ଏହି ୩ଟି ପରିସ୍ଥିତିରେ ଋଷ ଉପରେ ଆକ୍ରମଣ କରିବ ଆମେରିକା!
Advertisement

ଏହି ୩ଟି ପରିସ୍ଥିତିରେ ଋଷ ଉପରେ ଆକ୍ରମଣ କରିବ ଆମେରିକା!

Russia-Ukraine War: ବର୍ତ୍ତମାନ ପର୍ଯ୍ୟନ୍ତ ୩୦ରୁ ଅଧିକ ପଶ୍ଚିମ ଦେଶ ୟୁକ୍ରେନକୁ ସାମରିକ ସହାୟତା ଯୋଗାଇଛନ୍ତି । ଏଥିରେ ଆଣ୍ଟି-ଟ୍ୟାଙ୍କ ଓ ମିସାଇଲ ପ୍ରତିରୋଧକ ଡିଫେନ୍ସ ସିଷ୍ଟମ-ଜେବଲିନ୍ ମିସାଇଲ ସାମିଲ ଅଛି । ବ୍ରିଟେନ (Britain) ସହଜରେ ପରିବହନ କରାଯାଇପାରୁଥିବା ଷ୍ଟାରଷ୍ଟ୍ରୀକ୍ ପୋର୍ଟାବଲ ଏୟାର ଡିଫେନ୍ସ ସିଷ୍ଟମ ଦେଇଛି । ୟୁରୋପିୟ ସଂଘ ୮.୨ କୋଟି ଟଙ୍କାର ଆର୍ଥିକ ସହାୟତା ଓ ଆମେରିକା ୧୩ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଷ୍ଟିଙ୍ଗର ମିସାଇଲ ମଧ୍ୟ ୟୁକ୍ରେନକୁ ଯୋଗାଇ ଦିଆଯାଇଛି, ଏହାକୁ ସୈନିକ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଯାଇ ପାରିବେ । ଚେକ୍ ରିପବ୍ଲିକ୍ ୟୁକ୍ରେନକୁ ଟି-72 ଟ୍ୟାଙ୍କ ପଠାଇଛି ଓ ସ୍ଲୋଭାକିଆ ଏସ-300 ଏୟାର ଡିଫେନ୍ସ ସିଷ୍ଟମ ଦେଉଛି ।

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: Russia-Ukraine War: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଲଗାତର ୫୦ ଦିନ ଧରି ଭୀଷଣ ଲଢ଼େଇ ଜାରି ରହିଛି । ୟୁକ୍ରେନର ରାଜଧାନୀ କୀଭ (Kyiv) କୁ ଦଖଲ କରିବା ପାଇଁ ଋଷ ସେନା (Russian Army) ସମସ୍ତ ପ୍ରୟାସ କରୁଛି । କିନ୍ତୁ ୟୁକ୍ରେନ ସେନା (Ukrainian Army) ମଧ୍ୟ ଋଷ ସେନା (Russian Troops) କୁ କଡ଼ା ଟକ୍କର ଦେଉଛି । ଯାହା ଫଳରେ ବର୍ତ୍ତମାନ ପର୍ଯ୍ୟନ୍ତ କୀଭ ଋଷ ଦଖଲକୁ ଆସିପାରିନାହିଁ । ଆମେରିକା  (America) ସମେତ ପଶ୍ଚାତ୍ୟ ଦେଶଗୁଡ଼ିକ କ୍ରମାଗତ ୟୁକ୍ରେନକୁ ଆର୍ଥିକ ଓ ସାମରିକ ସହାୟତା ଯୋଗାଇ ଦେଉଛନ୍ତି । ପଶ୍ଚାତ୍ୟ ଦେଶଗୁଡ଼ିକ ପୋଲାଣ୍ଡ (Poland) ଓ ବାଲ୍ଟିକ ଦେଶଗୁଡ଼ିକ (Baltic Countries) ଦେଇ ୟୁକ୍ରେନକୁ ଯୁଦ୍ଧ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଯୋଗାଉଛନ୍ତି । ଋଷର ଆକ୍ରମଣ ବିରୋଧରେ ଆମେରିକାର ନେତୃତ୍ୱରେ ନାଟୋ (North Atlantic Treaty Organization:NATO) ପୁଣି ସକ୍ରିୟ ହେବାରେ ଲାଗିଛି । ବ୍ରିସେଲ୍ସରେ ନାଟୋ ଦେଶର ପ୍ରତିରକ୍ଷା ମନ୍ତ୍ରୀମାନେ ୟୁକ୍ରେନକୁ ସହାୟତା ଯୋଗାଇବା ପାଇଁ ବୈଠକ କରିଛନ୍ତି ।

