• କୋଭିଡ ଡେଥ ଅଡ଼ିଟ କିଛି ବାକି ଅଛି: ନିରଞ୍ଜନ ମିଶ୍ର
  • ହାଇଦରକୁ ଏନ୍‌କାଉଣ୍ଟର ଘଟଣା
  • ନିଜ ଆଡ଼ୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିସନ
  • ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପି, ଜେଲ ଡିଜି, ପୋଲିସ କମିସନରଙ୍କୁ ରିପୋର୍ଟ ତଲବ
  • ସେପ୍ଟେ‌ମ୍ବର ୬ରେ ମାମଲାର ପରବର୍ତ୍ତୀ ଶୁଣାଣି
  • କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବି.ଏସ୍‌. ୟେଦିୟୁରପ୍ପା
  • କାରଗିଲ ବିଜୟ ଦିବସରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି କୋବିନ୍ଦ
  • ପୁରୀରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ବ୍ୟବସ୍ଥାର ଶୁଭାରମ୍ଭ
  • କରୋନା କଟକଣା ଭିତରେ ଶ୍ରେଣୀଗୃହରେ ବସି ପାଠପଢିଲେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ
  • ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ଖୋଲିବାକୁ ନିଷ୍ପତ୍ତି ହୋଇଛି: ଗଣଶିକ୍ଷା ମନ୍ତ୍ରୀ

ଧୋନି-ଦିନେଶଙ୍କ ବାଟରେ ରୋହିତ! ସୋସିଆଲ ମିଡିଆରେ ଦେଲେ ହିଣ୍ଟ୍

ଖୁବଶୀଘ୍ର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇପାରନ୍ତି ହିଟମ୍ୟାନ ରୋହିତ ଶର୍ମା। ସୋସିଆଲ ମିଡିଆ ବାୟୋରୁ ଭାରତୀୟ କ୍ରିକେଟର ଶବ୍ଦ ହଟାଇ ସେ ଏହି ହିଣ୍ଟ ହେଇଛନ୍ତି।

ଧୋନି-ଦିନେଶଙ୍କ ବାଟରେ ରୋହିତ! ସୋସିଆଲ ମିଡିଆରେ ଦେଲେ ହିଣ୍ଟ୍
ଡିଜାଇନ ଫଟୋ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ହେବ କି ଆଉ ଏକ ଯୁଗର ଅବସାନ? ଅନ୍ତର୍ଜାତୀୟ କ୍ରିକେଟରୁ ରୋହିତ ଶର୍ମାଙ୍କ ସନ୍ୟାସ? ଏଭଳି ଅନେକ ପ୍ରଶ୍ନ ଏବେ କ୍ରିକେଟ ପ୍ରେମୀଙ୍କ ମନରେ ଉଙ୍କି ମାରୁଛି। କାରଣ ଟିମ ଇଣ୍ଡିଆର ହିଟମ୍ୟାନ୍ ନାଁରେ ପରିଚିତ ରୋହିତ ଶର୍ମା ତାଙ୍କ ଟ୍ୱିଟର ଓ ଇନଷ୍ଟାର ବାୟୋରୁ 'ଭାରତୀୟ କ୍ରିକେଟର' ଶବ୍ଦଟିକୁ ହଟାଇଛନ୍ତି।

କେଉଁ କାରଣରୁ ରୋହିତ ଶର୍ମା ବାୟୋରୁ 'ଭାରତୀୟ କ୍ରିକେଟର' ଶବ୍ଦଟିକୁ ହଟାଇଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ସେ କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନି ଓ ଦିନଶ କାର୍ତ୍ତିକଙ୍କ ବାଟରେ ଯାଉଥିବା ଚର୍ଚ୍ଚା ହେଉଛି। ଖୁବଶୀଘ୍ର ରୋହିତ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ପାରନ୍ତି ବୋଲି କିଛି ଲୋକ କହୁଛନ୍ତି।

