• ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କଲେ ୨ ଜଣ ବାହାର ରାଜ୍ୟର ଭକ୍ତ
  • ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ ବନ୍ଦ ଥିବା ବେଳେ ଉଭୟଙ୍କ ପ୍ରବେଶକୁ ନେଇ ଉଠିଛି ପ୍ରଶ୍ନ
  • ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା
  • CBI ତଦନ୍ତ ପାଇଁ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା
  • ଉତ୍ତର ବଙ୍ଗୋପସାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ୩ ଦିନ ବର୍ଷା ସମ୍ଭାବନା
  • ଆଜି ପାଇଁ ୨୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ୍
  • ଦେଶରେ ୨୪ ଘଣ୍ଟାରେ ୨୯ ହଜାର ୬୯୮ ପଜିଟିଭ୍ ଚିହ୍ନଟ , ୪୧୫ ମୃତ
  • ରାଜ୍ୟରେ ଆଜି ୧୬୨୯ କୋରୋନା ପଜିଟିଭ ଚିହ୍ନଟ, ୬୦ ମୃତ
  • ଆଜି ୧୨ ଘଣ୍ଟିଆ ବରଗଡ଼ ବନ୍ଦ

ସୀମା ବାହାରୁ ହେଉଛି Rohingya Conspiracy; ଚର୍ଚ୍ଚାରେ UP Assembly Poll

ଆସନ୍ତାବର୍ଷ ହେବାକୁ ଯାଉଥିବା ନିର୍ବାଚନ ପୂର୍ବରୁ ଏହି ବେଆଇନ ଅନୁପ୍ରବେଶକାରୀଙ୍କ ନିକଟରୁ ଭୋଟର ପରିଚୟପତ୍ର ଜବତ ହେବା ଘଟଣା ରାଜ୍ୟ ରାଜନୀତିକୁ ସରଗରମ କରିଛି। 

ସୀମା ବାହାରୁ ହେଉଛି Rohingya Conspiracy; ଚର୍ଚ୍ଚାରେ UP Assembly Poll

ଲକ୍ଷ୍ନୌ: ଆସନ୍ତା ବର୍ଷ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ସମୟର ନିକଟତର ହୋଇ ଆସୁଥିବାବେଳେ ଏହି ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଉଠିଲେଣୀ ବିଭିନ୍ନ ରାଜନୈତିକ ଦଳ। ହେଲେ ଅନ୍ୟ ଏକ ପ୍ରସଙ୍ଗକୁ ନେଇ 
ଏବେ ଠାରୁ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ଏହା ପଛରେ ରାଜନୈତିକ କାରଣ ରହିଥିବା ଚର୍ଚ୍ଚା ହେଉଛି।   

ଆସନ୍ତାବର୍ଷ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (UP Assembly Election 2022) । ହେଲେ ଏହି ନିର୍ବାଚନ ପୂର୍ବରୁ ରୋହିଙ୍ଗ୍ୟା ଅନୁପ୍ରବେଶକାରୀ (Rohingya Infiltrators) ଧରାହେବା ଘଟଣାକୁ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି (UP Politics) । ବେଆଇନ ଭାବେ ଆସ୍ଥାନ ଜମାଇଥିବା ଏହି ଅନୁପ୍ରବେଶକାରୀଙ୍କୁ ରାଜ୍ୟରୁ ବିତାଡିତ କରିବା ଲାଗି ସ୍ୱତନ୍ତ୍ର ଅଭିଯାନ ଚଳାଇଛି ୟୁପି ପୋଲିସ (UP Police) ବାହିନୀ ଅଧିନସ୍ଥ ଆତଙ୍କବାଦ ନିରୋଧି ବଳ-ଏଟିଏସ (Anti Terrorism Squad-ATS)। 

Also Read: Operation Success: UP ATS ଜାଲରେ ଫସିଲେ ୪ Rohingya ଅନୁପ୍ରବେଶକାରୀ, କରୁଛନ୍ତି Black Money କାରବାର

