Russia Ukraine War : ଟଳିନି ତୃତୀୟ ବିଶ୍ୱଯୁଦ୍ଧ ବିପଦ, ପୁଟିନ ଦେଲେ ଶାନ୍ତି ସଙ୍କେତ
Advertisement

Russia Ukraine War : ଟଳିନି ତୃତୀୟ ବିଶ୍ୱଯୁଦ୍ଧ ବିପଦ, ପୁଟିନ ଦେଲେ ଶାନ୍ତି ସଙ୍କେତ

ଜାତିସଂଘର ମହାନିର୍ଦ୍ଦେଶକ ଆଣ୍ଟୋନିଓ ଗଟର୍ସଙ୍କ ସହ ଏକ ବୈଠକରେ ଭ୍ଲାଦିମିର୍ ପୁଟିନ୍ (Vladimir Putin) କହିଛନ୍ତି ଯେ, ଗତ ମାସରେ ତୁର୍କୀର ଇସ୍ତାନବୁଲରେ ଋଷ ଏବଂ ୟୁକ୍ରେନ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ବେଳେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି। ଇସ୍ତାନବୁଲ (Istanbul) ରେ ହୋଇଥିବା କେତେକ ଚୁକ୍ତିରୁ ୟୁକ୍ରେନ ଓହରି ଯାଇଛି ବୋଲି ଭ୍ଲାଦିମିର ପୁଟିନ ଦାବି କରିଛନ୍ତି।

ଫାଇଲ ଫଟୋ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାର ଦୁଇ ମାସରୁ ଅଧିକ ସମୟ ବିତିଗଲାଣି। ଚଳିତ ବର୍ଷ ଫେବୃଆରୀ ୨୪ରେ ୟୁକ୍ରେନ ଉପରେ ଋଷ ଆକ୍ରମଣ ଘୋଷଣା କରିଥିଲା। ଏହି ଯୁଦ୍ଧରେ ସୈନିକଙ୍କ ସମେତ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଶାନ୍ତିପୂର୍ଣ୍ଣ ସମାଧାନ ବିଷୟରେ କହିଛନ୍ତି। ପୁଟିନ କହିଛନ୍ତି ଯେ, ମସ୍କୋ ଏବେ ମଧ୍ୟ ୟୁକ୍ରେନ ସହିତ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆଶା ରଖିଛି।

ମଙ୍ଗଳବାର ଜାତିସଂଘର ମହାନିର୍ଦ୍ଦେଶକ ଆଣ୍ଟୋନିଓ ଗଟର୍ସଙ୍କ ସହ ଏକ ବୈଠକରେ ଭ୍ଲାଦିମିର୍ ପୁଟିନ୍ (Vladimir Putin) କହିଛନ୍ତି ଯେ, ଗତ ମାସରେ ତୁର୍କୀର ଇସ୍ତାନବୁଲରେ ଋଷ ଏବଂ ୟୁକ୍ରେନ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ବେଳେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି। ଇସ୍ତାନବୁଲ (Istanbul) ରେ ହୋଇଥିବା କେତେକ ଚୁକ୍ତିରୁ ୟୁକ୍ରେନ ଓହରି ଯାଇଛି ବୋଲି ଭ୍ଲାଦିମିର ପୁଟିନ ଦାବି କରିଛନ୍ତି। କ୍ରାଇମବ୍ରାଞ୍ଚ ଏବଂ ପୂର୍ବ ୟୁକ୍ରେନର ବିଚ୍ଛିନ୍ନତାବାଦୀ ଅଞ୍ଚଳର ସ୍ଥିତି ଉପରେ ୟୁକ୍ରେନ କର୍ତ୍ତୃପକ୍ଷ ନିଜର ଆଭିମୁଖ୍ୟ ପରିବର୍ତ୍ତନ କରିଛନ୍ତି ଏବଂ ଏହି ପ୍ରସଙ୍ଗ ଉଭୟ ଦେଶର ରାଷ୍ଟ୍ରପତିଙ୍କ ଉପରେ ଆଲୋଚନା ପାଇଁ ଛାଡି ଦିଆଯାଇଛି। 

Also Read: Russia Ukraine War: ହାର ମାନିଲେ Volodymyr Zelensky! ଯୁଦ୍ଧ ଶେଷ ପାଇଁ ନେଲେ ଏମିତି ପଦକ୍ଷେପ

 

ଭ୍ଲାଦିମିର ପୁଟିନ କହିଛନ୍ତି ଯେ, ୟୁକ୍ରେନର ଆଭିମୁଖ୍ୟରେ ପରିବର୍ତ୍ତନ ଭବିଷ୍ୟତରେ ହୋଇଥିବା ଚୁକ୍ତିନାମାକୁ କଷ୍ଟସାଧ୍ୟ କରିବ। ମଙ୍ଗଳବାର ପୁଟିନ, ୟୁକ୍ରେନ (Ukraine) ସହିତ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆଶା ବ୍ୟକ୍ତ କରିଥିବାବେଳେ ଋଷ ପୂର୍ବ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ପୂର୍ବ ଏବଂ ଦକ୍ଷିଣ ୟୁକ୍ରେନର ସହର ଉପରେ ଋଷର ଆକ୍ରମଣରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଖାରକିଭ୍ ସମେତ ଋଷର ୪୦ଟି ସହରରେ ଋଷର ଆକ୍ରମଣ ଜାରି ରହିଛି। ସେପଟେ ତୁରନ୍ତ ଯୁଦ୍ଧବିରତି (Russia Ukraine War) ପାଇଁ ମସ୍କୋକୁ ଜାତିସଙ୍ଘ ମୁଖ୍ୟ ଗଟର୍ସ କହିଛନ୍ତି।

ଅନ୍ୟପଟେ, କୀବ ଉପରେ ହୋଇଥିବା ନୂତନ ଆକ୍ରମଣର ଜବାବ ଦେବା ପାଇଁ ଯୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇଦେବା ପାଇଁ ଆମେରିକାର ପ୍ରତିରକ୍ଷା ସଚିବ ପ୍ରତିଶୃତି ଦେଇଛନ୍ତି। ଆମେରିକାର ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନ କହିଛନ୍ତି ଯେ, ସହାୟତା ଆସିବାକୁ ଯାଉଛି। ଜର୍ମାନୀର ଆମେରିକାର ରାମଷ୍ଟାଇନ୍ ଏୟାର ବେସରେ ଅଷ୍ଟିନ ପ୍ରାୟ ୪୦ଟି ଦେଶର ଅଧିକାରୀଙ୍କ ଏକ ବୈଠକ ଡାକିଛନ୍ତି। ୟୁକ୍ରେନକୁ ଗେପାର୍ଡ ଆଣ୍ଟି-ଏୟାରକ୍ରାଫ୍ଟ ଯୋଗାଣ ପାଇଁ ରାସ୍ତା ସଫା କରିଛି ବୋଲି ଜର୍ମାନୀ ଘୋଷଣା କରିଛି।

Also Read: ସଙ୍କଟରେ ଋଷ ରାଷ୍ଟ୍ରପତି ପୁଟିନଙ୍କ ସତ୍ତା! ଚାରି ସମ୍ପର୍କୀୟଙ୍କୁ ହତ୍ୟା ସନ୍ଦେହ

ସୂଚନାଯୋଗ୍ୟ, ଯୁଦ୍ଧ ରୋକିବାକୁ ୟୁକ୍ରେନ ରାଷ୍ଟ୍ରପତି Volodymyr Zelensky ଏକାଧିକ ଥର ଚେଷ୍ଟା କରିଛନ୍ତି। କିନ୍ତୁ ତାହା ବିଫଳ ହୋଇଛି। କିନ୍ତୁ ବର୍ତ୍ତମାନ ଏହି ଆତଙ୍କ ବନ୍ଦ କରିବା ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସେ ଆମନ୍ତ୍ରଣ କରିଛନ୍ତି। ଶନିବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Vladimir Putin) ଙ୍କ ସହ ସାକ୍ଷାତ ପାଇଁ ଆମନ୍ତ୍ରଣ କରିଛନ୍ତି। ତେବେ ଏହି ବୈଠକରେ ଯୁଦ୍ଧ (Russia Ukraine War) ଶେଷ କରି ଶାନ୍ତି ଫେରାଇ ଆଣିବା ନେଇ ଆଲୋଚନା ହୋଇପାରେ ବୋଲି ବିଶ୍ୱାସ କରାଯାଉଛି।