Odisha IAS ସ୍ତରରେ ବିଭାଗର ଅଦଳବଦଳ: କିଏ ପାଇଲେ କ'ଣ

ସୋମବାର (ଜୁଲାଇ ୨୭, ୨୦୨୦) ରାଜ୍ୟ ପ୍ରଶାସନିକ ସ୍ତରରେ ଅଦଳବଦଳ କରାଯାଇଛି। 

Odisha IAS ସ୍ତରରେ ବିଭାଗର ଅଦଳବଦଳ: କିଏ ପାଇଲେ କ'ଣ

ଭୁବନେଶ୍ୱର: ସୋମବାର(ଜୁଲାଇ ୨୭,୨୦୨୦) ରାଜ୍ୟ ପ୍ରଶାସନିକ ସ୍ତରରେ ଅଦଳବଦଳ କରାଯାଇଛି । ଅନେକ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ବଦଳି କରାଯାଇଛି ।   

୧.ଅନୁ ଗର୍ଗ- ଜଳସମ୍ପଦ ସଚିବ, WCD ଦାୟିତ୍ୱ ମଧ୍ୟ ନେବେ
ପୂର୍ବରୁ ସେ ରାଜ୍ୟ ଶ୍ରମ, ଇଏସଆଇ ବିଭାଗ ମୁଖ୍ୟ ସଚିବ ଏବଂ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିଛନ୍ତି।   

୨.ରାଜକୁମାର ଶର୍ମା-କୃଷି ଉତ୍ପାଦନ କମିଶନର ଭାବେ ନିଯୁକ୍ତ 
ପୂର୍ବରୁ ଖଣି ଓ ଇସ୍ପାତ ବିଭାଗରେ ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ୱରେ ଥିଲେ। 

୩.ସୁରେନ୍ଦ୍ର କୁମାର-ଖଣି ଓ ଇସ୍ପାତ ସଚିବ, CDAର ମଧ୍ୟ ଚେୟାରମ୍ୟାନ ରହିବେ
ପୂର୍ବରୁ ସେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି। 

୪.ଚିତ୍ରା ଅରୁମୁଗମ୍-ଶ୍ରମ ବିଭାଗ ସଚିବ
ପୂର୍ବରୁ ସେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି।

୫.ସତ୍ୟବ୍ରତ ସାହୁ- MSME ସଚିବ 
ସଦ୍ୟ ତାଙ୍କୁ ରାଜ୍ୟ ଗଣଶିକ୍ଷା ବିଭାଗ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।