ମନେ କରାଯାଉଛି ଯେ ବୁଚାରେ ଋଷର ନରସଂହାର ପରେ ୟୁକ୍ରେନକୁ ଋଷ ସହ ଲଢ଼ିବା ପାଇଁ ନିଜ ଅସ୍ତ୍ରଶସ୍ତ୍ର ଯୋଗାଇବା କାର୍ଯ୍ୟ ଦ୍ରୁତରେ କରାଯାଇଛି । ଏପରି ମନେ କରାଯାଉଛି ଯେ ୟୁକ୍ରେନ (Ukraine) କୁ ରକ୍ଷା କରିବା ପାଇଁ ଆମେରିକା (US) ମଧ୍ୟ ଋଷ (Russia) ଉପରେ ଆକ୍ରମଣ କରିବାକୁ ପଛଘୁଞ୍ଚା ଦେବ ନାହିଁ । ଆସନ୍ତୁ ଜାଣିବା ଏପରି ୩ଟି ସ୍ଥିତି କ'ଣ ରହିଛି, ଯେଉଁ କାରଣରୁ ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ଆମେରିକା ଋଷ ଉପରେ ଆକ୍ରମଣ କରିପାରେ? ଏହାସହ ବର୍ତ୍ତମାନ ପର୍ଯ୍ୟନ୍ତ ନାଟୋ (NATO) ଦେଶଗୁଡ଼ିକ ଋଷ ସହ ସିଧା ସଳଖ ଯୁଦ୍ଧ କରିବାକୁ କାହିଁକି ଡରୁଛନ୍ତି? କ'ଣ ଏହି ଯୁଦ୍ଧ ଆହୁରି ଦୀର୍ଘ ସମୟ ଧରି ଚାଲିବ କି? 

ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ କେତେ ସାମରିକ ସହାୟତା ଯୋଗାଇଛନ୍ତି   

ବର୍ତ୍ତମାନ ପର୍ଯ୍ୟନ୍ତ ୩୦ରୁ ଅଧିକ ପଶ୍ଚିମ ଦେଶ ସାମରିକ ସହାୟତା ଯୋଗାଇଛନ୍ତି । ଏଥିରେ ଆଣ୍ଟି-ଟ୍ୟାଙ୍କ ଓ ମିସାଇଲ ପ୍ରତିରୋଧକ ଡିଫେନ୍ସ ସିଷ୍ଟମ-ଜେବଲିନ୍ ମିସାଇଲ ସାମିଲ ଅଛି । ବ୍ରିଟେନ (Britain) ସହଜରେ ପରିବହନ କରାଯାଇପାରୁଥିବା ଷ୍ଟାରଷ୍ଟ୍ରୀକ୍ ପୋର୍ଟାବଲ ଏୟାର ଡିଫେନ୍ସ ସିଷ୍ଟମ ଦେଇଛି । ୟୁରୋପିୟ ସଂଘ ୮.୨ କୋଟି ଟଙ୍କାର ଆର୍ଥିକ ସହାୟତା ଓ ଆମେରିକା ୧୩ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଷ୍ଟିଙ୍ଗର ମିସାଇଲ ମଧ୍ୟ ୟୁକ୍ରେନକୁ ଯୋଗାଇ ଦିଆଯାଇଛି, ଏହାକୁ ସୈନିକ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଯାଇ ପାରିବେ । ଚେକ୍ ରିପବ୍ଲିକ୍ ୟୁକ୍ରେନକୁ ଟି-72 ଟ୍ୟାଙ୍କ ପଠାଇଛି ଓ ସ୍ଲୋଭାକିଆ ଏସ-300 ଏୟାର ଡିଫେନ୍ସ ସିଷ୍ଟମ ଦେଉଛି ।
   
