)
ମୁମ୍ବାଇ: ଡ୍ରଗ୍ସ କାରବାର ଅଭିଯୋଗରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ବମ୍ବେ ସେସନ କୋର୍ଟ। ସେଶନ କୋର୍ଟରେ ଜାମିନ ଯାଚିକା ଉପରେ ଶୁଣାଣି କରି କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ରିୟାଙ୍କ ସମେତ ଅନ୍ୟ ୪ ଜଣଙ୍କ ଜାମିନ ଆବେଦନ ଉପରେ ମଧ୍ୟ ଶୁଣାଣି କରି ଖାରଜ କରିଦେଇଛନ୍ତି। ବର୍ତ୍ତମାନ ସମସ୍ତ ଅଭିଯୁକ୍ତ ଜେଲକୁ ଯିବେ। ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତରେ ରିୟା ରହିବେ ବୋଲି ଜଣାପଡ଼ିଛି।
ସେପଟେ ରିୟାଙ୍କ ଓକିଲ ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଗତ ୮ ତାରିଖ ମଙ୍ଗଳବାର ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ଏନସିବି ଗିରଫ କରିଥିଲା। ଏହା ପୂର୍ବରୁ ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତିଙ୍କ ସହିତ ୪ଜଣଙ୍କୁ ଗିରଫ କରିଥିଲା। ତେବେ ଗିରଫଦାରୀ ପରେ ରିୟାଙ୍କ ଓକିଲ ସେସନ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଗତକାଲି ଜାମିନ ଆବେଦନ ଉପରେ ଶୁଣାଣି କରି ଆଜି ନିଷ୍ପତି ଶୁଣାଇଛନ୍ତି।