Advertisement
Article Detail0/zeeodisha/odisha694788
Zee OdishaOdisha National-Internationalଅର୍ଡ଼ର ପୁରା କରିପାରିଲେନି ରେଷ୍ଟୁରାଣ୍ଟ ମାଲିକ: ୧୫୦୦ବର୍ଷ ଜେଲ ଦଣ୍ଡାଦେଶ

ଅର୍ଡ଼ର ପୁରା କରିପାରିଲେନି ରେଷ୍ଟୁରାଣ୍ଟ ମାଲିକ: ୧୫୦୦ବର୍ଷ ଜେଲ ଦଣ୍ଡାଦେଶ

ଥାଇଲ୍ୟାଣ୍ଡରେ ନିୟମ ରହିଛି ଯେ, କୌଣସି ବ୍ୟକ୍ତିଙ୍କୁ ୨୦ବର୍ଷରୁ ଅଧିକ ସମୟ ଜେଲ୍ ଦଣ୍ଡ ଦିଆଯାଇପାରିବ ନାହିଁ । କିନ୍ତୁ ରେସ୍ତୋରାଁ ମାଲିକଙ୍କ କ୍ଷେତ୍ରରେ କୋର୍ଟ କଠୋର ହୋଇଛନ୍ତି । 

ଅର୍ଡ଼ର ପୁରା କରିପାରିଲେନି ରେଷ୍ଟୁରାଣ୍ଟ ମାଲିକ: ୧୫୦୦ବର୍ଷ ଜେଲ ଦଣ୍ଡାଦେଶ

ଶୁଭଶ୍ରୀ ମହାପାତ୍ର,ଭୁବନେଶ୍ୱର: ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଟଙ୍କା ନେଇ ସଠିକ୍ ସମୟରେ ସର୍ଭିସ୍ ଦେଇ ନପାରିବା ପଡ଼ିଲା ମହଙ୍ଗା । ଏଭଳି ଘଟଣା ଘଟିଛି ଥାଇଲ୍ୟାଣ୍ଡର ୨ ଜଣ ରେସ୍ତୋରାଁ ମାଲିଙ୍କ ସହ । ଅଭିଯୋଗ ଥିଲା, ଏମାନେ ଯେତିକି ଲୋକଙ୍କ ଠାରୁ ଅର୍ଡ଼ର ନେଇଥିଲେ, ତାହା ନିର୍ଦ୍ଦିଷ୍ଟ ସମୟରେ ଯୋଗାଇ ପାରିଲେ ନାହିଁ । ଆଡଭାନ୍ସ ଟଙ୍କା ନେଇ ଗ୍ରାହକଙ୍କୁ ଠକିବାରୁ ଏବେ ୧୫୦୦ ବର୍ଷ ଜେଲ୍ ଦଣ୍ଡ ଭୋଗିବେ ।

ଥାଇଲ୍ୟାଣ୍ଡରେ ନିୟମ ରହିଛି ଯେ, କୌଣସି ବ୍ୟକ୍ତିଙ୍କୁ ୨୦ବର୍ଷରୁ ଅଧିକ ସମୟ ଜେଲ୍ ଦଣ୍ଡ ଦିଆଯାଇପାରିବ ନାହିଁ । କିନ୍ତୁ ରେସ୍ତୋରାଁ ମାଲିକଙ୍କ କ୍ଷେତ୍ରରେ କୋର୍ଟ କଠୋର ହୋଇଛନ୍ତି । ସୂଚନା ରହିଛି କି ଅପିଚାର୍ତ ବୋବର୍ଣ୍ଣ ବୋନଚରକ୍ ଓ ପ୍ରେପାସର୍ଣ୍ଣ ବୋବର୍ଣ୍ଣ ବୋନଚରକ୍ ନାମକ ୨ ଜଣ ବ୍ୟକ୍ତି ଲେମଗେଟ ରେସ୍ତୋରାଁର ମାଲିକ ଅଟନ୍ତି । ଉଭୟ ଗ୍ରାହଙ୍କୁ ଅଫର ଦେବା ପାଇଁ ଚିନ୍ତା କରିଥିଲେ । ବିଗତ ବର୍ଷ ୧୦ ଡ଼ଲାର୍ ଅର୍ଥାତ୍ ୭୫୯ ଟଙ୍କାରେ (ଭାରତୀୟ ମୁଦ୍ରାରେ)୧୦ ଜଣ SEA FOOD ଖାଇପାରିବେ ବୋଲି  ବିଜ୍ଞାପନ ଦେଇଥିଲେ ।

fallback

Add Zee News as a Preferred Source

ଅର୍ଡର ଅନ୍ ଲାଇନରେ ରଖାଯିବ ଓ ଗ୍ରାହକ ସିଧାସଳଖ ଟଙ୍କା ରେସ୍ତୋରାଁର ଆକାଉଣ୍ଟରେ ଜମା କରିବେ । ପ୍ରାୟ ୨୦ ହଜାର ଲୋକ ଅଫର ଲୋଭରେ ପଡ଼ି  ଆଗୁଆ ପେମେଣ୍ଟ ବି କରିସାରିଥିଲେ । ଏତେ ଲୋକଙ୍କୁ  ଅର୍ଡର ରଖି ସର୍ଭିସ୍ ଦେଇ ପାରି ନ ଥିଲା ହୋଟେଲ୍ । ଫଳରେ ଅସନ୍ତୁଷ୍ଟ ୩୫୦ ଜଣ ଗ୍ରାହକ ରେସ୍ତୋରାଁ ନାଁର ଏତଲା ଦେଇଥିଲେ । ୨ ମିଲିଅନ ଅର୍ଥାତ୍ ୪୯.୦୪ ଲକ୍ଷ ପର୍ଯ୍ୟନ୍ତ ଜରିମାନା ଦାବି କରିଛନ୍ତି । ଅଭିଯୋଗ କ୍ରମେ ପୋଲିସ୍ ଅପିଚାର୍ତ ବୋବର୍ଣ୍ଣ ବୋନଚରକ୍ ଓ ପ୍ରେପାସର୍ଣ୍ଣ ବୋବର୍ଣ୍ଣ ବୋନଚରକକୁ ଗିରଫ କରିଛି । ଉଭୟଙ୍କୁ କ୍ରିମିନାଲ କୋର୍ଟରେ ହାଜର କରାଯାଇଛି । ୭୨୩ ଆରୋପ ଲାଗିଛି । ଉଭୟଙ୍କୁ ଏକା ସାଙ୍ଗରେ  ୧୪୪୬ ବର୍ଷ ଜେଲ ଦଣ୍ଡ ଶୁଣାଯାଇଛି । ନିଜର ଦୋଷ ସ୍ୱୀକାର କରିଥିବାକୁ ସେମାନଙ୍କ ଦଣ୍ଡକୁ କୋହଳ କରିଛନ୍ତି କୋର୍ଟ । ଏବେ ଉଭୟଙ୍କୁ ୭୨୩- ୭୨୩ ଦଣ୍ଡ ଭୋଗିବାକୁ ପଡ଼ିବ । 

About the Author