)
ନୂଆଦିଲ୍ଲୀ: ରାଜସ୍ଥାନରେ ଅଶୋକ ଗେହଲଟ ସରକାର ବିରୋଧରେ ବିଦ୍ରୋହ କରିଥିବା ସଚିନ ପାଇଲଟଙ୍କ ଟ୍ୱିଟ । ତେବେ ପାଇଲଟଙ୍କ ଏହି ଟ୍ୱିଟ ରାଜସ୍ଥାନ ପଲିଟିକ୍ସକୁ ନେଇ ନୁହେଁ, ବରଂ ଆସାମ ଓ ବିହାର ବନ୍ୟାକୁ ନେଇ । ଉଭୟ ରାଜ୍ୟରେ ବନ୍ୟା ଦ୍ୱାରା ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ତେଣୁ ତାଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ଅପିଲ କରିଛନ୍ତି ସଚିନ ପାଇଲଟ । କହିରଖୁଛୁ, ଉଭୟ ରାଜ୍ୟରେ ଏବେ ଏନଡିଏ କ୍ଷମତାରେ ଅଛି ।
ଶନିବାର ସଚିନ ପାଇଲଟ ଟ୍ୱିଟ କରି କହିଛନ୍ତି, ''ମୁଁ ଆସାମା ଓ ବିହାର ବନ୍ୟା ଦ୍ୱାରା ପ୍ରଭାବିତ ଲୋକ ଏବଂ ସେମାନଙ୍କ ପରିଜନଙ୍କ ପାଇଁ ପ୍ରାର୍ଥନା କରୁଛି । କେବଳ ଆସାମାରେ ହିଁ ବନ୍ୟା ଦ୍ୱାରା ୬୮ ଲୋକଙ୍କ ମୃତ୍ୟୁ ହୋଇଛି । ୩୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ମୁଁ ସମସ୍ତ ଦେଶବାସୀଙ୍କୁ ଅପିଲ କରୁଛି, ବନ୍ୟା ପୀଡ଼ିତ ଲୋକଙ୍କ ସହାୟତା ପାଇଁ ଆଗେଇ ଆସନ୍ତୁ ।''
My thoughts & prayers with all those families affected by the Assam & Bihar floods. Over 68 lives lost & 3.6 million people affected in Assam alone.
I appeal to all Indians, to come together, join in the efforts to help support those affected in these extreme flood situations.— Sachin Pilot (@SachinPilot) July 18, 2020
ଏବେ ରାଜସ୍ଥାନ ପଲିଟିକ୍ସ ଉପରେ ସମଗ୍ର ଦେଶର ନଜର ରହିଛି । ଗେହଲଟ ସରକାରଙ୍କୁ ଭାଙ୍ଗିବା ପାଇଁ ପାଇଲଟ ଉଦ୍ୟମ କରୁଥିବା ଅଭିଯୋଗ ରହିଛି । ନିଜ ସମର୍ଥିତ ବିଧାୟକଙ୍କ ସହ ସେ ଏବେ ହରିୟାଣାରେ ଡେରା ପକାଇଛନ୍ତି । ଗତ ସପ୍ତାହରେ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ହଟେଇ ଦିଆଯାଇଥିଲା । ବିଧାୟକ ଦଳ ବୈଠକରେ ସଚିନ ପାଇଲଟ ଉପସ୍ଥିତ ନରହିବାରୁ ଏଭଳି ନିଷ୍ପତ୍ତି ନେଇଥିଲା କଂଗ୍ରେସ ।