ୟୁପି ଏଟିଏସ ପକ୍ଷରୁ "ଅପରେସନ ରୋହିଙ୍ଗ୍ୟା" (Operation Rohingya) ନାମରେ ଏହି ଅଭିଯାନ କାର୍ଯ୍ୟକାରୀ କରାଯାଉଛି। ଯାହାର ମୂଳ ଲକ୍ଷ୍ୟ ହେଉଛି ରାଜ୍ୟରେ ବେଆଇନ ଭାବେ ରହୁଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା।  ଚଳିତ ବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯାଇ ୧୫ ରୋହିଙ୍ଗ୍ୟା ଅନୁପ୍ରବେଶକାରୀ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଭୋଟର ପରିଚୟ ପତ୍ର (Voter Identity Card) ସମେତ ଅନ୍ୟାନ୍ୟ ଦସ୍ତାବିଜ (Document) ଜବତ କରିଛି ଉତ୍ତର ପ୍ରଦେଶ ଆତଙ୍କବାଦ ନିରୋଧି ବଳ।    

Also Read: UP Poll 2022 ପୂର୍ବରୁ ଭୟାନକ ଷଡଯନ୍ତ୍ର; ATS ପକ୍ଷରୁ ଚାଲିଛି 'Operation Rohingya'

ଆସନ୍ତାବର୍ଷ ହେବାକୁ ଯାଉଥିବା ନିର୍ବାଚନ ପୂର୍ବରୁ ଏହି ବେଆଇନ ଅନୁପ୍ରବେଶକାରୀଙ୍କ ନିକଟରୁ ଭୋଟର ପରିଚୟପତ୍ର ଜବତ ହେବା ଘଟଣା ରାଜ୍ୟ ରାଜନୀତିକୁ ସରଗରମ କରିଛି। ଗିରଫ ହୋଇଥିବା ରୋହିଙ୍ଗ୍ୟାକୁ ଜେରା କରାଯିବା ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ୟୁପି ଏଟିଏସ ହାତରେ ଲାଗିଛି। ସେମାନଙ୍କୁ ଏକ ବ୍ୟବସ୍ଥିତ ଢଙ୍ଗରେ ଏଠାକୁ ଅଣାଯାଇଥିବା ନେଇ ଜେରା ବେଳେ କହିଛନ୍ତି ଏହି ବେଆଇନ ଅନୁପ୍ରବେଶକାରୀ।  

ଦେଶର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ରହୁଥିବା ରୋହିଙ୍ଗ୍ୟା ହେଉଛନ୍ତି ମୁସଲମାନ ସମ୍ପ୍ରଦାୟର (Rohingya Muslim)। ସେମାନଙ୍କୁ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରିବା ଲାଗି ଷଡଯନ୍ତ୍ର ରଚାଯାଇଥିବା କୁହାଯାଉଛି। ଆସନ୍ତାବର୍ଷ ହେବାକୁ ଯାଉଥିବା ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଏହି ବିଦେଶୀ ଅନୁପ୍ରବେଶକାରୀ ଭୋଟର ଭାବେ ମତଦାନ କରିଥାନ୍ତେ।

Also Read: Security Warning: ନିର୍ବାଚନ ପୂର୍ବରୁ UP ମୁହାଁ ହେଉଛନ୍ତି Rohingya Infiltrator

ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ବିଧାନସଭା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ବେଆଇନ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କୁ ବସାଇବା ପଛରେ କେଉଁ କାରଣ ରହିଛି। ରାଜ୍ୟର ସେମାନଙ୍କ ଉପସ୍ଥିତି ବାବଦରେ ଖବର ମିଲିବା ପରେ ସତର୍କ ହୋଇଉଠିଛି ୟୁପି ଏଟିଏସ। ଏ ବାବଦରେ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି ପକ୍ଷରୁ ୟୁପି ପୋଲିସ ବାହିନୀକୁ ପକ୍ଷରୁ ପୂର୍ବରୁ ଅବଗତ କରାଯାଇଥିଲା।    

ରୋହିଙ୍ଗ୍ୟା ମୁସଲମାନଙ୍କ ବେଆଇନ ଅନୁପ୍ରବେଶ ବାବଦରେ ଖବର ପାଇବା ପରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା କହିଛନ୍ତି ୟୁପି ପୋଲିସ ଆଇନ ଶୃଙ୍ଖଳା ବିଭାଗ ଏଡିଜି (UP Police Law & Order ADG) ପ୍ରଶାନ୍ତ କୁମାର (Prashant Kumar)। ସେହି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ୟୁପି ଏଟିଏସ ପକ୍ଷରୁ "ଅପରେସନ ରୋହିଙ୍ଗ୍ୟା" ନାମରେ ଏକ ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକାରୀ କରାଯାଉଛି। ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ବେଆଇନ ବାଲାଂଦେଶୀ କିମ୍ବା ରୋହିଙ୍ଗ୍ୟା ଅନୁପ୍ରବେଶକାରୀ ଚିହ୍ନଟ କରି ରାଜ୍ୟରୁ ବିତାଡିତ କରିବା। 

