IS କୁ ନେଇ ଚେତାବନୀ ଜାରି କଲା ଋଷ, ଏହି ୨ ଦେଶ ସହ ଲାଗିଥିବା ଆଫଗାନିସ୍ତାନ ସୀମାରେ ଅଛନ୍ତି ୧୦ ହଜାରରୁ ଉର୍ଦ୍ଧ୍ୱ IS ଆତଙ୍କୀ

ଋଷ (Russia) ଏହା ମଧ୍ୟ କହିଛି ଯେ ଇସଲାମିକ୍ ଷ୍ଟେଟ୍ (Islamic State) ସମଗ୍ର ଅଞ୍ଚଳରେ ଏହାର ପ୍ରଭାବ ବୃଦ୍ଧି କରିବାକୁ ଘୋଷଣା କରିଛି ।

IS କୁ ନେଇ ଚେତାବନୀ ଜାରି କଲା ଋଷ, ଏହି ୨ ଦେଶ ସହ ଲାଗିଥିବା ଆଫଗାନିସ୍ତାନ ସୀମାରେ ଅଛନ୍ତି ୧୦ ହଜାରରୁ ଉର୍ଦ୍ଧ୍ୱ IS ଆତଙ୍କୀ

ମସ୍କୋ: IS ଆତଙ୍କବାଦୀ (IS Terrorists) କୁ ନେଇ ଋଷ  (Russia) ଚେତାବନୀ ଜାରି କରିଛି । ତାଜିକିସ୍ତାନ (Tajikistan) କୁ ନୂଆ ଟ୍ୟାଙ୍କ ଓ ସୈନ୍ୟ ପଠାଉଥିବା ଋଷ (Russia) ଚେତାବନୀ ଦେଇଛି ଯେ ମଧ୍ୟ ଏସୀୟ ଦେଶଗୁଡ଼ିକ (Central Asian countries) ସହ ଲାଗିଥିବା ଆଫଗାନିସ୍ତାନ ସୀମା (Afghan border) ରେ ୧୦,୦୦୦ରୁ ଅଧିକ IS ଆତଙ୍କୀ ଉପସ୍ଥିତ ଅଛନ୍ତି । ଋଷ ଏହା ମଧ୍ୟ କହିଛି ଯେ ଇସଲାମିକ୍ ଷ୍ଟେଟ୍ (Islamic State) ସମଗ୍ର ଅଞ୍ଚଳରେ ଏହାର ପ୍ରଭାବ ବୃଦ୍ଧି କରିବାକୁ ଘୋଷଣା କରିଛି । ଋଷ ଏପରି ସମୟରେ ଚେତାବନୀ ଦେଇଛି ଯେତେବେଳେ ମଧ୍ୟ ଏସିଆ ଦେଶ  ଆଫଗାନିସ୍ତାନ (Afghanistan) ରେ ପୁଣିଥରେ ତାଲିବାନ (Taliban) ଶାସନ ଆସିବାରୁ ଭୟରେ ଅଛନ୍ତି । ସେମାନଙ୍କ ମଧ୍ୟରେ ଆତଙ୍କବାଦୀର ବିସ୍ତାର ଓ ଆକ୍ରମଣର ଭୟ ଲାଗିରହିଛି ।

ଋଷ (Russia) ର ସୁରକ୍ଷା ପରିଷଦର ଡେପୁଟି ଚେୟାରମ୍ୟାନ୍ ଡିମିତ୍ରି ମେଦଭେଦେଭ୍ ଗେଜେଟା ଡଟ୍ ଋଷିଆରେ ଏକ ଆର୍ଟିକିଲରେ ଲେଖିଛନ୍ତି ଯେ, "ଗୁଇନ୍ଦା ସଂସ୍ଥାଗୁଡ଼ିକ ଅନୁସାରେ  ମଧ୍ୟ ଏସିଆ ଦେଶଗୁଡିକ ସହିତ ଲାଗିଥିବା ଆଫଗାନିସ୍ତାନର ପ୍ରଦେଶଗୁଡ଼ିକରେ ୧୦,୦୦୦ରୁ ଅଧିକ IS ଆତଙ୍କୀ ଓ ସେମାନଙ୍କ ଅନୁଗାମୀ ଅଛନ୍ତି । ଇସଲାମିକ୍ ଷ୍ଟେଟ୍ର ନେତୃତ୍ୱ ଖୋଲାଖୋଲି ଭାବେ କହିଛି ଯେ ସେମାନେ ଏହି ଅଞ୍ଚଳରେ ନିଜର ପ୍ରଭାବ ବଢ଼ାଇବାକୁ ଚାହୁଁଛନ୍ତି ।"

