ଦେଶରେ କାହିଁକି ବୃଦ୍ଧି ପାଉଛି Black Fungus ସଂକ୍ରମଣ? ସାମ୍ନାକୁ ଆସିଲା ଏହି କାରଣ
Advertisement
Article Detail0/zeeodisha/odisha911766

ଦେଶରେ କାହିଁକି ବୃଦ୍ଧି ପାଉଛି Black Fungus ସଂକ୍ରମଣ? ସାମ୍ନାକୁ ଆସିଲା ଏହି କାରଣ

ଦେଶରେ ବ୍ଲାକ ଫଙ୍ଗସ ସଂକ୍ରମଣ କାହିଁକି ବୃଦ୍ଧି ପାଉଛି ତାହାର କାରଣ ଏବେ ସାମ୍ନାକୁ ଆସିଛି। 

ଦେଶରେ କାହିଁକି ବୃଦ୍ଧି ପାଉଛି Black Fungus ସଂକ୍ରମଣ? ସାମ୍ନାକୁ ଆସିଲା ଏହି କାରଣ

ନୂଆଦିଲ୍ଲୀ: ଗଣ ଟିକାକରଣ ସତ୍ତ୍ୱେ ଦେଶରୁ ହ୍ରାସ ପାଇନାହିଁ କୋରୋନା ମହାମାରୀର ପ୍ରକୋପ। ପ୍ରାୟ ବର୍ଷେରୁ ଅଧିକ ସମୟ ଧରି ଏହି ବିଶ୍ୱ ମହାମାରୀର ପ୍ରଭାବ ଜାରି ରହିଥିବା ବେଳେ ଚଳିତ ବର୍ଷ  ବ୍ଲାକ ଫଙ୍ଗସ୍ , ହ୍ୱାଇଟ ଫଙ୍ଗସ୍, ୟଲୋ ଫଙ୍ଗସ୍ ଭଳି ନୂଆ ସଂକ୍ରମକ ରୋଗ ଲୋକଙ୍କ ମନରେ ଖେଳାଇ ଦେଇଛି ଆତଙ୍କ। 

ଏ ପର୍ଯ୍ୟନ୍ତ ଦେଶବାସୀ କୋରୋନା ମହାମାରୀ (Corona Pandemic) କବଳରୁ ମୁକ୍ତି ପାଇନଥିବା ବେଳେ ବର୍ତ୍ତମାନ ସମୟରେ ବ୍ଲାକ ଫଙ୍ଗସ୍ (Black Fungus), ହ୍ୱାଇଟ ଫଙ୍ଗସ୍ (White Fungus), ୟଲୋ ଫଙ୍ଗସ୍ (Yellow Fungus) ଭଳି ନୂଆ ସଂକ୍ରମଣ ଜନିତ ରୋଗ ଦ୍ୱାରା ଅନେକ ଲୋକ ଆକ୍ରାନ୍ତ ହେଉଥିବାର ଖବର ଗଣମାଧ୍ୟମରେ ପ୍ରସାରିତ ହେଉଛି। 

Also Read: Onion କାରଣରୁ ବ୍ୟାପୁଛି Black Fungus ସଂକ୍ରମଣ; ଏହି ଜବାବ ରଖିଲେ AIIMS Doctor

ଏପରିକି ଦେଶରେ କୋଭିଡ୧୯ ପରେ ବ୍ଲାକ ଫଙ୍ଗସ୍ ସଂକ୍ରମଣ ମାମଲା ବଢିବା ଏକ ସମସ୍ୟା ଭାବେ ଉଭା ହୋଇଛି। ଦେଶ ଅପେକ୍ଷା ବିଦେଶରେ ଏହାର ପ୍ରଭାବ ସେତେ ମାତ୍ରାରେ ଦୃଶ୍ୟମାନ ହୋଇନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ପ୍ରାୟ ୧୧ ହଜାରରୁ ଅଧିକ ବ୍ଲାକ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ଏହି ରୋଗରେ ସଂକ୍ରମିତ ହୋଇଥିବା ଅଧିକାଂଶ କୋରୋନା (Corona) କିମ୍ବା ମଧୁମେହ (Diabetic) ଭଳି ରୋଗରେ ପୂର୍ବରୁ ଆକ୍ରାନ୍ତ ହୋଇସାରିଛନ୍ତି। 

