ଲୋକପାଳ ସଦସ୍ୟ ଅବସରପ୍ରାପ୍ତ ଜଷ୍ଟିସ ଏକେ ତ୍ରିପାଠୀଙ୍କ କୋରୋନା ସଂକ୍ରମଣରେ ନିଧନ
Advertisement
Article Detail0/zeeodisha/odisha675808

ଲୋକପାଳ ସଦସ୍ୟ ଅବସରପ୍ରାପ୍ତ ଜଷ୍ଟିସ ଏକେ ତ୍ରିପାଠୀଙ୍କ କୋରୋନା ସଂକ୍ରମଣରେ ନିଧନ

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, କୋରୋନୋ ଭାଇରସ ଛୋଟ ପିଲା ଏବଂ ବୃଦ୍ଧଙ୍କ ପାଇଁ ବିଶେଷ ବିପଜ୍ଜନକ ଅଟେ ।

ଲୋକପାଳ ସଦସ୍ୟ ଅବସରପ୍ରାପ୍ତ ଜଷ୍ଟିସ ଏକେ ତ୍ରିପାଠୀଙ୍କ କୋରୋନା ସଂକ୍ରମଣରେ ନିଧନ

ନୂଆଦିଲ୍ଲୀ: ଲୋକପାଳ ସଦସ୍ୟ ଅବସରପ୍ରାପ୍ତ ଜଷ୍ଟିସ ଏକେ ତ୍ରିପାଠୀଙ୍କ କୋରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି । ତାଙ୍କୁ ଏପ୍ରିଲ ୨ରେ ଏମ୍ସ (AIIMS)ରେ ଭର୍ତ୍ତି କରାଯାଇଥିଲା । ସେ ୬୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏପ୍ରିଲ୍ ପ୍ରାରମ୍ଭରେ କୋରୋନା ଭାଇରସ ସଂକ୍ରମଣ ନିଶ୍ଚିତ ହେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ତାଙ୍କ ଝିଅ ଏବଂ ରୋଷେଆଙ୍କୁ ମଧ୍ୟ କୋରୋନା ସଂକ୍ରମଣ ହୋଇଥିଲା । କିନ୍ତୁ ଦୁହେଁ କୋରୋନାରୁ ସୁସ୍ଥ ହୋଇଛନ୍ତି ।

ଜଷ୍ଟିସ ତ୍ରିପାଠୀଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଯାଞ୍ଚ ପରେ ତାଙ୍କ କୋରୋନା ପଜିଟିଭ ଥିବା ନିଶ୍ଚିତ ହୋଇଥିଲା । ପରେ ତାଙ୍କୁ ଟ୍ରମା ସେଣ୍ଟରକୁ ପଠାଯାଇଥିଲା । ତ୍ରିପାଠୀ ହେଉଛନ୍ତି କୋରୋନାର ପ୍ରଥମ ରୋଗୀ । ଯାହାଙ୍କୁ ସେଠାରେ ପଠାଯାଇଥିଲା । ଅଧିକାଂଶ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ଏମ୍ସ ଟ୍ରମା ସେଣ୍ଟରରେ ଚିକିତ୍ସିତ କରାଯାଇଥାଏ । କିନ୍ତୁ ନିକଟରେ ଏହାକୁ ଏକ ଉତ୍ସର୍ଗୀକୃତ କୋରୋନା ହସ୍ପିଟାଲ କରାଯାଇଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, କୋରୋନୋ ଭାଇରସ ଛୋଟ ପିଲା ଏବଂ ବୃଦ୍ଧଙ୍କ ପାଇଁ ବିଶେଷ ବିପଜ୍ଜନକ ଅଟେ ।

ଅନ୍ୟପକ୍ଷେ ଦେଶ ବିଷୟରେ କହିବାକୁ ଗଲେ କୋରୋନା ସଂକ୍ରମଣ ସଂଖ୍ୟା ୩୭,୭୭୬ କୁ ବୃଦ୍ଧି ପାଇଛି । ଶନିବାର ସନ୍ଧ୍ୟାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ କୋରୋନା ଭାଇରସରୁ ଯୋଗୁଁ ୧,୨୨୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୩୭ ହଜାରରୁ ଉର୍ଦ୍ଧ୍ୱରେ ପହଞ୍ଚିଛି । ଏଥିସହ ଗତ ୨୪ ଘଣ୍ଟା ମଧ୍ୟରେ ୨୪୧୧ଟି ନୂଆ କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ଏହାସହ ୭୧ ଜଣଙ୍କ ମୃତ୍ୟୁ ହୋଇଛି । ଅବଶ୍ୟ ଏହା କିଛି ଆଶ୍ୱସ୍ତିକର ବିଷୟ ଯେ ଏପର୍ଯ୍ୟନ୍ତ ୧୦,୦୧୮ ରୋଗୀ ଏହି ରୋଗରୁ ମୁକ୍ତି ପାଇଛନ୍ତି । ସୁସ୍ଥ ହେବା ହାର ୨୬.୬୪ ପ୍ରତିଶତ ରହିଛି । 

;