Rehana Fatima nude painting: ମୁକୁଳା ଶରୀରରେ ନିଜ ପିଲାଙ୍କ ଦ୍ୱାରା ପେଣ୍ଟିଂ କରାଇଥିବା ସାମାଜିକ କାର୍ଯ୍ୟକର୍ତ୍ତା ଗିରଫ
Advertisement

Rehana Fatima nude painting: ମୁକୁଳା ଶରୀରରେ ନିଜ ପିଲାଙ୍କ ଦ୍ୱାରା ପେଣ୍ଟିଂ କରାଇଥିବା ସାମାଜିକ କାର୍ଯ୍ୟକର୍ତ୍ତା ଗିରଫ

ବିବାଦୀୟ ମହିଳା କାର୍ଯ୍ୟକର୍ତ୍ତା ରିହାନା ଫାତିମାଙ୍କୁ ଗିରଫ କରିଛି କେରଳ ପୋଲିସ।

ନଗ୍ନତା ନା ସ୍ୱାଧିନତାର ପରିପ୍ରକାଶ?

Rehana Fatima nude painting: ଦାକ୍ଷିଣାତ୍ୟ ରାଜ୍ୟ କେରଳରେ(South Indian State Kerla) ଅବସ୍ଥିତ ସାବରୀମାଳା ମନ୍ଦିରରେ(Sabarimala Temple) ପ୍ରବେଶ ଉଦ୍ୟମ କରି ବିବାଦୀୟ ହୋଇ ପଡିଥିବା ମହିଳା କାର୍ଯ୍ୟକର୍ତ୍ତା ତଥା ନିଜ ପିଲାଙ୍କ ଦ୍ୱାରା ନିଜର ମୁକୁଳା ଶରୀରେର ପେଣ୍ଟିଂ କରି ଚର୍ଚ୍ଚାକୁ ଆସିଥିବା ରିହାନା ଫାତିମାଙ୍କୁ (Rehana Fatima) ଗିରଫ କରିଛି ରାଜ୍ୟର ପତନମତିଟ୍ଟା ଜିଲ୍ଲାର ଥିରୁବାଲ୍ଲା ପୋଲିସ।

ଗିରଫ ହୋଇଥିବା ପୂର୍ବତନ ବିବାଦୀୟ ମଡେଲ ରିହାନା ଫାତିମା( Formers Controversial Model Rehana Fatima) ପୂର୍ବରୁ 'କିସ ଫର ଲଭ'(Kiss for Love)କ୍ୟାମ୍ପେନ (campaign) ଆୟୋଜନ କରି ବିବାଦଘେରକୁ ଟଣା ହୋଇଥିଲା ସେ।

ଜାମିନ ବିହୀନ ଅପରାଧ-ଏନବିଓ (non-bailable offences)ବଳରେ କେରଳ ପୋଲିସ ତାଙ୍କୁ ଜୁଭେନାଇଲ ଜଷ୍ଟିସ ଆକ୍ଟ (Juvenile Justice Act),ଇନଫରମେସନ ଟେକ୍ନୋଲଜି ଆକ୍ଟ ସେକ୍ସନ ୬୭(Information Technology Act section 67) ଆଧାରରେ ଗିରଫ କରିଛି।

କଟ୍ଟର ବାମପନ୍ଥୀ ବିଚାର ଧାରାରେ ବିଶ୍ୱାସ ରଖୁଥିବା ମହିଳା କାର୍ଯ୍ୟକର୍ତ୍ତା ରିହାନା ଫାତିମା (Ultra Left Wing Activist Rehana Fathima)ଗତ ଜୁନ ୧୯ ତାରିଖରେ ନିଜ ୟୁଟ୍ୟୁବ ଚ୍ୟାନେଲରେ (Rehana Fatima Youtube Chanel)ଏକ ୨ ମିନିଟ ଅବଧି ବିଶିଷ୍ଟ ଏକ ଭିଡିଓ ପୋଷ୍ଟ କରିଥିଲେ। ଯାହାକୁ ପରେ ସେ ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଥିଲେ (Rehana Fathima Facebook Account) ପୋଷ୍ଟ କରିଥିଲେ। ଯେଉଁଥିରେ ତାଙ୍କର ପିଲା ତାଙ୍କର ମୁକୁଳା ଶରୀରେର ପେଣ୍ଟି କରୁଥିବାର ନଜର ଆସିଥିଲେ। ସେ ନିଜ ବେଡରେ ଶୋଇ ରହିଥିବାର ଦେଖିବାକୁ ମିଳିଥିଲା। 

ଉଭୟ ସାମାଜିକ ଗଣମାଧ୍ୟମରେ (Social Media)ଏହି ଭିଡିଓର ହ୍ୟାସଟାଗ ରହିଥିଲା ବଡି ଆର୍ଟ ପଲିଟିକ୍ସ (#BodyArtPolitics)।ଏପରି ପୋଷ୍ଟ ନଗ୍ନତାକୁ ପ୍ରସାର କରୁଛି ବୋଲି ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ (Social Media User)ମତ ରଖିଥିଲେ। ଏହା ସହିତ ଏହି ଶିଶୁ ବିରୋଧି ହିଂସାକୁ ପ୍ରସାରିତ କରୁଛି ବୋଲି କୁହାଯାଇଥିଲ। 

