ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ଅନ୍ଧାଧୁନିଆ ଗୁଳିମାଡ଼; ୭ ମୃତ
X

ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ଅନ୍ଧାଧୁନିଆ ଗୁଳିମାଡ଼; ୭ ମୃତ

ଗୁଳି ବିନିମୟରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ୩ ଜଣଙ୍କ ମୃତ୍ୟୁ ଘଟିଛି।

ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ଅନ୍ଧାଧୁନିଆ ଗୁଳିମାଡ଼; ୭ ମୃତ

ଢାକା: ଶୁକ୍ରବାର ବାଂଲାଦେଶ-ମିଆଁମାର ସୀମାରେ ଥିବା ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ଅବସ୍ଥିତ ଏକ ଇସଲାମିକ ସେମିନାରୀ ଉପରେ ହୋଇଥିବା ଆକ୍ରମଣରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଆକ୍ରମଣ ଉପରେ ପ୍ରତିକ୍ରିୟା ଆଞ୍ଚଳିକ ପୋଲିସ ମୁଖ୍ୟ କହିଛନ୍ତି ଆକ୍ରମଣକାରୀ କେତେକ ପୀଡିତାଙ୍କ ଗୁଳି କରି ଅନ୍ୟମାନଙ୍କୁ ଛୁରୀ ମାରି ହତ୍ୟା କରିଥିଲେ। 

ତିନି ସପ୍ତାହ ପୂର୍ବେ ଏଠାରେ ରହୁଥିବା ରୋହିଙ୍ଗ୍ୟା ସମ୍ପ୍ରଦାୟର ଜଣେ ନେତାଙ୍କୁ ତାଙ୍କ କାର୍ଯ୍ୟାଳୟ ବାହାରେ ଗୁଳି କରି ହତ୍ୟା କରାଯିବା ପରେ ଏହି ଘଟଣାକୁ ନେଇ ନେତ୍ତେଜନା ବୃଦ୍ଧି ପାଇଥିଲା। ଏନେଇ ଜଣେ ସୁରକ୍ଷା ବଳ ଅଧିକାରୀ କହିଛନ୍ତି ଯେ ଉଖିଆ ଠାର ଥିବା ୧୮ ନମ୍ବର କ୍ୟାମ୍ପସ୍ଥିତ ଏଚ-୫୨ ବ୍ଲକ ଠାରେ ମଧ୍ୟରାତ୍ରୀ ପ୍ରାୟ ୪ଟା ସମୟରେ ଅଜ୍ଞାତ ବ୍ୟକ୍ତି ଆକ୍ରମଣ କରିଥିଲେ। ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ଅବସ୍ଥିତ ଏକ ମଦ୍ରାସା ଉପରେ ଏହି ଆକ୍ରମଣ ହୋଇଥିଲା। ଗୁଳି ବିନିମୟରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ୩ ଜଣଙ୍କ ମୃତ୍ୟୁ ଘଟିଛି।

Also Read: Security Warning: ନିର୍ବାଚନ ପୂର୍ବରୁ UP ମୁହାଁ ହେଉଛନ୍ତି Rohingya Infiltrator

ଏହା ପୂର୍ବରୁ ଗତ  ସେପ୍ଟେମ୍ବର ୨୯ ତାରିଖରେ ବାଂଲାଦେଶରେ ଅବସ୍ଥିତ ଏକ ଶିବିରରେ ଜଣେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। କକ୍ସ ବଜାର ଜିଲ୍ଲାର ଉଖିଆ ଠାରେ ଅବସ୍ଥିତ କୁଟୁପାଲୋଙ୍ଗ ଶରଣାର୍ଥୀ ଶିବିରରେ ଅଜ୍ଞାତ ଆକ୍ରମଣକାରୀଙ୍କ ଗୁଳିମାଡରେ ମୋହିବୁଲ୍ଲା ନାମକ ଜଣେ ଶରଣାର୍ଥୀ ପ୍ରାଣ ହରାଇଥିଲା। ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ମୃତକ ବୃତ୍ତିରେ ଜଣେ ଶିକ୍ଷକ ହୋଇଥିବା ବେଳେ ପରେ ସେ ଅନ୍ତର୍ଜାତୀୟ ସଭାରେ ସ୍ଥାନୀୟ ମୁସଲମାନ ଗୋଷ୍ଠୀର ପ୍ରତିନିଧିତ୍ୱ କରୁଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ନେତା ତଥା ମୁଖପାତ୍ର ହୋଇଥିଲେ। ଗତ ୨୦୧୯ ବର୍ଷରେ ସେ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଧାର୍ମିକ ସ୍ୱାଧୀନତା ଉପରେ ଏକ ବୈଠକ କରିବା ସହ ମିଆଁମାରରେ ରୋହିଙ୍ଗ୍ୟା ମୁସଲମାନଙ୍କ ଅବସ୍ଥା ବାବଦରେ ତାଙ୍କୁ ଅବଗତ କରାଇଥିଲେ।

 

Trending news