'ୟୁକ୍ରେନ ବିରୋଧରେ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନରେ ହେବ ନାହିଁ କୌଣସି ପରିବର୍ତ୍ତନ'
Advertisement

'ୟୁକ୍ରେନ ବିରୋଧରେ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନରେ ହେବ ନାହିଁ କୌଣସି ପରିବର୍ତ୍ତନ'

 ୟୁକ୍ରେନ ସାଧାରଣ ଲୋକଙ୍କୁ ମୁକ୍ତ କରିବା ଏବଂ ଋଷିଆ ବିରୋଧି ଜବାବୀ କାର୍ଯ୍ୟାନୁଷ୍ଠାନରୁ ଦୂରେଇ ରହିବା ଆବଶ୍ୟକ।

 'ୟୁକ୍ରେନ ବିରୋଧରେ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନରେ ହେବ ନାହିଁ କୌଣସି ପରିବର୍ତ୍ତନ'

ମସ୍କୋ: ପ୍ରାୟ ୨ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଋଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଋଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ। ଏହି ଯୁଦ୍ଧ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ୟୁକ୍ରେନ ବିରୋଧି ଯୁଦ୍ଧରେ ଋଷୀୟ ସେନା ପକ୍ଷରୁ ଗ୍ରହଣ କରାଯାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନରେ ହେବ ନାହିଁ କୌଣସି ପ୍ରକାର ପରିବର୍ତ୍ତନ। ଆସନ୍ତା ୯ ତାରିଖରେ ପାଳିତ ହେବାକୁ ଯାଉଥିବା ବିଜୟ ଦିବସ ଅବସରରେ ସାମରିକ କାର୍ଯ୍ୟାନୁଷ୍ଠାନ ସହ କୌଣସି ପ୍ରକାର ବୁଝାମଣା କରିବ ନାହିଁ ଋଷୀୟ ସେନା। 

ଋଷିଆ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଋଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି ଜୀବନହାନି ଘଟଣା ଉପରେ ସତର୍କ ନଜର ରଖାଯାଇଛି। ଯୁଦ୍ଧ ଲଢୁଥିବା ଋଷୀୟ ସୈନିକ ଏବଂ ସାଧାରଣ ଲୋକଙ୍କ ଜୀବନକୁ ଯେପରି କମ କ୍ଷତି ପହଞ୍ଚିବ ତାହା ଉପରେ ନଜର ରଖାଯାଉଛି। ମାତ୍ର ଋଷୀୟ ସେନା ବାହିନୀ ଆସନ୍ତା ୯ ତାରିଖରେ ପାଳିତ ହେବାକୁ ଯାଉଥିବା ବିଜୟ ଦିବସ ଅବସରରେ ସେନା କାର୍ଯ୍ୟାନୁଷ୍ଠାନରେ କୌଣସି ପରିବର୍ତ୍ତନ କରିବ ନାହିଁ। 

Also Read: Russia Ukraine War ବେଳେ ଭାରତ ଗସ୍ତରେ ଆସୁଛନ୍ତି ଋଷୀୟ ବିଦେଶ ମନ୍ତ୍ରୀ

ୟୁକ୍ରେନ ଭଳି ପଡୋଶୀକୁ ନେଇ ଋଷିଆ ଭଳି ଦେଶର ଲକ୍ଷ କ'ଣ ରହିଛି ତାହା ଜଣାଇ ସାରିଛନ୍ତି ଋଷୀୟ ରାଷ୍ଟ୍ରପତି ଭ୍ଲାଦମିର ପୁତିନ। ଯୁଦ୍ଧ ବେଳେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦ୍ୱାରା କରାଯାଉଥିବା ଧ୍ୱଂସଲୀଳା କବଳରୁ କିପରି ସାଧାରଣ ଲୋକଙ୍କୁ ସୁରକ୍ଷା ଦିଆଯାଇ ପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଇଥିବା ଋଷିଆ ପକ୍ଷରୁ କୁହାଯାଇଛି।

ୟୁକ୍ରେନ ବିରୋଧି ଯୁଦ୍ଧରେ ଋଷିଆ ରାଷ୍ଟ୍ରପତି ଭୋଲଡିମର ଜେଲେନସ୍କିଙ୍କ ଆତ୍ମସମର୍ପଣ ଚାହିଁଛି ନା ନାହିଁ ସେ ନେଇ ପଚରା ଯାଇଥିବା ପ୍ରଶ୍ନର ଜବାବ ଦେଇଛନ୍ତି ଋଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ। ଏନେଇ ସେ କହିଛନ୍ତି ଋଷିଆ ୟୁକ୍ରେନ ରାଷ୍ଟ୍ରପତିଙ୍କ ଆତ୍ମସମର୍ପଣ ଚାହୁଁନାହିଁ। ୟୁକ୍ରେନ ସାଧାରଣ ଲୋକଙ୍କୁ ମୁକ୍ତ କରିବା ଏବଂ ଋଷିଆ ବିରୋଧି ଜବାବୀ କାର୍ଯ୍ୟାନୁଷ୍ଠାନରୁ ଦୂରେଇ ରହିବା ଆବଶ୍ୟକ।

Also Read: ଏହି ଦିନ ଶେଷ ହେବ ଯୁଦ୍ଧ; ବିଜୟ ଉତ୍ସବ ପାଇଁ ପ୍ରସ୍ତୁତ ସେନା 

ଯୁଦ୍ଧ ବେଳେ ପୂର୍ବ ୟୁକ୍ରେନ କ୍ଷେତ୍ରରେ ବସବାସ କରୁଥିବା ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉଛି ଋଷିଆ। ଋଷିଆ ପକ୍ଷରୁ ୟୁକ୍ରେନ ଲାଗି କୌଣସି ବିପଦ ନାହିଁ। ୟୁକ୍ରେନରେ କ୍ଷମତା ପରିବର୍ତ୍ତନ କରିବାକୁ ଚାହୁଁନାହିଁ ଋଷିଆ। କୌଣସି ଦେଶର ଶାସନ ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ହେଉଛି ଆମେରିକା ଭଳି ପ୍ରତିଦ୍ୱନ୍ଦ୍ୱୀର ଲକ୍ଷ। କାରଣ ବିଶ୍ୱରେ ବିଭିନ୍ନ ସମୟରେ ଅନେକ ଦେଶର ଦେଶର ଶାସନ ବ୍ୟବସ୍ଥାକୁ ନିଜ ସ୍ୱାର୍ଥ ଅନୁସାରେ ପରିବର୍ତ୍ତନ କରିଛି ଆମେରିକା।