ବେରୋଜଗାରୀ ପରେ ଦରବୃଦ୍ଧି ପ୍ରସଙ୍ଗ, ତେଜସ୍ୱୀଙ୍କ ବେକରେ 'ମହଙ୍ଗା ପିଆଜ' ମାଳ
Advertisement

ବେରୋଜଗାରୀ ପରେ ଦରବୃଦ୍ଧି ପ୍ରସଙ୍ଗ, ତେଜସ୍ୱୀଙ୍କ ବେକରେ 'ମହଙ୍ଗା ପିଆଜ' ମାଳ

 ଏବେ ପିଆଜ ଦର ୧୦୦ ଟଙ୍କା ହେବାକୁ ଯାଛି। ବିହାରରେ ବେକାରୀ, ଅନାହାର ବୃଦ୍ଧି ପାଉଛି। କ୍ଷୁଦ୍ର ବ୍ୟବସାୟୀ କ୍ଷତିଗ୍ରସ୍ତ ହେବାରେ ଲାଗିଛନ୍ତି। 

ବେରୋଜଗାରୀ ପରେ ଦରବୃଦ୍ଧି ପ୍ରସଙ୍ଗ, ତେଜସ୍ୱୀଙ୍କ ବେକରେ 'ମହଙ୍ଗା ପିଆଜ' ମାଳ

ପାଟନା: ବିହାର ବିଧାନସଭା ନିର୍ବାଚନ (Bihar Assembly Poll 2020) ଲାଗି ସରଗରମ ରହିଛି ରାଜନୈତିକ ପାଣିପାଗ। ବିଭିନ୍ନ ପ୍ରସଙ୍ଗକୁ ଦଳୀୟ ନିର୍ବାଚନୀ ଇସ୍ତାହାର (Election Manifesto) ରେ ସ୍ଥାନ ଦେଇ ଜନସମର୍ଥନ ହାତେଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଥିବା ବିଭିନ୍ନ ରାଜନୈତିକ ଦଳ। ଏଥରର ନିର୍ବାଚନରେ ରୋଜଗାର, ପଳାୟନ, ପ୍ରବାସୀ ଶ୍ରମିକଙ୍କ ସମସ୍ୟା ପରେ ଏବେ ପିଆଜ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବେ ଉଭା ହୋଇଛି।  

ରୋଜଗାର ଏବଂ ବିକାଶ ପ୍ରସଙ୍ଗକୁ ବାରମ୍ବାର ଉଠାଇବା ପରେ ଏବେ ରାଷ୍ଟ୍ରୀୟ ଜନତା ଦଳ-ଆରଜେଡି (RJD-Rastriya Janata Dal) ନେତୃତ୍ୱାଧିନ ମହାମେଣ୍ଟ (Grand Alliance) ନେତା ତେଜସ୍ୱୀ ଯାଦବ (Tejashwi Yadav) ବର୍ତ୍ତମାନ ପିଆଜ (Onion) ଦରବୃଦ୍ଧିକୁ ଏବେ ନିର୍ବାଚନୀ ଇସ୍ତାହାରରେ ସ୍ଥାନ ଦେଇଛନ୍ତି। ସେ ଆରଜେଡି ସମର୍ଥକଙ୍କ ସହ ପିଆଜ ମାଳ ପିନ୍ଧି ଏହାର ଦରବୃଦ୍ଧିକୁ ବିରୋଧ କରିଛନ୍ତି।  

   
ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି, "ପିଆଜ ଦର ଏବେ ୧୦୦ ଟଙ୍କାରେ ପହଞ୍ଚିବାକୁ ଯାଉଛି। ଲୋକଙ୍କ ନିକଟରେ ରୋଜଗାର ନାହିଁ। ଯେଉଁ ଲୋକେ ପିଆଜ ଦର କିଲୋଗ୍ରାମ ପିଛା ୫୦-୬୦ ଟଙ୍କା ଦରରେ ବିକ୍ରି ହେବାକୁ ନେଇ କାନ୍ଦୁଥିଲେ ସେମାନେ ଏବେ କେଉଁଠି ଅଛନ୍ତି? ପିଆଜ ଦର ଏବେ ୮୦ ଟଙ୍କା ପାର କରିଗଲାଣି। ଦେଶରେ ଗରିବ ଲୋକଙ୍କ କଥା ଶୁଣାଯାଉ ନାହିଁ। "

