୍ତୁ ଏହାର ଅନ୍ୟାନ୍ୟ ଉପକାରିତା