ଭାରତରେ ମଧ୍ୟ କୋରୋନା ଭାଇରସର ବିପଦ ବଢ଼ିବାରେ ଲାଗିଛି । ଦେଶରେ ଚାଲିଥିବା ଲକଡାଉନ୍ ସତ୍ତ୍ୱେ ସଂକ୍ରମିତ ସଂଖ୍ୟା ୫୩ ହଜାର ଅତିକ୍ରମ କରିଛି । ଏଥିରୁ ୧୭ ଶହରୁ ଉର୍ଦ୍ଧ୍ୱ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
Trending Photos
ମସ୍କୋ: ସାରା ବିଶ୍ୱରେ କୋରୋନା ସଙ୍କଟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ବିଶ୍ୱର ପ୍ରାୟ ସମସ୍ତ ଦେଶ ଏହି ସଙ୍କଟ ସହ ସଂଘର୍ଷ କରୁଛନ୍ତି । ବର୍ତ୍ତମାନ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଦେଶ ଋଷରେ ଏହି ସଙ୍କଟ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଋଷରେ ୧୧,୨୩୧ଟି ନୂତନ କୋରୋନା ପଜିଟିଭ ମାମଲା ରିପୋର୍ଟ ହୋଇଛି । ଫଳରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୭୭ ହଜାର ୧୬୦ ଅତିକ୍ରମ କରିଛି । ଏହାସହ ଋଷ କୋରୋନା ସଂକ୍ରମିତଙ୍କ ତାଲିକାରେ ବିଶ୍ୱର ଚତୁର୍ଥ ସ୍ଥାନରେ ପହଞ୍ଚିଛି । ଆହୁରି ମଧ୍ୟ କୁହାଯାଉଛି ଯେ, ପ୍ରକୃତ କୋରୋନା ମାମଲା ସଂଖ୍ୟା ଅଧିକ ହୋଇପାରେ । କାରଣ ପ୍ରତ୍ୟେକ ବ୍ୟକ୍ତିଙ୍କ ଯାଞ୍ଚ କରାଯାଉ ନାହିଁ । ସମସ୍ତ ସଂକ୍ରମିତ ଲୋକଙ୍କଠାରେ ଲକ୍ଷଣ ଦେଖାଯାଉ ନାହିଁ । ମସ୍କୋରେ ଏପର୍ଯ୍ୟନ୍ତ ୯୩ ହଜାର ସଂକ୍ରମଣ ମାମଲା ନିଶ୍ଚିତ ହୋଇଛି ।
ଅନ୍ୟପଟେ ଭାରତରେ ମଧ୍ୟ କୋରୋନା ଭାଇରସର ବିପଦ ବଢ଼ିବାରେ ଲାଗିଛି । ଦେଶରେ ଚାଲିଥିବା ଲକଡାଉନ୍ ସତ୍ତ୍ୱେ ସଂକ୍ରମିତ ସଂଖ୍ୟା ୫୩ ହଜାର ଅତିକ୍ରମ କରିଛି । ଏଥିରୁ ୧୭ ଶହରୁ ଉର୍ଦ୍ଧ୍ୱ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଗତ ତିନି ଦିନ ମଧ୍ୟରେ କେବଳ ୧୦,୦୦୦ କୋରୋନା ମାମଲାର ପୃଷ୍ଚି ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୫୬୧ କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ଏହାସହ ୮୯ ଜଣଙ୍କ ମୃତ୍ୟୁ ଘଟିଛି । ଏପର୍ଯ୍ୟନ୍ତ ସମୁଦାୟ ୧୫,୨୬୭ ଜଣ କୋରୋନା ଆକ୍ରାନ୍ତ ଏଥିରୁ ଆରୋଗ୍ୟ ଲାଭ କରିଛନ୍ତି ।
ଅବଶ୍ୟ ଯେତେବେଳେ ସୁସ୍ଥ ହାର କଥା ଆସେ, ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୨୮.୮୩% ରିକଭରି ହାର ଅଛି । ଏଠାରେ କହି ରଖୁଛୁ ଯେ କୋରୋନା ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଲାଗୁ କରାଯାଇଥିଲା । ଯାହାକି ମେ ୧୭ ପର୍ଯ୍ୟନ୍ତ ରହିବ । ଏହି ସମୟରେ କେନ୍ଦ୍ର ସରକାର ମଧ୍ୟ କିଛି ନିୟମକୁ କୋହଳ କରିଛନ୍ତି ।