ଜନସଂଖ୍ୟା ବୃଦ୍ଧି ହେତୁ ଦେଶରେ ଅନେକ ସମସ୍ୟା, ଜନସଂଖ୍ୟା ନୀତିର ପୁନର୍ବିଚାର କରିବାର ଆବଶ୍ୟକତା: RSS ମୁଖ୍ୟ
Advertisement

ଜନସଂଖ୍ୟା ବୃଦ୍ଧି ହେତୁ ଦେଶରେ ଅନେକ ସମସ୍ୟା, ଜନସଂଖ୍ୟା ନୀତିର ପୁନର୍ବିଚାର କରିବାର ଆବଶ୍ୟକତା: RSS ମୁଖ୍ୟ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ର ସରସଂଘଚାଲକ ମୋହନ ଭାଗବତ (RSS Chief Mohan Bhagwat) ସଂଘର ୯୬ତମ ପ୍ରତିଷ୍ଠା ଦିବସରେ ଶୁକ୍ରବାର ନାଗପୁରରେ ଅସ୍ତ୍ର ପୂଜା କରିଛନ୍ତି । ଏହି ଅବସରରେ ସେ ସ୍ୱୟଂ ସେବକମାନଙ୍କୁ ସମ୍ବୋଧିତ କରିଛନ୍ତି  । ଏହି କାର୍ଯ୍ୟକ୍ରମରେ ଇସ୍ରାଏଲର କନସୁଲେଟ୍ ଜେନେରାଲ୍ କୋବି ଶୋଶାନି (Consulate General of Israel K

ଜନସଂଖ୍ୟା ବୃଦ୍ଧି ହେତୁ ଦେଶରେ ଅନେକ ସମସ୍ୟା, ଜନସଂଖ୍ୟା ନୀତିର ପୁନର୍ବିଚାର କରିବାର ଆବଶ୍ୟକତା: RSS ମୁଖ୍ୟ

ନାଗପୁର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ର ସରସଂଘଚାଲକ ମୋହନ ଭାଗବତ (RSS Chief Mohan Bhagwat) ସଂଘର ୯୬ତମ ପ୍ରତିଷ୍ଠା ଦିବସରେ ଶୁକ୍ରବାର ନାଗପୁରରେ ଅସ୍ତ୍ର ପୂଜା କରିଛନ୍ତି । ଏହି ଅବସରରେ ସେ ସ୍ୱୟଂ ସେବକମାନଙ୍କୁ ସମ୍ବୋଧିତ କରିଛନ୍ତି  । ଏହି କାର୍ଯ୍ୟକ୍ରମରେ ଇସ୍ରାଏଲର କନସୁଲେଟ୍ ଜେନେରାଲ୍ କୋବି ଶୋଶାନି (Consulate General of Israel Kobbi Shoshani) ମଧ୍ୟ ଉପସ୍ଥିତ ଥିଲେ । ଆପଣଙ୍କୁ କହିରଖୁଛୁ ଯେ ବିଜୟଦଶମୀ (Vijaydashmi) ଦିନ ୧୯୨୫ ମସିହାରେ ଆରଏସଏସ (RSS) ର ପ୍ରତିଷ୍ଠା କରାଯାଇଥିଲା ।

ବିଭାଜନର ଯନ୍ତ୍ରଣା ଏପର୍ଯ୍ୟନ୍ତ ଯାଇନାହିଁ: ମୋହନ ଭଗବତ 

ସ୍ୱୟଂ ସେବକମାନଙ୍କୁ ସମ୍ବୋଧିତ କରିବାବେଳେ ଆରଏସଏସ ମୁଖ୍ୟ ମୋହନ ଭାଗବତ  (Mohan Bhagwat) କହିଛନ୍ତି, "ଯେଉଁ ଦିନ ଆମେ ସ୍ୱାଧୀନ ହୋଇଥିଲୁ, ସେହି ଦିନ ସ୍ୱାଧୀନତାର ଆନନ୍ଦ ସହିତ ଆମେ ମଧ୍ୟ ଏକ ଅତ୍ୟନ୍ତ ବେଦନା ନିଜ ମନରେ ଅନୁଭବ କରିଛୁ ସେହି ଯନ୍ତ୍ରଣା ଏପର୍ଯ୍ୟନ୍ତ ଦୂର ହୋଇନାହିଁ । ଆମ ଦେଶର ବିଭାଜନ ଘଟିଛି, ଏହା ଅତ୍ୟନ୍ତ ଦୁଃଖଦ ଇତିହାସ, କିନ୍ତୁ ସେହି ଇତିହାସର ସତ୍ୟତାକୁ ସାମ୍ନା କରିବାକୁ ହେବ, ଏହାକୁ ଜାଣିବାକୁ ପଡିବ ।"

