Advertisement
Article Detail0/zeeodisha/odisha675808
Zee OdishaOdisha National-Internationalଲୋକପାଳ ସଦସ୍ୟ ଅବସରପ୍ରାପ୍ତ ଜଷ୍ଟିସ ଏକେ ତ୍ରିପାଠୀଙ୍କ କୋରୋନା ସଂକ୍ରମଣରେ ନିଧନ

ଲୋକପାଳ ସଦସ୍ୟ ଅବସରପ୍ରାପ୍ତ ଜଷ୍ଟିସ ଏକେ ତ୍ରିପାଠୀଙ୍କ କୋରୋନା ସଂକ୍ରମଣରେ ନିଧନ

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, କୋରୋନୋ ଭାଇରସ ଛୋଟ ପିଲା ଏବଂ ବୃଦ୍ଧଙ୍କ ପାଇଁ ବିଶେଷ ବିପଜ୍ଜନକ ଅଟେ ।

ଲୋକପାଳ ସଦସ୍ୟ ଅବସରପ୍ରାପ୍ତ ଜଷ୍ଟିସ ଏକେ ତ୍ରିପାଠୀଙ୍କ କୋରୋନା ସଂକ୍ରମଣରେ ନିଧନ

ନୂଆଦିଲ୍ଲୀ: ଲୋକପାଳ ସଦସ୍ୟ ଅବସରପ୍ରାପ୍ତ ଜଷ୍ଟିସ ଏକେ ତ୍ରିପାଠୀଙ୍କ କୋରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି । ତାଙ୍କୁ ଏପ୍ରିଲ ୨ରେ ଏମ୍ସ (AIIMS)ରେ ଭର୍ତ୍ତି କରାଯାଇଥିଲା । ସେ ୬୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏପ୍ରିଲ୍ ପ୍ରାରମ୍ଭରେ କୋରୋନା ଭାଇରସ ସଂକ୍ରମଣ ନିଶ୍ଚିତ ହେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ତାଙ୍କ ଝିଅ ଏବଂ ରୋଷେଆଙ୍କୁ ମଧ୍ୟ କୋରୋନା ସଂକ୍ରମଣ ହୋଇଥିଲା । କିନ୍ତୁ ଦୁହେଁ କୋରୋନାରୁ ସୁସ୍ଥ ହୋଇଛନ୍ତି ।

ଜଷ୍ଟିସ ତ୍ରିପାଠୀଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଯାଞ୍ଚ ପରେ ତାଙ୍କ କୋରୋନା ପଜିଟିଭ ଥିବା ନିଶ୍ଚିତ ହୋଇଥିଲା । ପରେ ତାଙ୍କୁ ଟ୍ରମା ସେଣ୍ଟରକୁ ପଠାଯାଇଥିଲା । ତ୍ରିପାଠୀ ହେଉଛନ୍ତି କୋରୋନାର ପ୍ରଥମ ରୋଗୀ । ଯାହାଙ୍କୁ ସେଠାରେ ପଠାଯାଇଥିଲା । ଅଧିକାଂଶ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ଏମ୍ସ ଟ୍ରମା ସେଣ୍ଟରରେ ଚିକିତ୍ସିତ କରାଯାଇଥାଏ । କିନ୍ତୁ ନିକଟରେ ଏହାକୁ ଏକ ଉତ୍ସର୍ଗୀକୃତ କୋରୋନା ହସ୍ପିଟାଲ କରାଯାଇଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, କୋରୋନୋ ଭାଇରସ ଛୋଟ ପିଲା ଏବଂ ବୃଦ୍ଧଙ୍କ ପାଇଁ ବିଶେଷ ବିପଜ୍ଜନକ ଅଟେ ।

Add Zee News as a Preferred Source

ଅନ୍ୟପକ୍ଷେ ଦେଶ ବିଷୟରେ କହିବାକୁ ଗଲେ କୋରୋନା ସଂକ୍ରମଣ ସଂଖ୍ୟା ୩୭,୭୭୬ କୁ ବୃଦ୍ଧି ପାଇଛି । ଶନିବାର ସନ୍ଧ୍ୟାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ କୋରୋନା ଭାଇରସରୁ ଯୋଗୁଁ ୧,୨୨୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୩୭ ହଜାରରୁ ଉର୍ଦ୍ଧ୍ୱରେ ପହଞ୍ଚିଛି । ଏଥିସହ ଗତ ୨୪ ଘଣ୍ଟା ମଧ୍ୟରେ ୨୪୧୧ଟି ନୂଆ କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ଏହାସହ ୭୧ ଜଣଙ୍କ ମୃତ୍ୟୁ ହୋଇଛି । ଅବଶ୍ୟ ଏହା କିଛି ଆଶ୍ୱସ୍ତିକର ବିଷୟ ଯେ ଏପର୍ଯ୍ୟନ୍ତ ୧୦,୦୧୮ ରୋଗୀ ଏହି ରୋଗରୁ ମୁକ୍ତି ପାଇଛନ୍ତି । ସୁସ୍ଥ ହେବା ହାର ୨୬.୬୪ ପ୍ରତିଶତ ରହିଛି । 

About the Author