ୟୁକ୍ରେନକୁ କେଉଁ କେଉଁ ଅସ୍ତ୍ରଶସ୍ତ୍ର ଦେଇଛି ଆମେରିକା 

ଆମେରିକା ୟୁକ୍ରେନକୁ ଯୁଦ୍ଧ ବିମାନ ଖସାଇବା ପାଇଁ ୮୦୦ ଷ୍ଟିଙ୍ଗର ମିସାଇଲ ଦେଇଛି । କାନ୍ଧରେ ଟ୍ୟାଙ୍କ୍ ରଖି ଧ୍ୱଂସ କରୁଥିବା ୨୦୦୦ ଜେବଲିନ ମିସାଇଲ, ୬୦୦୦ AT-4 ଆଣ୍ଟି ଆର୍ମର ସିଷ୍ଟମ ପଠାଇଛି ।

କ'ଣ ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ଋଷ ଉପରେ ଆକ୍ରମଣ କରିବ ଆମେରିକା?

ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି (Ukrainian President Volodymyr Zelensky) କହିଛନ୍ତି ଯେ, ପୂର୍ବ ଡୋନବାସ ଅଞ୍ଚଳରେ ଋଷର ଆକ୍ରମଣକୁ ରୋକିବା ପାଇଁ ତୁରନ୍ତ ପାଶ୍ଚାତ୍ୟ ଦେଶଗୁଡିକର ଆଧୁନିକ ଅସ୍ତ୍ରଶସ୍ତ୍ରର ଆବଶ୍ୟକତା ରହିଛି । ଏହାସହ ତୁରନ୍ତ ଜାଭେଲିନ୍ NLAW ପରବର୍ତ୍ତୀ ଜେନେରେସନ୍ ଆଣ୍ଟି ଟ୍ୟାଙ୍କ୍ ୱେପନ୍, ଷ୍ଟିଙ୍ଗର୍ ଏବଂ ଷ୍ଟାରଷ୍ଟ୍ରିକ୍ ଆଣ୍ଟି ଟ୍ୟାଙ୍କ ଏବଂ ଆଣ୍ଟି-ଏୟାରକ୍ରାଫ୍ଟ ମିସାଇଲର ଆବଶ୍ୟକତା ରହିଛି । ୟୁକ୍ରେନର ସେନା ପୂର୍ବରୁ ହିଁ ପାଶ୍ଚାତ୍ୟ ଦେଶରେ ନିର୍ମିତ ଏହି ଅସ୍ତ୍ରଶସ୍ତ୍ରକୁ ବ୍ୟବହାର କରୁଛନ୍ତି । ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ବିପୁଳ ପରିମାଣର ଅସ୍ତ୍ର ପ୍ରଦାନ କରୁଛନ୍ତି । 

ଏହି ଅସ୍ତ୍ରଶସ୍ତ୍ର ଯୋଗୁଁ ଋଷକୁ ୟୁକ୍ରେନରେ ବହୁ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି । ଯୁଦ୍ଧ ଆରମ୍ଭ ହେବାର ୪୯ ଦିନ ବିତିଗଲାଣି, କିନ୍ତୁ ଋଷ ଏପର୍ଯ୍ୟନ୍ତ କୀଭ ଦଖଲ କରିବାରେ ସଫଳ ହୋଇପାରି ନାହିଁ । ବିଶେଷଜ୍ଞଙ୍କ ମତରେ ନାଟୋର ଏପରି ପ୍ରତିକ୍ରିୟା ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କ୍ରୋଧକୁ ବଢ଼ାଇବ । ଅସ୍ତ୍ରଶସ୍ତ୍ର ଦେବା ପ୍ରସଙ୍ଗରେ ପୁଟିନ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଚେତାବନୀ ଦେଇସାରିଛନ୍ତି । ପୁଟିନଙ୍କ ଚେତାବନୀ ସତ୍ତ୍ୱେ ଆମେରିକା ସମେତ ସମସ୍ତ ପାଶ୍ଚାତ୍ୟ ଦେଶ ୟୁକ୍ରେନକୁ ଅଧିକ ଅସ୍ତ୍ର ଯୋଗାଉଛନ୍ତି ।