ୟୁଏଇରେ ଆଇପିଏଲ୍ ସମାପ୍ତି ପରେ ଦୁଇ ମାସରୁ ଅଧିକ ସମୟ ପାଇଁ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଯାତ୍ରା କରିବ। ସେଠାରେ ଟି-୨୦, ଦିନିକିଆ ଓ ଟେଷ୍ଟ ସିରିଜ ଖେଳିବ। ଏଥିପାଇଁ ଏହି ତିନୋଟି ଫର୍ମାଟର ପ୍ଲେୟାର ଲିଷ୍ଟ ଘୋଷଣା ହୋଇ ସାରିଛି। କିନ୍ତୁ ସେଥିରେ ରୋହିତ ଶର୍ମାଙ୍କୁ ସ୍ଥାନ ଦିଆଯାଇନାହିଁ। ଏହି ସମୟରେ ରୋହିତ ତାଙ୍କ ବାୟୋ ହଟାଇବା ପ୍ରଶଂସକଙ୍କୁ ଚକିତ କରିଦେଇଛି।

ଆଘାତ ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସ (MI) କ୍ୟାପଟେନ ରୋହିତ ଶର୍ମା ଗତ ୩ଟି ମ୍ୟାଚରେ ନଜର ଆସିନାହାନ୍ତି। କୁହାଯାଇଥିଲା ଯେ, ସେ ହାମଷ୍ଟ୍ରିଂ ଆଘାତରେ ପୀଡିତ ଅଛନ୍ତି ଏବଂ ଯଥାଶୀଘ୍ର ପଡ଼ିଆକୁ ଫେରିବେ। ଏହି ବଡ ଘୋଷଣାର ଠିକ୍ ପରେ, ନେଟେନିଜେନ୍ସ ପାଗଳ ହୋଇ ଅନେକ ଦାବି ଉପସ୍ଥାପନ କରିବାକୁ ଲାଗିଲେ। କେହି କେହି ଅନୁମାନ କରୁଛନ୍ତି ଯେ ତାଙ୍କ ଫିଟନେସ୍ ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତରୁ ଦୂରେଇ ରଖିଥିବା ବାଧା ମଧ୍ୟରୁ ଗୋଟିଏ ହୋଇପାରେ।

ରୋହିତ ଶର୍ମାଙ୍କ ଟ୍ୱିଚର ଓ ଇନଷ୍ଟା ଆକାଉଣ୍ଟତେବେ ଘଟଣାର ଶେଷ ପର୍ଯ୍ୟାୟରେ ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରିଛନ୍ତି ଯେ, ଅଷ୍ଟ୍ରେଲିଆ ଗସ୍ତ ପାଇଁ କୌଣସି ସ୍କ୍ୱାର୍ଡରେ ନଆସିବା ପରେ ରୋହିତ ଶର୍ମା ସୋସିଆଲ ମିଡିଆ ବାୟୋରୁ “ଭାରତୀୟ କ୍ରିକେଟର” ହଟାଇଛନ୍ତି। ଅପରପକ୍ଷେ, କେତେକ ପୂର୍ବ ଦାବିକୁ ଖଣ୍ଡନ ବି କରୁଛନ୍ତି। ସେ ଯାହା ହେଉନା କାହିଁକି, ରୋହିତଙ୍କୁ ବାଦ ଦେବା ପ୍ରସଙ୍ଗରେ ବିସିସିଆଇ ତରଫରୁ କୌଣସି ସ୍ପଷ୍ଟି କରଣ ଆସିନାହିଁ।

ସେପଟେ ସୋମବାର ରୋହିତ ନେଟ୍ ପ୍ରାକ୍ଟିସ କରିଛନ୍ତି। ତାଙ୍କର ଆଘାତ ଏକ ଚିନ୍ତାର ବିଷୟ ଥିଲା। କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ସୋମବାର ତାଙ୍କ ପ୍ରଶିକ୍ଷଣର ଚିତ୍ର ପୋଷ୍ଟ କରିଥିଲେ ଯାହାକି ଏକ ଭିନ୍ନ କାହାଣୀକୁ ସମ୍ପୂର୍ଣ୍ଣ ରୂପେ ଚିତ୍ରଣ କରୁଛି। କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ମଧ୍ୟ ରୋହିତଙ୍କୁ ବାଦ ଦେବା ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରି ସ୍ପଷ୍ଟ ଭାବରେ କହିଥିଲେ ଯେ ଭାରତୀୟ ପ୍ରଶଂସକମାନେ ଏହି ବିଷୟରେ ଅଧିକ ଜାଣିବାକୁ ଯୋଗ୍ୟ, ଏବଂ ଟିକିଏ ସ୍ୱଚ୍ଛତା ଆବଶ୍ୟକ।