ଏନେଇ ପ୍ରତିକ୍ରିୟା ରଖି ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି (Weak Immune System) ରହିଥିବା ଲୋକଙ୍କ ଠାରେ କୋରୋନା ସଂକ୍ରମଣ ବ୍ୟତୀତ ଅନ୍ୟ ରୋଗ ଆକ୍ରାନ୍ତ କରିବାର ବିପଦ ରହିଛି। କୋଭିଡ୧୯ ସଂକ୍ରମଣରୁ ରକ୍ଷା ପାଇବା ଲାଗି ଅପରିଷ୍କାର ମାସ୍କର ଲଗାତାର ବ୍ୟବହାର, ଶିଳ୍ପ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଅମ୍ଳଜାନ (Industrial Cylinder) ସମେତ ଅନ୍ୟ କାରଣରୁ ଦେଶର ବ୍ଲାକ ଫଙ୍ଗସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହା ବ୍ୟତୀତ ମଣିଷ ଶରୀରରେ (Human Body) ଧୀର ଆରୋଗ୍ୟ କ୍ଷମତା (Slow Remedial Ability) ଭଳି କାରଣରୁ ଦେଶର ଉଭୟ ବ୍ଲାକ-ହ୍ୱାଇଟ ଫଙ୍ଗସ୍ (Black-White Fungus) ମାମଲା ବିଦେଶ ଅପେକ୍ଷା ଦେଶରେ ବଢିଚାଲିଛି।  

Also Read: Vaccine ନେବାର ୨ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବେ ନାହିଁ ଟିକା ନେଇଥିବା ବ୍ୟକ୍ତି! ଏପରି ଜବାବ ରଖିଲା PIB

ଫଙ୍ଗସ୍ ସଂକ୍ରମଣ ଉପରେ ପ୍ରତିକ୍ରିୟା ରଖି ଆମେରିକୀୟ (USA) ରୋଗ ନିୟାମକ ନିୟନ୍ତ୍ରଣ ଏବଂ ପ୍ରତିରୋଧ ପାଇଁ କେନ୍ଦ୍ର (Centers for Disease Control & Prevention Regulations) ପକ୍ଷରୁ କୁହାଯାଇଛି ମ୍ୟୁକୋର ମାଇକୋସିସ୍ (Mucor Mycosis) ଅଥବା ବ୍ଲାକ ଫଙ୍ଗସ୍ ସଂକ୍ରମଣ କ୍ଷେତ୍ରରେ ମୃତ୍ୟୁ ସମ୍ଭାବନା ୫୪ ପ୍ରତିଶତ ରହିଛି। ଭାରତର ପ୍ରାପ୍ତ ବୟସ୍କ ମୋଟ  ଜନସଂଖ୍ୟାରୁ ପ୍ରାୟ ୭ କୋଟି ଲୋକଙ୍କ ଠାରେ ସୁଗାର ଜନିତ ସମସ୍ୟା ରହିଛି। ସେମାନଙ୍କ ଶରୀରର ରୋଗ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବା ପାଇଁ ଷ୍ଟେରଏଡ (Steroid) ବ୍ୟବହାର କରାଯାଏ। ଯାହା ଫଳରପେ ସୁଗାର ମାତ୍ରା ବଢିବାରୁ ଡାଇବେଟିସ ଭଳି ରୋଗ ସମ୍ପର୍କିତ ସମସ୍ୟା ବଢିଯାଇଥାଏ।     

ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ରୋଗ ପାଇଁ ଔଷଧ ବ୍ୟବହାର କରିବା ଶରୀରରେ ରୋଗ ବ୍ୟାପିବାର ଅନ୍ୟତମ ମୁଖ୍ୟ କାରଣ। ଯାହା ଫଳରେ କୌଣସି ରୋଗୀଙ୍କୁ ସୁସ୍ଥ ହେବା ଲାଗି ସ୍ୱାଭାବିକ ଠାରୁ ଅଧିକ ସମୟ ଲାଗିଥାଏ। ଏହା ଦ୍ୱାରା ବିଭିନ୍ନ ଶାରିରୀକ ସମସ୍ୟା ଉତ୍ପନ ହେବା ସହ ବିଭିନ୍ନ ରୋଗ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ବଢିଯାଏ। ଭାରତରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ନିୟମିତ ଭାବେ ନିଜ ଶରୀରରେ ସୁଗାର ମାତ୍ରା ଯାଞ୍ଚ କରନ୍ତି ନାହିଁ କିମ୍ବା ଏହାକୁ ନିୟନ୍ତ୍ରିତ କରିବା କୌଣସି ଔଷଧ ସେବନ କରିନାହାଁନ୍ତି।