ଏହି ୩ଟି ସ୍ଥିତିରେ ଋଷ-ୟୁକ୍ରେନ ଯୁଦ୍ଧରେ ସାମିଲ ହୋଇପାରନ୍ତି ଆମେରିକା ଓ ନାଟୋ

୧. ପଶ୍ଚିମ ଦେଶଗୁଡ଼ିକରୁ ମିଳିଥିବା ଆଣ୍ଟି-ଶିପ୍ ମିସାଇଲରୁ ଋଷ ଉପରେ ଆକ୍ରମଣ ହେଲେ

ଗୋଟିଏ ପରିସ୍ଥିତି ଏପରି ହୋଇପାରେ ଯେ ଯଦି ୟୁକ୍ରେନ ଓଡେସାରୁ ଆମେରିକା ଓ ନାଟୋ ଦେଶଗୁଡ଼ିକରୁ ମିଳିଥିବା ଆଣ୍ଟି-ଶିପ୍ ମିସାଇଲକୁ କଳା ସାଗରରେ ମୁତୟନ ଥିବା ଋଷର ଯୁଦ୍ଧ ଜାହାଜ ଉପରେ ଟାର୍ଗେଟ କରେ ଏବଂ ଏହି ଆକ୍ରମଣରେ ଋଷର ୧୦୦ ନାବିକ ଓ ଡଜନ ଡଜନ ମରୀନ ନିହତ ହୁଅନ୍ତି । ତେବେ ପୁଟିନଙ୍କ ଉପରେ ଚାପ ବୃଦ୍ଧି ପାଇବ । ଯାହା ଫଳରେ ଋଷ ଉପରେ ପ୍ରତିଶୋଧ ନେବାର ଚାପ ବଢ଼ିବାକୁ ଲାଗିବ । ଯେଉଁ ୟୁରୋପୀୟ ଦେଶ ଏହି ଅସ୍ତ୍ରଶସ୍ତ୍ର ଯୋଗାଇଥିବେ, ସେହି ଦେଶଗୁଡ଼ିକ ଉପରେ ଋଷ ଆକ୍ରମଣ କରିବ । ଏହି କାରଣରୁ ଆମେରିକା ମଧ୍ୟ ନାଟୋ ଦେଶକୁ ରକ୍ଷା କରିବା ପାଇଁ ଯୁଦ୍ଧରେ ଓହ୍ଲାଇବ ।

ଏହା ବି ପଢ଼ନ୍ତୁ:-ଉତ୍ତରାଖଣ୍ଡ କଂଗ୍ରେସରେ ପରିବର୍ତ୍ତନ ପରେ ବିଦ୍ରୋହ, ଦଳ ଛାଡ଼ିବେ ୧୦ ବିଧାୟକ!

ଏହା ବି ପଢ଼ନ୍ତୁ:-ରାସନ କାର୍ଡକୁ ନେଇ ନୂଆ ନିୟମ ଲାଗୁ କରିବେ ମୋଦି ସରକାର, ତାଲିକାରୁ ହଟିବ ଏସବୁ ଲୋକଙ୍କ ନାମ

ଏହା ବି ପଢ଼ନ୍ତୁ:-ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀଙ୍କୁ ନେଇ ଆମେରିକା ଦେଲା ଏହି ବଡ଼ ବୟାନ

 

୨. ଯଦି ପୋଲାଣ୍ଡରୁ ମିଳୁଥିବା ସାମରିକ ସହାୟତା ଉପରେ ଋଷ କରେ ଆକ୍ରମଣ   

ଦ୍ୱିତୀୟ ପରିସ୍ଥିତି ଏହା ହୋଇପାରେ ଯେ ୟୁକ୍ରେନକୁ ପୋଲାଣ୍ଡ ମାର୍ଗ ଦେଇ ମିଳୁଥିବା ସାମରିକ ସହାୟତା ଉପରେ ଋଷ ଆକ୍ରମଣ କରିପାରେ । ପୋଲାଣ୍ଡ ପଶ୍ଚିମ ଦେଶଗୁଡ଼ିକ ଓ ୟୁକ୍ରେନ ମଧ୍ୟ ବ୍ରିଜ୍ ଭଳି କାମ କରୁଛି । ପୋଲାଣ୍ଡ ସୀମା ସହ ୟୁକ୍ରେନ ଲାଗିଛି । ଏପରି ସ୍ଥିତିରେ ଯଦି ୟୁକ୍ରେନକୁ କୌଣସି ସାମରିକ ସହାୟତା ପହଞ୍ଚାଇବାର ଅଛି ତେବେ ପଶ୍ଚିମ ଦେଶଗୁଡ଼ିକ ପୋଲାଣ୍ଡ ରାସ୍ତା ଦେଇ ପହଞ୍ଚାଇଥାନ୍ତି । ଯଦି ଋଷ ଏହି ସମୟରେ ନାଟୋ ଦେଶର ସାମରିକ ସାମଗ୍ରି ଉପରେ ମିସାଇଲ ମାଡ଼ କରେ ଓ ନାଟୋ ଦେଶର ଲୋକ ନିହତ ହୁଅନ୍ତି । ତେବେ ଏହି ପରିସ୍ଥିତିରେ ନାଟୋର ଆର୍ଟିକାଲ ୫ ଲାଗୁ ହୋଇପାରେ । ଏହି ସ୍ଥିତିରେ ଋଷ ଆକ୍ରମଣର ଶିକାର ହୋଇଥିବା ଦେଶର ସହାୟତା ପାଇଁ ଆମେରିକା ଓ ନାଟୋ ଦେଶ ସାମ୍ନାକୁ ଆସିପାରେ ।

୩.ରାସାୟନିକ ଆକ୍ରମଣ ସ୍ଥିତିରେ

ତୃତୀୟ ପରିଦୃଶ୍ୟ କେମିକାଲ ବା ରାସାୟନିକ ଆକ୍ରମଣ ପରିସ୍ଥିତି ହୋଇପାରେ । ଡୋନବାସ ଅଞ୍ଚଳ ସ୍ଥିତ ମାରିୟୁପୋଲ ୟୁକ୍ରେନର ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟୋଗିକ କେନ୍ଦ୍ର । ଏପରି ସ୍ଥିତିରେ ଭୀଷଣ ଲଢ଼େଇ ହେଲେ କୌଣସି ଉଦ୍ୟୋଗିକ କେନ୍ଦ୍ରରେ ଭୀଷଣ ଧମାକା ହେବା ଯୋଗୁଁ ବିଷାକ୍ତ ରାସାୟନିକ ଗ୍ୟାସ୍ ଲିକ୍ ହୋଇପାରେ । ଯୁଦ୍ଧ ସମୟରେ ଏପରି ହୋଇସାରିଛି । କିନ୍ତୁ ସେହି ସମୟରେ କୌଣସି ମୃତ୍ୟୁ ଘଟି ନଥିଲା । ଯଦି ସିରିୟାର ଘୁଟା ପରି କେମିକାଲ ଆକ୍ରମଣ ହେବା ପରେ ୟୁକ୍ରେନରେ ମୃତ୍ୟୁ ହୁଏ ଓ ଏହା ଜଣାପଡ଼େ ଯେ ଋଷ ହିଁ ରାସାୟନିକ ଆକ୍ରମଣ କରିଛି ତ ଆମେରିକା ସିଧାସଳଖ ଏହି ଯୁଦ୍ଧରେ ସାମିଲ ହୋଇପାରେ ।