ଏନେଇ ରିହାନାଙ୍କ କହିବା ଅନୁସାରେ ଯୌନ ସମ୍ପର୍କ ଏବଂ ଶରୀର ମାମଲାରେ ମହିଳା ଖୋଲାଖୋଲି ହେବା ଆବଶ୍ୟକ। ଯେଉଁଠି ଏହା ଉପରେ ଅନେକ କଟକଣା ଜାରି କରାଯାଇଛି। ଏହା ସହିତ ସେ ତାଙ୍କ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି, ଯଦି କୌଣସି ଶିଶୁ ଯିଏ ନିଜ ମାଆର ଉଲଗ୍ନତା ଏବଂ ଶରୀରକୁ ଦେଖିଛନ୍ତି, ସେ ମହିଳାଙ୍କ ଶରୀରକୁ ନେଇ କୌଣସି ଖରାପ ଚିନ୍ତା କରିବ ନାହିଁ। ମହିଳାଙ୍କ ଶରୀର ଏବଂ ଯୌନ ସମ୍ପର୍କକୁ ନେଇ ଥିବା ମିଥ୍ୟା ଧାରଣାକୁ ଦୂର କରିବା ଲାଗି ଘରୁ ଚେଷ୍ଟା କରାଯିବା ଦରକାର।

 

 

ରିହାନା ଫାତିମାଙ୍କ ବିବାଦୀୟ କାରନାମା (Controversial Activity of Rehana Fathima)

ଗତ ମାସରେ ବିଏସଏନଏସ କର୍ମଚାରୀ (BSNL Employee)ରିହାନା ଫାତିମାଙ୍କୁ ତାଙ୍କ ଚାକିରୀରୁ ବାହାର କରାଯାଇଥିଲା। କାରଣ ତାଙ୍କ ପକ୍ଷରୁ ଆସିଥିବା ଏକ ଫେସବୁକ ମେସେଜ ସାମ୍ପ୍ରଦାୟିକ ବିବାଦକୁ ବଢାଇପାରେ ବୋଲି ଚର୍ଚ୍ଚା ହେଉଥିଲା। ଏନେଇ ବିଏସଏନଏଲ କର୍ତ୍ତୃପକ୍ଷ (BSNL Authority) ଖବର ପାଇବା ପରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

ଘଟଣା ବାବଦରେ ବିଏସଏନଏଲ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ଖବର ମିଳିବା ପରେ ସେ ଦେଢ ବର୍ଷ ଧରି ସେ ଚାକିରୀରୁ ନିଲମ୍ବିତ ହୋଇଥିଲେ। ଏହି ଅଭିଯୋଗ ମାଧ୍ୟମରେ ଦର୍ଶାଇଥିଲେ ଯେ ଏହା ଦ୍ୱାରା ଧାର୍ମିକ ଭାବନାକୁ ଆଘାତ ଲାଗିପାରେ (hurt religious sentiments)।

ପୂର୍ବରୁ କେରଳରେ ଅବସ୍ଥିତ ସାବରୀମାଳା ମନ୍ଦିରରେ ପ୍ରବେଶ କରିବାକୁ ନେଇ ବିବାଦୀୟ ହୋଇ ପଡିଥିଲେ ରିହାନା। ଋତୁସ୍ରାବ ବୟସର ମହିଳାଙ୍କୁ ଏହି ମନ୍ଦିରରେ ପ୍ରବେଶ କରିବା ଲାଗି ଅନୁମତି ନଥିଲା। ଏନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ହୋଇଥିବା ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ସମସ୍ତ ବର୍ଗର ମହିଳା ମନ୍ଦିରରେ ପ୍ରବେଶ କରିପାରିବେ ବୋଲି କୋର୍ଟ ରାୟ ଶୁଣାଇଥିଲେ।
  
ଗତ ୨୦୧୮ରେ ସାବରିମାଳା ଆଚାର ସମରାକ୍ଷଣ ସମିତି ପକ୍ଷରୁ ମନ୍ଦିରରେ ପ୍ରବେଶ କରିବା ନେଇ ରିହାନାଙ୍କ ବିରୁଦ୍ଧରେ ଅଭିଯୋଗ ଅଣାଯାଇଥିଲ।। ଏହା ପରେ ପତନମତିଟ୍ଟା ପୋଲିସ ତାଙ୍କର ବିରୁଦ୍ଧରେ ମାମଲା ରୁଜ୍ଜୁ କରିଥିଲା। ଏହି ସ୍ୱଘୋଷିତ ବିବାଦୀୟ ମହିଳା କାର୍ଯ୍ୟକର୍ତ୍ତା (Self Proclaimed Women Activsit) ନିଜର କାଣ୍ଡ କାରନାମା ଲାଗି ତାଙ୍କୁ ନିଜ ସମ୍ପ୍ରଦାୟରୁ ବହିଷ୍କାର କରିଥିଲା କେରଳ ମୁସଲିମ ଜମାଥ କାଉନସିଲ(Kerala Muslim Jamaath Council)।

ଗତ ୨୦୧୪ରେ କୋଚି ଠାରେ 'କିସ ଫର ଲଭ'(kiss for love) କ୍ୟାମ୍ପେନ (campaign) କରି ବିବାଦୀୟ ହୋଇ ପଡିଥିଲେ ରିହାନ ଫାତିମା। ଚେକ ଠକେଇ ମାମଲାରେ (cheque-fraud case) ତାଙ୍କୁ ୨.୧ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ପଡିଥିଲା।