Also Read: Third Worldwar ପାଇଁ ୫ ବର୍ଷ ଧରି ଏପରି ପ୍ରସ୍ତୁତି କରିଥିଲା Dragon

କାରଣ ଏପରି ଲୋକଙ୍କୁ ଏହା ଅନୁଭବ ହୋଇଥାଏ ଯଦି ସେମାନେ ନିଜ ଶରୀରରେ ସୁଗାର ମାତ୍ରାକୁ ନିୟନ୍ତ୍ରଣ କରିବା କୌଣସି ଔଷଧ ବ୍ୟବହାର କରନ୍ତି ତାହେଲେ ସେମାନଙ୍କୁ ସାରା ଜୀବନ ଏହାକୁ ସେବନ କରିବାକୁ ପଡିବ। ଅନ୍ୟପଟେ ପରିଷ୍କାର ପରିଚ୍ଛନ ନରହିବା ରୋଗ ବ୍ୟାପିବାର ଅନ୍ୟତମ କାରଣ। କୋଭିଡ ସଂକ୍ରମଣରୁ ରକ୍ଷା ପାଇବା ଲାଗି ବ୍ୟବହୃତ ହୋଇଥିବା ପୁନର୍ବାର ଲମ୍ବା ସମୟ ଧରି ବ୍ୟବହାର କରିବା ଦ୍ୱାରା ରୋଗ କବଳିତ ହେବାରୁ ବର୍ତ୍ତି ପାରିନଥାଏ ମଣିଷ ଶରୀର।  

ଯଦିଓ ଅନ୍ୟ ଦେଶ ତୁଳନାରେ ଭାରତରେ ବ୍ଲାକ ଫଙ୍ଗସ୍ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି। କାରଣ ବିଶ୍ୱରେ ସର୍ବାଧିକ ମହୁମେହ ଆକ୍ରାନ୍ତ ରୋଗୀ ଦେଶରେ ଅଛନ୍ତି। ଯଦି ଭାରତ ସହିତ ବିଶ୍ୱର ସର୍ବାଧିକ କୋରୋନା ଆକ୍ରାନ୍ତ ଦେଶ ଆମେରିକାର ଡାଇବେଟିସ ରୋଗୀଙ୍କ ମଧ୍ୟରେ ତୁଳନା କରାଯାଏ ତାହେଲେ କେଉଁ ଦେଶରେ ଅଧିକ ମାତ୍ରାରେ ବ୍ଲାକ ଫଙ୍ଗସ୍ ବ୍ୟାପୁଛି ତାହା ସ୍ପଷ୍ଟ ହୋଇଯିବ। 

Also Read: 5G Testing ପ୍ରକ୍ରିୟାରୁ ବ୍ୟାପୁଛି Covid; କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟାଭିଡିଲା ପ୍ରଶାସନ