Also Read: India ଛାଡିବେ Rohingya; ପୁଣି ଫେରିଯିବେ Myanmar

ସର୍ବପ୍ରଥମେ ଏହି ଅଭିଯାନ ଚଳିତ ବର୍ଷ ଜାନୁଆରୀ ୬ ତାରିଖରେ ରାଜ୍ୟର ସନ୍ଥକବୀର ନଗର ଜିଲ୍ଲାର ସମର୍ଥନ ନାମକ ଗାଁରେ କାର୍ଯ୍ୟକାରୀ କରାଯାଇଥିଲା। ଯେଉଁଠୁ ଅଜୀଜୁଲ୍ଲାହ ନାମକ ରୋହିଙ୍ଗ୍ୟା ୟୁପି ଏଟିଏସ ହାତରେ ଧରାପଡି଼ଥିଲା। ଏହା ପରେ ଫେବୃଆରୀ ୨୮ ତାରିଖରେ ଆଲିଗଡ ଜିଲ୍ଲାର କମଲା ରୋଡରେ ରହୁଥିବା ମହମ୍ମଦ ଫାରୁଖ ଏବଂ ହସନ, ମାର୍ଚ୍ଚ ୧ ତାରିଖରେ ଉନ୍ନାଓଁ ଜିଲ୍ଲାରୁ ଶାହିଦ ନାମକ ୩ ଅନୁପ୍ରବେଶକାରୀ ଧରାପଡିବା ପରେ "ଅପରେସନ ରୋହିଙ୍ଗ୍ୟା" ଅଭିଯାନର ବେଗକୁ ବଢାଇଥିଲା ୟୁପି ଏଟିଏସ।

Also Read: ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ; ରୋହିଙ୍ଗ୍ୟା ମୁସଲମାନଙ୍କୁ ମିଆଁମାରରେ ଆତଙ୍କବାଦୀ ପ୍ରଶିକ୍ଷଣ ଦେଉଛି ଆଇଏସଆଇ

ଚଳିତ ମାସ ୮ ତାରିଖରେ ଗାଜିଆବାଦ (Ghaziabad) ଜିଲ୍ଲାରୁ ଆମିର ହୁସେନ ଏବଂ ନୂର ଆଲମ ନାମକ ଦୁଇ ଅନୁପ୍ରବେଶକାରୀ ଗିରଫ ହୋଇଥିଲେ। ସେମାନଙ୍କୁ ହୋଇଥିବେ ଜେରାରୁ ଜଣାପଡିଛି ଉଭୟେ ବାଂଲାଦେଶ (Bangladesh) ରାସ୍ତା ଦେଇ ମିଆଁମାରରୁ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କୁ ଭାରତକୁ ଆଣିଥାନ୍ତି। ସେମାନଙ୍କ ପାଇଁ ଉଭୟେ ମିଥ୍ୟା ଦସ୍ତାବିଜ ପ୍ରସ୍ତୁତ କରିବା ସହ ସେମାନଙ୍କୁ ଦେଶର ବିଭିନ୍ନ ସ୍ଥାନରେ ବସାଇଥାନ୍ତି। 

Also Read: ଦିଲ୍ଲୀ ଦଙ୍ଗା ଘଟଣାରେ ଆସିଲା ଭୀମ ଆର୍ମୀ-ପିଏଫଆଇ ଲିଙ୍କ୍!

ଉଭୟଙ୍କୁ କରାଯାଇଥିବା ଜେରା ବେଳେ ଜଣାପଡ଼ିଛି ସେମାନେ ବାଂଲାଦେଶୀ କିମ୍ବା ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କୁ ଉତ୍ତର ପ୍ରଦେଶ ସମେତ ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ବସାଇଥାନ୍ତି। ସେମାନଙ୍କ ପାଇଁ  ଆବଶ୍ୟକୀୟ ଦସ୍ତାବିଜ ପ୍ରସ୍ତୁତ କରିବା ସହ ସେମାନଙ୍କୁ ଭୋଟର ତାଲିକାରେ ସାମିଲ କରିବା। ଏହା ଉପାୟରେ ଆସନ୍ତା ବର୍ଷ ହେବାକୁ ଯାଉଥିବା ୟୁପି ବିଧାନସଭା ନିର୍ବାଚନରେ ଗଡବଡ କରିବାକୁ ହୋଇଥିଲା ଷଡ଼ଯନ୍ତ୍ର।