Advertisement
Article Detail0/zeeodisha/odisha859071

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଚ୍ଚକୋଟିର ଭାଷଣର ବିନ୍ଧାଣୀ କିଏ?

ଛାତ୍ରଛାତ୍ରୀ, କୃଷକ, ଉଦ୍ୟୋଗପତି, ବିଦେଶୀ ପ୍ରତିନିଧି ସମସ୍ତଙ୍କୁ ସହ ସେ ଆଲୋଚନା କରନ୍ତି। ତାଙ୍କର ଭାଷଣରେ ଏକ ପ୍ରକାରର ଯାଦୁ ଅଛି। ଯାହା ଯେକୌଣସି ଲୋକଙ୍କୁ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ବାନ୍ଧି ରଖେ। ମୋଦିଙ୍କ ସେହି ଭାଷଣକୁ ନେଇ ଏକ RTI ଫାଇଲ କରାଯାଇଥିଲା।

ଡିଜାଇନ ଫଟୋ
ଡିଜାଇନ ଫଟୋ

ନୂଆଦିଲ୍ଲୀ: ଭାରତର ୧୪ତମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦି। ସେ ତାଙ୍କ କାର୍ଯ୍ୟଶୈଳୀକୁ ନେଇ ଯିତିକି ଚର୍ଚ୍ଚିତ, ତାଙ୍କ ଭାଷଣ ମଧ୍ୟ ସେତିକି ଲୋକ ଆଦ୍ରୁତ। ପ୍ରଧାନମନ୍ତ୍ରୀ ମୋଦି ସବୁ ବର୍ଗର ଓ ସବୁ କ୍ଷେତ୍ରର ଲୋକଙ୍କୁ ହ୍ୟାଣ୍ଡେଲ କରିବାରେ ସିଦ୍ଧହସ୍ତ। ଛାତ୍ରଛାତ୍ରୀ, କୃଷକ, ଉଦ୍ୟୋଗପତି, ବିଦେଶୀ ପ୍ରତିନିଧି ସମସ୍ତଙ୍କୁ ସହ ସେ ଆଲୋଚନା କରନ୍ତି। ତାଙ୍କର ଭାଷଣରେ ଏକ ପ୍ରକାରର ଯାଦୁ ଅଛି। ଯାହା ଯେକୌଣସି ଲୋକଙ୍କୁ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ବାନ୍ଧି ରଖେ। ମୋଦିଙ୍କ ସେହି ଭାଷଣକୁ ନେଇ ଏକ RTI ଫାଇଲ କରାଯାଇଥିଲା। ଆଉ ତାହାରି ଉତ୍ତରରେ କଣ କହିଛି PMO? ଆସନ୍ତୁ ଜାଣିବା...

ପ୍ରଧାନମନ୍ତ୍ରୀ ମୋଦି (Narendra Modi) ଙ୍କ ଭାଷଣକୁ ନେଇ PMO ନିକଟରେ ଏକ RTI ଫାଇଲ କରାଯାଇଥିଲା। ଆଉ ତାହାର ଉତ୍ତର ମଧ୍ୟ PMO ଦେଇଛି। କିନ୍ତୁ ଅନେକ ଗୁଡିଏ ପ୍ରଶ୍ନର ଉତ୍ତର ଏବେ ବି ରହସ୍ୟ ଘେରରେ ରହିଛି। ପ୍ରଧାନମନ୍ତ୍ରୀଙ୍କ ଭାଷଣ (Modi Speech) କିଏ ଲେଖନ୍ତି? ସେଥିରେ କେତେଜଣ ସାମିଲ ହୁଅନ୍ତି? ସେମାନଙ୍କୁ କେତେ ପାଉଣା ଦିଆଯାଏ? ଏଭଳି କିଛି ପ୍ରଶ୍ନ RTIରେ କରାଯାଇଥିଲା।

Also Read: April Fool! ଏପ୍ରିଲ ପହିଲାରେ ପ୍ରଧାନମନ୍ତ୍ରୀ ଆଣିବେ ବଡ ପରିବର୍ତ୍ତନ

Add Zee News as a Preferred Source

ସେହି RTIର ଜବାବରେ PMO କହିଛି ଯେ, ପ୍ରଧାନମନ୍ତ୍ରୀଙ୍କ ଭାଷଣ ଏକାକାଧିକ ଉତ୍ସରୁ ଆସେ। ତାହାକୁ ପ୍ରସ୍ତୁତ କରିବାରେ ବିଭିନ୍ନ ବିଭାଗ, ଅଧିକାରୀ, ବିଶେଷଜ୍ଞ ସାମିଲ ହୁଅନ୍ତି। ବିଷୟବସ୍ତୁ ଅନୁସାରେ ବ୍ୟକ୍ତିଙ୍କୁ ଚୟନ କରାଯାଏ। କିନ୍ତୁ ଭାଷଣର ଶେଷସ୍ପର୍ଶ ନିଜେ ପ୍ରଧାନମନ୍ତ୍ରୀ ଦିଅନ୍ତି। ତେବେ ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ, ତାହାର ଉତ୍ତର PMO ଦେଇନାହିଁ।

About the Author