ଆଇଏସଆଇ ମୁଖ୍ୟ ତାଲିବାନ ସହ କରିଛନ୍ତି ଆଲୋଚନା

ତାଲିବାନ ଶାସନରେ ଆତଙ୍କୀଙ୍କ ସରକାର ଗଠନ ହେବା ପରେ ମଧ୍ୟ ଏସିଆ ଦେଶ ଓ ଭାରତ ପରି ଦେଶ ଭୟ କରୁଛନ୍ତି ଯେ ଆତଙ୍କବାଦୀମାନେ ଆଫଗାନିସ୍ତାନ ଭୂମିର ବ୍ୟବହାର କରି ସେମାନଙ୍କ ଉପରେ ଆକ୍ରମଣ କରିପାରେ । କେବଳ ଏତିକି ନୁହେଁ, ଉଗ୍ରବାଦ, ଶରଣାର୍ଥୀଙ୍କ ସଂଖ୍ୟା, ମାଦକ ଦ୍ରବ୍ୟ କାରବାର ଏବଂ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଅପରାଧ ବୃଦ୍ଧି ପାଇପାରେ । ଏହି ବିପଦକୁ ଦେଖି ସିଆଇଏ ମୁଖ୍ୟ ୱିଲିୟମ୍ ବର୍ନସ୍ ଏକ ଗସ୍ତରେ ପାକିସ୍ତାନରେ ପହଞ୍ଚିଥିଲେ । ସେ ଆଇଏସଆଇ ମୁଖ୍ୟଙ୍କୁ ଭେଟିଥିଲେ ।

ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ମୁଖ୍ୟ ଜେନେରାଲ ଫୈଜ ନିକଟ ଅତୀତରେ କାବୁଲକୁ ଏକ ବିବାଦୀୟ ଗସ୍ତରେ ଯାଇଥିଲେ । ପାକିସ୍ତାନୀ ଖବରକାଗଜ ଡନ୍ ଅନୁଯାୟୀ ଜେନେରାଲ୍ ଫୈଜ ତାଲିବାନକୁ ଆଇଏସ୍, ଅଲ କାଏଦା, ଇଟିଆଇଏମ୍, ଟିଟିପି, ବାଲୁଚିସ୍ତାନ ଲିବରେସନ୍ ଆର୍ମି ଆଦି ଦ୍ୱାରା ପଡୋଶୀ ଦେଶକୁ ହେବାକୁ ଥିବା ବିପଦ ପ୍ରତି ଚେତାବନୀ ଦେଇଥିଲେ । ସେପଟେ ତାଲିବାନ ଆତଙ୍କୀମାନେ ତାଜିକିସ୍ତାନ ଦେଇ ଚେଞ୍ଚିଆ ଭଳି ଅଶାନ୍ତ ଅଞ୍ଚଳରେ ପ୍ରବେଶ କରି ପୁଣି ହିଂସା ସୃଷ୍ଟି କରିପାରନ୍ତି ବୋଲି ଋଷ ଆଶଙ୍କା କରୁଛି ।

ତାଜିକିସ୍ତାନ ମୁତୟନ କରିଛି ହଜାର ହଜାର ସୈନିକ 

ଏହି ସମୟରେ ତାଜିକ୍ ରାଷ୍ଟ୍ରପତି ଇମୋମାଲି ରହମାନ ନିଜ ଦେଶରେ ଉଗ୍ରବାଦୀଙ୍କ ବୃଦ୍ଧି ଓ ସେମାନଙ୍କ ଆଦର୍ଶ ବିସ୍ତାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି । ଆଫଗାନିସ୍ତାନ ସହିତ ତାଜିକିସ୍ତାନର ସୀମା ପ୍ରାୟ ୧,୩୪୪ କିଲୋମିଟର ଯାଏ ଲମ୍ୱିଛି । ଏଥିମଧ୍ୟରୁ ଅଧିକାଂଶ ପାର୍ବତ୍ୟ ରେଞ୍ଜ ଯାହା ଉପରେ ନଜର ରଖିବା ଅତ୍ୟନ୍ତ କଷ୍ଟକର । ତାଜିକିସ୍ତାନ ହଜାର ହଜାର ସୈନ୍ୟ ମୁତୟନ କରିଛି ।

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ୧୧ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା, ମିଳିବ ୨ ମାସର ବକେୟା ରାଶି

ଅଧିକ ପଢ଼ନ୍ତୁ:-ଅଧିନାୟକତ୍ୱ ଛାଡିବେ କୋହଲି? ଟି-20 ବିଶ୍ୱକପ ପରେ ଏହି ଖେଳାଳି ହୋଇପାରନ୍ତି ଭାରତର ଅଧିନାୟକ

ଅଧିକ ପଢ଼ନ୍ତୁ:-ପାକିସ୍ତାନ ଗାଲରେ ତାଲିବାନର ଶକ୍ତ ଚାପୁଡ଼ା, ଜାଣନ୍ତୁ ସଂପୂର୍ଣ୍ଣ ଘଟଣା

ଅଧିକ ପଢ଼ନ୍ତୁ:-ଆଜି ବି ଭିଜିବ ଓଡ଼ିଶା, ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା; ୧୨ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି, ଏସବୁ ଜିଲ୍ଲାରେ ୨ ଦିନ ବନ୍ଦ ରହିବ ସ୍କୁଲ

ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