ଧୋନି ବିରୋଧୀ ପୋଷ୍ଟରେ ଲାଇକ୍ କରି ଫସିଲେ ଋଷଭ ପନ୍ତ
Advertisement
Article Detail0/zeeodisha/odisha673321

ଧୋନି ବିରୋଧୀ ପୋଷ୍ଟରେ ଲାଇକ୍ କରି ଫସିଲେ ଋଷଭ ପନ୍ତ

ସୂଚନାଯୋଗ୍ୟ, ଏହି ସମୟରେ କୌଣସି କ୍ରିକେଟ୍ ଟୁର୍ନାମେଣ୍ଟ ଖେଳାଯାଉନାହିଁ । ପ୍ରଥମ ଆଇପିଏଲ (IPL 2020) ମାର୍ଚ୍ଚ ୨୯ରୁ ଅନୁଷ୍ଠିତ ହେବାକୁ ଥିଲା । କିନ୍ତୁ କୋଭିଡ-19 (COVID-19) ସଙ୍କଟ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା । ବର୍ତ୍ତମାନ ଏହା ଖେଳା ଯିବ କି ନାହିଁ, ତାହା ଉପରେ ସଂଶୟ ଜାରି ରହିଛି । 

ଧୋନି ବିରୋଧୀ ପୋଷ୍ଟରେ ଲାଇକ୍ କରି ଫସିଲେ ଋଷଭ ପନ୍ତ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଋଷଭ ପନ୍ତଙ୍କ ଉପରେ ପ୍ରଶଂସକମାନେ ବହୁତ ଅସନ୍ତୋଷ ପ୍ରକାଶ କରିଛନ୍ତି । ବାସ୍ତବରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସହ ଜଡିତ ଏକ ଭିଡିଓ ପୋଷ୍ଟକୁ ପନ୍ତ ଲାଇକ୍ କରିଛନ୍ତି । ଯେଉଁଥିରେ ଧୋନି ୱିକେଟ୍ କିପିଂ ସମୟରେ ଷ୍ଟ୍ରଗଲ କରୁଥିବା ନଜର ଆସିଛନ୍ତି । ସୋସିଆଲ ମିଡିଆର ପନ୍ତଙ୍କ ଏ କାର୍ଯ୍ୟରେ ପ୍ରଶଂସକମାନେ ବହୁତ ଅସନ୍ତୋଷ ପ୍ରକାଶ କରିଛନ୍ତି । ଭିଡିଓରେ ଧୋନିଙ୍କ ବୟସକୁ ନେଇ ଏକ ପରିହାସ କରାଯାଉଛି । କ୍ୟାପସନରେ ଏହା 'କୟା ସେ କୟା ହୋ ଗୟା' ଲେଖାଯାଇଛି ।

ସୋସିଆଲ ମିଡିଆରେ ଜଣେ ୟୁଜର ଏହାକୁ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ପନ୍ତ ଧୋନିଙ୍କ ଏହି ଭିଡିଓକୁ ପସନ୍ଦ କରିଛନ୍ତି । ଧୋନିଙ୍କ ପ୍ରଶଂସକମାନେ ମଧ୍ୟ ପନ୍ତଙ୍କ ଏହି କାର୍ଯ୍ୟରେ ବହୁତ ରାଗିଛନ୍ତି । ଏଠାର କହି ରଖିବୁ ଯେ, ଯଦିଓ ପନ୍ତ ମହାନ୍ ଧୋନିଙ୍କୁ ତାଙ୍କର ଆଦର୍ଶ ବୋଲି ଭାବନ୍ତି, କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ପୋଷ୍ଟ ତାଙ୍କ ପାଇଁ ଏକ ସମସ୍ୟା ପାଲଟିଛି । ସାମ୍ପ୍ରତିକ ସମୟରେ ଋଷଭ ପନ୍ତଙ୍କ ପ୍ରଦର୍ଶନ ମଧ୍ୟ ଭଲ ନାହିଁ । ଏଥି ସହିତ ଧୋନି ୨୦୧୯ ବିଶ୍ୱକପ ପରଠାରୁ ଟିମ୍ ଇଣ୍ଡିଆରୁ ବାହାରେ ଅଛନ୍ତି ।

;