ମହାରାଷ୍ଟ୍ର, ରାଜସ୍ଥାନ, ଦିଲ୍ଲୀ, ଗୁଜୁରାଟ, ତାମିଲନାଡୁ ଏବଂ ମଧ୍ୟପ୍ରଦେଶ ଭଳି ସଂକ୍ରମିତ ରାଜ୍ୟରୁ ଆସୁଥିବା ଲୋକଙ୍କୁ ନିଶ୍ଚିତ ଭାବରେ ୭ ଦିନିଆ ଅନୁଷ୍ଠାନିକ କ୍ୱାରେଣ୍ଟାଇନ୍ ପାଇଁ ଯିବାକୁ ପଡିବ ।
Trending Photos
ବେଙ୍ଗାଲୁରୁ: ସାରା ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ଏହି ସମୟରେ ଦେଶରେ କ୍ୱାରେଣ୍ଟାଇନର ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି । ଅନ୍ୟପକ୍ଷେ କର୍ଣ୍ଣାଟକରେ କ୍ୱାରେଣ୍ଟାଇନର ନିୟମକୁ କୋହଳ କରାଯାଇଛି । ବର୍ତ୍ତମାନ ଏହି ରାଜ୍ୟରେ ଅନୁଷ୍ଠାନିକ କ୍ୱାରେଣ୍ଟାଇନର ସମୟସୀମା ୧୪ ଦିନ ପରିବର୍ତ୍ତେ କେବଳ 7 ଦିନ କରାଯାଇଛି । ତାହା ପୁଣି ସେହି ରାଜ୍ୟରୁ ଆସିଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ ହେବ, ଯେଉଁ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବହୁତ ଅଧିକ ରହିଛି । ଏହା ବ୍ୟତୀତ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କୁ ୧୪ ଦିନିଆ ହୋମ କ୍ୱାରେଣ୍ଟାଇନ୍ ରହିବାକୁ ଅନୁମତି ଦିଆଯାଇଛି । ମେ ୨୫ରୁ ଘରୋଇ ବିମାନ ଆରମ୍ଭ ହେଲେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବ । ଏଭଳି ପରିସ୍ଥିତିରେ ସରକାର କ୍ୱାରେଣ୍ଟାଇନ୍ ନିୟମକୁ କୋହଳ କରିବାର ନିଷ୍ପତ୍ତି ନେଇଛନ୍ତି ।
ମହାରାଷ୍ଟ୍ର, ରାଜସ୍ଥାନ, ଦିଲ୍ଲୀ, ଗୁଜୁରାଟ, ତାମିଲନାଡୁ ଏବଂ ମଧ୍ୟପ୍ରଦେଶ ଭଳି ସଂକ୍ରମିତ ରାଜ୍ୟରୁ ଆସୁଥିବା ଲୋକଙ୍କୁ ନିଶ୍ଚିତ ଭାବରେ ୭ ଦିନିଆ ଅନୁଷ୍ଠାନିକ କ୍ୱାରେଣ୍ଟାଇନ୍ ପାଇଁ ଯିବାକୁ ପଡିବ । ରିପୋର୍ଟ ନେଗେଟିଭ ଆସିବା ପରେ ଆଗାମୀ ୭ ଦିନ ହୋମ୍ କ୍ୱାରେଣ୍ଟାଇରେ ରହିବାକୁ ପଡ଼ିବ । ଅବଶ୍ୟ ଏହି ରାଜ୍ୟଗୁଡିକରୁ ଆସୁଥିବା ୧୦ ବର୍ଷରୁ କମ୍ ବୟସର ଶିଶୁ, ୮୦ ବର୍ଷ ବୟସର ବୃଦ୍ଧ ଓ ଗର୍ଭବତୀ ମହିଳାଙ୍କ ମଧ୍ୟରେ କୋରୋନାର ଲକ୍ଷଣ ନ ଦେଖାଦେଲେ ମଧ୍ୟ ୧୪ ଦିନର ହୋମ କ୍ୱାରେଣ୍ଟାଇନକୁ ପଠାଯିବ । ଅନ୍ୟ ଦେଶରୁ ଆସୁଥିବା ଲୋକଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଅନୁଷ୍ଠାନିକ କ୍ୱାରେଣ୍ଟାଇନରେ ରହିବାକୁ ପଡିବ ।