 କୌଣସି ବ୍ଲାକ ଫଙ୍ଗସ୍ ଆକ୍ରାନ୍ତଙ୍କ ଚିକିତ୍ସା ନିଜ ଘରେ ହୋଇପାରିବ ନାହିଁ। ଏହି ରୋଗରୁ ଆରୋଗ୍ୟ ଲାଭ କରିବା ପାଇଁ ତାଙ୍କୁ ଚିକିତ୍ସାଳୟ ଯିବାକୁ ହେବ। କାରଣ ବ୍ଲାକ ଫଙ୍ଗସ୍ ଚିକିତ୍ସା କେବଳ ମେଡିକାଲର ହୋଇପାରିବ। ଏହାର ଅନ୍ୟ କୌଣସି ବିକଳ୍ପ ନାହିଁ। ଏବେ ଫଙ୍ଗସ ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା କୋରୋନା ଆକ୍ରାନ୍ତ ଯିଏ ବେଶ ଲମ୍ବା ସମୟ ଧରି ଆଇସିୟୁରେ ଅଛନ୍ତି, କେମୋଥେରାପୀ ନେଉଥିବା କର୍କଟ ରୋଗୀ, ଷ୍ଟେରଏଡ ବ୍ୟବହାର କରୁଥିବା ରୋଗୀ, ଅନିୟନ୍ତ୍ରିତ ମଧୁମେହ ରୋଗୀ। ଭାରତ ବିଶ୍ୱର ଦ୍ୱିତୀୟ ଜନବହୁଳ ରାଷ୍ଟ୍ର ହୋଇଥିବାରୁ ଏଠାରେ ଅନ୍ୟ ଦେଶ ଅପେକ୍ଷା ଅଧିକ ମାତ୍ରାରେ ଫଙ୍ଗସ ଆକ୍ରାନ୍ତ ରୋଗୀ ରହିଛନ୍ତି।  

ବ୍ଲାକ ଫଙ୍ଗସ ଆକ୍ରାନ୍ତ ହେବା ପରେ କୌଣସି ବ୍ୟକ୍ତିଙ୍କ ନାକ, ମସ୍ତିଷ୍କ ଆଦି ଅଙ୍ଗ ଶରୀରର ଅନ୍ୟ ଅଙ୍ଗ ଅଧିକ ପ୍ରଭାବିତ ହୋଇଥାଏ। ମାତ୍ରାଧିକ ଷ୍ଟେରଏଡ ବ୍ୟବହାର, ପରିବେଶ, ଶିଳ୍ପ କ୍ଷେତ୍ରରେ ବ୍ୟବହୃତ ଅମ୍ଲଜାନର ବହୁଳ ବ୍ୟବହାର ଦ୍ୱାରା ଭାରତରେ ଫଙ୍ଗସ ଆକ୍ରାନ୍ତଙ୍କ ସଂଖ୍ୟା ଅନ୍ୟ ଦେଶ ତୁଳନାରେ ଅଧିକ ରହିଥିବା ଗବେଷକଙ୍କ ପକ୍ଷରୁ କୁହାଯାଇଛି।     

Also Read: ସ୍ଥିତି ଭୟଙ୍କର; ଦେଶରେ ଚିହ୍ନଟ ହେଲା ୭୭୧ ନୂଆ Corona Variant

ଫଙ୍ଗସ୍ ସଂକ୍ରମଣରୁ ରକ୍ଷା ପାଇବା ଲାଗି ଦେଶରେ ଲୋକେ ସେପରି କୌଣସି ସତର୍କତା ଅବଲମ୍ବନ କରିନଥିଲେ କିମ୍ବା ଘରେ ଔଷଧ ଭାବେ ଷ୍ଟେରଏଡ ବ୍ୟବହାର କରିଥିଲେ। ଯେଉଁ ରୋଗୀ ନିଜ ଘରେ ନିଜ ଯତ୍ନ ନେଉଥିଲା ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ ସେମାନଙ୍କ କ୍ଷେତ୍ରରେ ଅଧିକ ଫଙ୍ଗସ୍ ଦେଖିବାକୁ ମିଳିଛି। ଏହାକୁ ନିୟନ୍ତ୍ରଣ କରିବାକୁ ଯାଇ ଭାରତୀୟ ଚିକିତ୍ସକ ଲିପୋସୋମାଲ୍ ଆମ୍ଫୋଟେରାଇସିନ୍ ବି (Liposomal Amphotericin b) ନାମକ ଏକ ଇଞ୍ଜେକ୍ସନ ବ୍ୟବହାର କରୁଛନ୍ତି। ଏହାକୁ ଦେଶର ଉତ୍ପାଦନ କରିବାକୁ ୫ କମ୍ପାନୀକୁ ଲାଇସେନ୍ସ ପ୍ରଦାନ କରିଛନ୍ତି ଭାରତ ସରକାର। ଏହି ଔଷଧ ଦୁନିଆର ଯେକୌଣସି କୋଣରେ ଉପଲବ୍ଧ ହେଉଥିଲେ ମଧ୍ୟ ତୁରନ୍ତ ଏହାକୁ ଦେଶରେ ଉପଲବ୍ଧ କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।