ବିରୋଧି ବିଜେପିକୁ ଟାର୍ଗେଟ କରିବାକୁ ଯାଇ ସେ କହିଛନ୍ତି ପୂର୍ବରୁ ଦର ବୃଦ୍ଧି ପ୍ରସଙ୍ଗରେ ବିଜେପି ନେତା ଫୁଲମାଳ ପିନ୍ଧୁଥିଲେ। ଏବେ ପିଆଜ ଦର ୧୦୦ ଟଙ୍କା ହେବାକୁ ଯାଛି। ବିହାରରେ ବେକାରୀ, ଅନାହାର ବୃଦ୍ଧି ପାଉଛି। କ୍ଷୁଦ୍ର ବ୍ୟବସାୟୀ କ୍ଷତିଗ୍ରସ୍ତ ହେବାରେ ଲାଗିଛନ୍ତି। ଦାରିଦ୍ର୍ୟ ବୃଦ୍ଧି ପାଉଛି। ଜିଡିପି ହ୍ରାସ ପାଉଛି, ଆମେ ଏକ ଆର୍ଥିକ ସଙ୍କଟ ଦେଇ ଗତି କରୁଛୁ। ଏଭଳି ପରିସ୍ଥିତିରେ ବିଜେପି ଏବଂ ଏହାର ସହଯୋଗୀ ଦଳର ନେତା ନୀରବ ରହିଛନ୍ତି।

ମୁଖ୍ୟମନ୍ତ୍ରୀ ନୀତିଶ କୁମାର (CM Nitish Kumar) ଙ୍କୁ ଟାର୍ଗେଟ କରି କହିଛନ୍ତି, " ବିହାରରେ ୬୦ଟି ଦୁର୍ନୀତି ହୋଇଛି ଯେଉଁଥିରେ ସରକାରୀ ରାଜକୋଷରୁ ପ୍ରାୟ ୩୦ ହଜାର କୋଟି ଟଙ୍କାର ଲୁଟ କରାଯାଇଛି। ବିପର୍ଯ୍ୟୟ ସମୟରେ କୌଣସି ଟଙ୍କାର ହିସାବ ମିଳିଲା ନାହିଁ। ଦୁର୍ନୀତି ଯଥେଷ୍ଟ ବୃଦ୍ଧି ପାଇଛି, ଲାଞ୍ଚ ବିନା କୌଣସି କାମ କରାଯାଉ ନାହିଁ। ମୁଖ୍ୟମନ୍ତ୍ରୀ ଏପରି ଏକ ପରମ୍ପରା ଆରମ୍ଭ କରି ଦେଇଛନ୍ତି। 

ନିର୍ବାଚନ ପାଖେଇ ଆସୁଥିବା ବେଳେ ଉଭୟ ବିଜେପି-ଜେଡିୟୁକୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିବାରେ ଲାଗିଛନ୍ତି ଆରଜେଡି ନେତା ତେଜସ୍ୱୀ। ଏପରିକି ସେ ଗୋଟିଏ ଦିନରେ ଦଳ ଲାଗି ୧୦-୧୨ ନିର୍ବାଚନ ରାଲି କରୁଛନ୍ତି।  ରୋଜଗାର, ପଳାୟନ, ଦୁର୍ନୀତି ଏବଂ ବିକାଶ ଭଳି ପ୍ରସଙ୍ଗରେ ସେ ରାଜ୍ୟରେ କ୍ଷମତାସୀନ ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି।