ଧୋନିକୁ ନେଇ ବଡ଼ ଖୁଲାସା କଲେ ପନ୍ତ
Advertisement
Article Detail0/zeeodisha/odisha675673

ଧୋନିକୁ ନେଇ ବଡ଼ ଖୁଲାସା କଲେ ପନ୍ତ

ପନ୍ତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ନିଜ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ସହ ଇନଷ୍ଟାଗ୍ରାମରେ ବାର୍ତ୍ତାଳାପ ସମୟରେ କହିଛନ୍ତି ଯେ, ସେ (ଧୋନି) ପଡ଼ିଆରେ ତଥା ବାହାରେ ମୋର ମାର୍ଗଦର୍ଶକ ପରି । କୌଣସି ସମସ୍ୟାର ସମାଧାନ ପାଇଁ ମୁଁ ତାଙ୍କ ସହିତ ଯୋଗାଯୋଗ କରିପାରିବି । କିନ୍ତୁ ସେ ମୋତେ ସଂପୂର୍ଣ୍ଣ ସମାଧାନ ଦିଅନ୍ତି ନାହିଁ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନିଙ୍କୁ ନିଜ ମାର୍ଗଦର୍ଶକ ଭାବରେ ବର୍ଣ୍ଣନା କରିଛନ୍ତି ଟିମ ଇଣ୍ଡିଆର ୱିକେଟକିପର ତଥା ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ । ସେ ଧୋନିଙ୍କୁ ନେଇ କହିଛନ୍ତି ଯେ ବିଶ୍ୱକପ୍ ବିଜେତା ଅଧିନାୟକ ଯୁବ ଖେଳାଳିଙ୍କୁ ନିଜ ଉପାୟରେ ସାହାଯ୍ୟ କରନ୍ତି । କିନ୍ତୁ ଏକ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ କରିବା ପରିବର୍ତ୍ତେ ସେମାନଙ୍କୁ ନିଜର ସମାଧାନ ଖୋଜିବାକୁ ଉତ୍ସାହିତ କରନ୍ତି । ପନ୍ତଙ୍କୁ ଧୋନିଙ୍କ ଉତ୍ତରାଧିକାରୀ ବୋଲି ମନେକରାଯାଉଥିଲା । କିନ୍ତୁ ସୀମିତ ଓଭର ଫର୍ମାଟରେ ଲୋକେଶ ରାହୁଲ ତାଙ୍କ ସ୍ଥାନ ନେଇଛନ୍ତି । ତେଣୁ ଏହି ଯୁବ ଖେଳାଳିଙ୍କୁ ଅନ୍ତିମ ଏକାଦଶରେ ସଂଘର୍ଷ ସ୍ଥାନ ହାସଲ କରିବାକୁ କଡ଼ା ସଂଘର୍ଷ କରିବାକୁ ପଡୁଛି ।

ପନ୍ତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ନିଜ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ସହ ଇନଷ୍ଟାଗ୍ରାମରେ ବାର୍ତ୍ତାଳାପ ସମୟରେ କହିଛନ୍ତି ଯେ, ସେ (ଧୋନି) ପଡ଼ିଆରେ ତଥା ବାହାରେ ମୋର ମାର୍ଗଦର୍ଶକ ପରି । କୌଣସି ସମସ୍ୟାର ସମାଧାନ ପାଇଁ ମୁଁ ତାଙ୍କ ସହିତ ଯୋଗାଯୋଗ କରିପାରିବି । କିନ୍ତୁ ସେ ମୋତେ ସଂପୂର୍ଣ୍ଣ ସମାଧାନ ଦିଅନ୍ତି ନାହିଁ ।

ସେ କହିଛନ୍ତି, ଏହା ଏପରି ମଧ୍ୟ ହେଉଛି କାରଣ ମୁଁ ତାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ  ନ ରହେ । ସେ କେବଳ ସଙ୍କେତ ଦିଅନ୍ତି । ଯାହା ଦ୍ୱାରା ମୋତେ ସମସ୍ୟାରୁ ବାହାରିବାରୁ ସାହାଯ୍ୟ ମିଳିଥାଏ । ସେ ବ୍ୟାଟିଂରେ ମୋର ପ୍ରିୟ ଯୋଡ଼ିଦାରମାନଙ୍କ ମଧ୍ୟରୁ ଜଣେ । କିନ୍ତୁ ତାଙ୍କ ସହ ବ୍ୟାଟିଂ କରିବାର ସୁଯୋଗ କମ୍ ହି ମିଳିଥାଏ । 

ସୂଚନାଯୋଗ୍ୟ ଯେ, ପନ୍ତ ୨୦୧୯ର ଆଇପିଏଲରେ ମଧ୍ୟ ବହୁତ ଭଲ ବ୍ୟାଟିଂ କରିଥିଲେ । ସେ ୧୬ଟି ମ୍ୟାଚରେ ୪୮୮ ରନ୍ କରିବାରେ ସଫଳ ହୋଇଥିଲେ । ଏହି ସମୟ ମଧ୍ୟରେ ସେ ତାଙ୍କ ବ୍ୟାଟରୁ ୩ ଅର୍ଦ୍ଧଶତକ ହାସଲ କରିଥିଲେ । ଯୁବ ୱିକେଟକିପର ପନ୍ତ କହିଛନ୍ତି ଯେ, ଆଇପିଏଲର ଶେଷ ସିଜିନ ଦିଲ୍ଲୀ ଦଳ ପାଇଁ ଚମତ୍କାର ଥିଲା । ୨୦୧୯ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ତୃତୀୟ ନମ୍ବରରେ ପହଞ୍ଚିଥିଲା । ଏହା ବ୍ୟତୀତ ଲାଇଭ୍ ଅଧିବେଶନରେ ପନ୍ତ କହିଛନ୍ତି ଯେ, ସେ ଟେଷ୍ଟ କ୍ରିକେଟରେ ସ୍ଥାନ ହାସଲ କରିବା ପାଇଁ  କଠିନ ପରିଶ୍ରମ କରୁଛନ୍ତି ।

;