ଶତ୍ରୁତା ଓ ବିଚ୍ଛିନ୍ନତା ପୁନରାବୃତ୍ତି ହେବା ଉଚିତ୍ ନୁହେଁ: RSS ମୁଖ୍ୟ 

ମୋହନ ଭାଗବତ  (Mohan Bhagwat) ଆହୁରି କହିଛନ୍ତି, "ଯେଉଁ ଶତ୍ରୁତା ଓ ପୃଥକତା କାରଣରୁ ବିଭାଜନ ହୋଇଛି ତାହାର ପୁନରାବୃତ୍ତି ହେବା ଉଚିତ ନୁହେଁ । ପୁନରାବୃତ୍ତି ଏଡାଇବାକୁ, ଆମର ହଜିଯାଇଥିବା ଅଖଣ୍ଡତା ଓ ଏକତାକୁ ଫେରାଇ ଆଣିବାକୁ ସେହି ଇତିହାସକୁ ସମସ୍ତଙ୍କୁ ଜାଣିବାକୁ ପଡ଼ିବ । ବିଶେଷକରି ନୂତନ ପିଢ଼ିକୁ ଜାଣିବା ଉଚିତ୍ ।"

'ଜନସଂଖ୍ୟା ନିୟନ୍ତ୍ରଣ ଉପରେ ପୁନର୍ବିଚାର କରାଯିବା ଉଚିତ୍'

ମୋହନ ଭାଗବତ (Mohan Bhagwat) କହିଛନ୍ତି, "ଜନସଂଖ୍ୟା ନୀତିକୁ ପୁଣି ଥରେ ବିଚାର କରାଯିବା ଉଚିତ୍ । ୫୦ ବର୍ଷ ପର୍ଯ୍ୟନ୍ତ ବିଚାର କରିବା ପରେ ଏକ ନୀତି ପ୍ରସ୍ତୁତ କରାଯିବା ଆବଶ୍ୟକ ଓ ସେହି ନୀତି ସମସ୍ତଙ୍କ ଉପରେ ସମାନ ଭାବରେ କାର୍ଯ୍ୟକାରୀ ହେବା ଉଚିତ୍ । ଜନସଂଖ୍ୟା ଅସନ୍ତୁଳନ ଦେଶ ତଥା ବିଶ୍ୱରେ ଏକ ସମସ୍ୟା ପାଲଟିଛି ।"

'ବେଆଇନ ଅନୁପ୍ରବେଶକୁ ସମ୍ପୂର୍ଣ୍ଣ ରୋକିବା ଉଚିତ୍'

ଆରଏସଏସ ମୁଖ୍ୟ ମୋହନ ଭାଗବତ (Mohan Bhagwat) କହିଛନ୍ତି, "ସୀମା ଆରପାରିରୁ ବେଆଇନ ଅନୁପ୍ରବେଶକୁ ସମ୍ପୂର୍ଣ୍ଣ ରୋକିବା ଆବଶ୍ୟକ । ଜାତୀୟ ନାଗରିକ ପତ୍ରିକା ସୃଷ୍ଟି କରି ଏହି ଅନୁପ୍ରବେଶକାରୀଙ୍କ ନାଗରିକତ୍ୱ ଅଧିକାରରୁ ବଞ୍ଚିତ କରିବା ଉଚିତ୍ ।

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଆଶ୍ୱସ୍ତିକର ଖବର

ଏହା ବି ପଢ଼ନ୍ତୁ:-ଦେଶକୁ ପୁଣି ଥରେ ରାସ୍ତା ଦେଖାଇଲା ଗୁଜୁରାଟ! ହାଇକୋର୍ଟ ଲାଇଭ ଷ୍ଟ୍ରିମିଂ ସିଷ୍ଟମକୁ ଆପଣାଇଲେ ଅନ୍ୟ ରାଜ୍ୟର ଉଚ୍ଚ ନ୍ୟାୟାଳୟ

ଏହା ବି ପଢ଼ନ୍ତୁ:-ଋଷରେ ତାଣ୍ଡବ କରୁଛି କୋରୋନା, ଦିନକରେ ରେକର୍ଡ ମୃତ୍ୟୁ; ସାରା ଦୁନିଆରେ ପୁଣି ବଢିବାକୁ ଲାଗିଛି କୋଭିଡ-19 ସଙ୍କଟ

ଏହା ବି ପଢ଼ନ୍ତୁ:-ବୋର୍ଡ ପରୀକ୍ଷାକୁ ନେଇ CBSE ର ବଡ଼ ଘୋଷଣା, ପରୀକ୍ଷା ପ୍ୟାଟର୍ନରେ ହେଲା ଏହି ପରିବର୍ତ୍ତନ

ଏହା ବି ପଢ଼ନ୍ତୁ:-ସାଧାରଣ ଜନତାଙ୍କୁ ଝଟକା, ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କ'ଣ ରହିଛି ଆଜି ରେଟ୍