Advertisement
Article Detail0/zeeodisha/odisha764840
Zee OdishaOdisha National-Internationalଜେଲରୁ ଫେରିବା ପରେ ସିବିଆଇରକୁ ଚିଠି ଲେଖିଲେ ରିୟା, କାର୍ଯ୍ୟାନୁ୍ଷ୍ଠାନ ପାଇଁ ଅନୁରୋଧ...

ଜେଲରୁ ଫେରିବା ପରେ ସିବିଆଇରକୁ ଚିଠି ଲେଖିଲେ ରିୟା, କାର୍ଯ୍ୟାନୁ୍ଷ୍ଠାନ ପାଇଁ ଅନୁରୋଧ...

ବଲିଉଡ଼ି ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାର ଅଭିଯୋଗରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତିଙ୍କୁ ବମ୍ବେ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ନିକଟରେ ସେ ଜେଲରୁ ମୁକ୍ତି ପାଇଛନ୍ତି।

ଜେଲରୁ ଫେରିବା ପରେ ସିବିଆଇରକୁ ଚିଠି ଲେଖିଲେ ରିୟା, କାର୍ଯ୍ୟାନୁ୍ଷ୍ଠାନ ପାଇଁ ଅନୁରୋଧ...

ଜେଲରୁ ଫେରିବା ପରେ ସିବିଆଇରକୁ ଚିଠି ଲେଖିଲେ ରିୟା, କାର୍ଯ୍ୟାନୁ୍ଷ୍ଠାନ ପାଇଁ ଅନୁରୋଧ।।।

ନୂଆଦିଲ୍ଲୀ: ବଲିଉଡ଼ି ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାର ଅଭିଯୋଗରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତିଙ୍କୁ ବମ୍ବେ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ନିକଟରେ ସେ ଜେଲରୁ ମୁକ୍ତି ପାଇଛନ୍ତି। ତେବେ ଜେଲରୁ ଫେରିବା ପରେ ସେ ନିଜ ପଡ଼ୋଶୀଙ୍କ ନାଁରେ ସିବିଆଇକୁ ଚିଠି ଲେଖିଛନ୍ତି। 

ନିଜ ପଡ଼ୋଶୀ ଡିମ୍ପଲଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି ରିୟା ଚିଠିରେ ଉଲ୍ଲେଖ କରିଛନ୍ତି କି, ଡିମ୍ପଲ ମିଛ ତଥ୍ୟ ପ୍ରଦାନ କରି ତଦନ୍ତକୁ ବାଟବଣା କରିବାକୁ ପ୍ରୟାସ କରିଛନ୍ତି। ରିୟାଙ୍କ କହିବା ମୁତାବକ ଡିମ୍ପଲ ଗଣମାଧ୍ୟମରେ ଦେଇଥିବା ନିଜ ମନ୍ତବ୍ୟରେ କହିଥିଲେ ଯେ, ମୁଁ(ରିୟା ଚକ୍ରବର୍ତ୍ତି) ସୁଶାନ୍ତ ସିଂହ ରାଜପୁତଙ୍କୁ ଛାଡ଼ିବାକୁ ତାଙ୍କ ଆପାର୍ଟମେଣ୍ଟ ପର୍ଯ୍ୟନ୍ତ ଆସିଥିଲି। 

Add Zee News as a Preferred Source

କିନ୍ତୁ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ, ଡିମ୍ପଲ ସିବିଆଇ ଜେରା ସମୟରେ ଏହି ଅଭିଯୋଗକୁ ପ୍ରମାଣ କରିବାରେ ବିଫଳ ହୋଇଥିଲେ। ଏହି ମାମଲାରେ ସିବିଆଇ ରିୟାଙ୍କର ଅନ୍ୟ ଜଣେ ପଡ଼ୋଶୀଙ୍କୁ ମଧ୍ୟ ଜେରା କରିଥିଲା। ଏହି ସମୟରେ ଡିମ୍ପଲଙ୍କ ମିଛ ଧରା ପଡ଼ିଥିଲା ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ତେବେ ଡିମ୍ପଲଙ୍କୁ ସିବିଆଇ ଅଧିକାରୀମାନେ କଡ଼ା ଚେତାବନୀ ଦେଇଥିବା ଜଣାପଡ଼ିଛି। 

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଡିମ୍ପଲ କହିଥିଲେ କି ସୁଶାନ୍ତ ଓ ରିୟା ଜୁନ ୧୩ ତାରିଖରେ ପରସ୍ପରକୁ ଭେଟିଥିଲେ ବୋଲି କହିଥିଲେ। ମାତ୍ର ରିୟାଙ୍କ ଘରକୁ ଯେତେବେଳେ ତଦନ୍ତ ପାଇଁ ପହଞ୍ଚିଥିଲେ ସେତେବେଳେ ଡିମ୍ପଲ କୌଣସି ବଳିଷ୍ଠ ପ୍ରମାଣ ଦେଇ ପାରିନଥିଲେ। ସିବିଆଇ ଅଧିକାରୀମଙ୍କ ନିକଟରେ ଡିମ୍ପଲ ସୁଶାନ୍ତ ଓ ରିୟାଙ୍କୁ ୧୩ ତାରିଖରେ ଦେଖିନଥିବା କଥାକୁ ସ୍ୱିକାର କରିଥିଲେ। 

ସୂଚନା ଯୋଗ୍ୟ ବମ୍ବେ ହାଇକୋର୍ଟରୁ ଗତ ସପ୍ତାହରେ ଆଶ୍ୱସ୍ତି ମିଳିବା ପରେ ଜେଲରୁ ମୁକୁଳିଥିଲେ। କୋର୍ଟ କହିଥିଲେ ଏନସିବି ପକ୍ଷରୁ ରିୟାଙ୍କ ବିପକ୍ଷରେ ଯେଉଁ ସବୁ ଅଭିଯୋଗ କରାଯାଇଛି ତାହା ଭିତ୍ତିହୀନ। ତାହାକୁ ପ୍ରମାଣିତ କରିବାରେ ଏନସିବି ଅଧିକାରୀ ବିଫଳ ହୋଇଛନ୍ତି। କୋର୍ଟ କହିଥିଲେ ରିୟା କୌଣସି ଡ୍ରଗ୍ସ ସିଣ୍ଡିକେଟର ଅଂଶ ବିଶେଷ ନୁହଁନ୍ତି। 

About the Author