Putin Talked PM Modi: ରଣଧୀର ଜୟସୱାଲଙ୍କ ସୋସିଆଲ ମିଡିଆ ପୋଷ୍ଟ ଅନୁଯାୟୀ, "ପୁଟିନ କହିଥିଲେ ଯେ, ଏହି ଘୃଣ୍ୟ ଆକ୍ରମଣରେ ଅପରାଧୀ ଏବଂ ସେମାନଙ୍କ ସମର୍ଥକମାନଙ୍କୁ କଠୋର ଦଣ୍ଡ ମିଳିବା ଉଚିତ । ସେ ଏକଥା ମଧ୍ୟ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ବିଜୟ ଦିବସର ୮୦ ତମ ବାର୍ଷିକୀରେ ରାଷ୍ଟ୍ରପତି ପୁଟିନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଚଳିତ ବର୍ଷ ଶେଷରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଶିଖର ସମ୍ମିଳନୀ ପାଇଁ ତାଙ୍କୁ ନିମନ୍ତ୍ରଣ କରିଥିଲେ।
Trending Photos
)
Putin Talked PM Modi: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ତେବେ ଖବର ଆସିଛି ଯେ, ଏହି ସମୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନରେ କଥା ହୋଇଛନ୍ତି । ପୁଟିନ ଭାରତକୁ ସମର୍ଥନ ଜଣାଇଛନ୍ତି ବୋଲି ସୂଚନା ମିଳିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ, "ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରି ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ସେ ନିରୀହ ଲୋକଙ୍କ ମୃତ୍ୟୁ ପାଇଁ ଗଭୀର ଶୋକ ପ୍ରକାଶ କରିବା ସହ ସେ କହିଥିଲେ ଯେ, ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତକୁ ପୂର୍ଣ୍ଣ ସମର୍ଥନ ପ୍ରଦାନ ।
ରଣଧୀର ଜୟସୱାଲଙ୍କ ସୋସିଆଲ ମିଡିଆ ପୋଷ୍ଟ ଅନୁଯାୟୀ, "ପୁଟିନ କହିଥିଲେ ଯେ, ଏହି ଘୃଣ୍ୟ ଆକ୍ରମଣରେ ଅପରାଧୀ ଏବଂ ସେମାନଙ୍କ ସମର୍ଥକମାନଙ୍କୁ କଠୋର ଦଣ୍ଡ ମିଳିବା ଉଚିତ । ସେ ଏକଥା ମଧ୍ୟ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ବିଜୟ ଦିବସର ୮୦ ତମ ବାର୍ଷିକୀରେ ରାଷ୍ଟ୍ରପତି ପୁଟିନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଚଳିତ ବର୍ଷ ଶେଷରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଶିଖର ସମ୍ମିଳନୀ ପାଇଁ ତାଙ୍କୁ ନିମନ୍ତ୍ରଣ କରିଥିଲେ।
ସୂଚନାଯୋଗ୍ୟ, ୨୨ ଏପ୍ରିଲରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ କାରଣରୁ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଆକ୍ରମଣ ପରେ, ସୁରକ୍ଷା ବାହିନୀ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ଧରାପଡି ନାହାନ୍ତି ।
କାଶ୍ମୀରରେ କିଛି ସ୍ଥାନୀୟ ଲୋକ ଆତଙ୍କବାଦୀଙ୍କ ପାଇଁ ଛଦ୍ମବେଶ ଭାବରେ କାର୍ଯ୍ୟ କରୁଥିବା ଅଭିଯୋଗ ରହିଛି। ଏହି କାରଣରୁ, ସୁରକ୍ଷା ବାହିନୀ ସେମାନଙ୍କୁ ପିଛା କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଗୁଇନ୍ଦା ସୂଚନାରୁ ଜଣାପଡିଛି ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ଯୋଜନାବଦ୍ଧ ଭାବେ କରାଯାଇଥିଲା। ଆତଙ୍କବାଦୀମାନେ ଦୁଇ ମାସ ପୂର୍ବେ ସାମ୍ବା-କଠୁଆ କରିଡର ଦେଇ ଏହି ଅଞ୍ଚଳରେ ଅନୁପ୍ରବେଶ କରିଥିଲେ ବୋଲି ସୂଚନା ମିଳିଛି।
Also Read- BSNL Plan: ଜବରଦସ୍ତ ପ୍ଲାନ ଆଣିଲା ବିଏସଏନଏଲ, ଦିନକୁ ମିଳିବ 3GB ଡାଟା
Also Read- BSNL Plan: ଜବରଦସ୍ତ ପ୍ଲାନ ଆଣିଲା ବିଏସଏନଏଲ, ଦିନକୁ ମିଳିବ 3GB ଡାଟା