PM ମୋଦିଙ୍କୁ ଭେଟିଲେ ଋଷ ବୈଦେଶିକ ମନ୍ତ୍ରୀ; ଦେଲେ ପୁଟିନ ଦେଇଥିବା ଏହି ଖାସ ବାର୍ତ୍ତା
Advertisement

PM ମୋଦିଙ୍କୁ ଭେଟିଲେ ଋଷ ବୈଦେଶିକ ମନ୍ତ୍ରୀ; ଦେଲେ ପୁଟିନ ଦେଇଥିବା ଏହି ଖାସ ବାର୍ତ୍ତା

ପ୍ରଧାନମନ୍ତ୍ରୀ ଗତ ଦୁଇ ସପ୍ତାହ ମଧ୍ୟରେ ଭାରତ ଗସ୍ତରେ ଆସିଥିବା ବ୍ରିଟେନ, ଚୀନ୍, ଅଷ୍ଟ୍ରିଆ, ଗ୍ରୀସ୍ ଏବଂ ମେକ୍ସିକୋ ସମେତ କୌଣସି ଦେଶର ମନ୍ତ୍ରୀଙ୍କୁ ସର୍ବସାଧାରଣରେ ସାକ୍ଷାତ କରିନାହାଁନ୍ତି । ଏଭଳି ପରିସ୍ଥିତିରେ ଋଷ ବୈଦେଶିକ ମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।

PM ମୋଦିଙ୍କୁ ଭେଟିଲେ ଋଷ ବୈଦେଶିକ ମନ୍ତ୍ରୀ; ଦେଲେ ପୁଟିନ ଦେଇଥିବା ଏହି ଖାସ ବାର୍ତ୍ତା

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ଋଷ ବିରୁଦ୍ଧରେ ଛିଡା ହେବାକୁ ଭାରତ ଉପରେ ଆନ୍ତର୍ଜାତୀୟ ଚାପ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଶୁକ୍ରବାର ଦିନ ସନ୍ଧ୍ୟାରେ ଋଷର ବୈଦେଶିକ ମନ୍ତ୍ରୀ ସର୍ଗି ଲାଭ୍ରୋଭଙ୍କୁ (Sergey Lavrov) ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏବଂ ଋଷର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଏହି ସାକ୍ଷାତ ୪୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ପ୍ରଧାନମନ୍ତ୍ରୀ ଗତ ଦୁଇ ସପ୍ତାହ ମଧ୍ୟରେ ଭାରତ ଗସ୍ତରେ ଆସିଥିବା ବ୍ରିଟେନ, ଚୀନ୍, ଅଷ୍ଟ୍ରିଆ, ଗ୍ରୀସ୍ ଏବଂ ମେକ୍ସିକୋ ସମେତ କୌଣସି ଦେଶର ମନ୍ତ୍ରୀଙ୍କୁ ସର୍ବସାଧାରଣରେ ସାକ୍ଷାତ କରିନାହାଁନ୍ତି । ଏଭଳି ପରିସ୍ଥିତିରେ ଋଷ ବୈଦେଶିକ ମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।

ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବ୍ୟକ୍ତିଗତ ଭାବେ ଏକ ବାର୍ତ୍ତା ପଠାଇବାକୁ ଚାହୁଁଛନ୍ତି ବୋଲି ଲାଭ୍ରୋଭ କହିଛନ୍ତି । ଋଷର ବୈଦେଶିକ ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ ରାଷ୍ଟ୍ରପତି (ପୁଟିନ) ଏବଂ ପ୍ରଧାନମନ୍ତ୍ରୀ ପରସ୍ପର ସହ ନିୟମିତ ଯୋଗାଯୋଗରେ ଅଛନ୍ତି ଏବଂ ମୁଁ ଆମର ଆଲୋଚନା ବିଷୟରେ ରାଷ୍ଟ୍ରପତିଙ୍କୁ ଜଣାଇବି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେ ଯେଉଁଭଳି ଭାବରେ ସମ୍ମାନ ଜଣାଇଛନ୍ତି ଏବଂ ମୁଁ ଏହି ବାର୍ତ୍ତା ପ୍ରଦାନ କରିବାର ସୁଯୋଗକୁ ବ୍ୟକ୍ତିଗତ ଭାବେ ପ୍ରଶଂସା କରୁଛି ।

ୟୁକ୍ରେନ ସଙ୍କଟକୁ ନେଇ ଭାରତର ଆଭିମୁଖ୍ୟକୁ ପ୍ରଶଂସା କରୁଛି ଋଷ
ସବସିଡିଯୁକ୍ତ ଋଷିଆ ତେଲ କିଣିବା ପାଇଁ ନୂଆଦିଲ୍ଲୀର ଯୋଜନା ବିଷୟରେ ପଚରାଯାଇଥିବା ବେଳେ ଲାଭ୍ରୋଭ କହିଛନ୍ତି ଯେ ଭାରତ ଯାହା କିଣିବାକୁ ଚାହୁଁଛି ତାହା ଯୋଗାଇବାକୁ ମସ୍କୋ ପ୍ରସ୍ତୁତ ଅଛି । ୟୁକ୍ରେନ ସଙ୍କଟ ଉପରେ ଋଷର ବୈଦେଶିକ ମନ୍ତ୍ରୀ ଏହା କହିଛନ୍ତି ଯେ ଭାରତ ଏକ ସ୍ୱାଧୀନ ବୈଦେଶିକ ନୀତି ଅନୁସରଣ କରୁଛି । ସେ କହିଛନ୍ତି ଯେ ଋଷ ଭାରତ ସହିତ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ଜାରି ରଖିବାକୁ ପ୍ରତିଶ୍ରୁତିବଦ୍ଧ ।

ଦୁଇ ଦିନିଆ ସରକାରୀ ଗସ୍ତରେ ଋଷ ବୈଦେଶିକ ମନ୍ତ୍ରୀ ସର୍ଗି ଲାଭ୍ରୋଭ ଗୁରୁବାର ଦିନ ଭାରତରେ ପହଞ୍ଚିଛନ୍ତି । ସେ ଚୀନ୍ ଗସ୍ତ ଶେଷ କରିବା ପରେ ଭାରତ ଆସିଛନ୍ତି । ଗତ ମାସରେ ଋଷର ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଏହା ତାଙ୍କର ପ୍ରଥମ ଗସ୍ତ ।

ଏହା ବି ପଢ଼ନ୍ତୁ: ଭାରତ ଯାହା ଚାହୁଁଛି ତାହା ଯୋଗାଇବାକୁ ଆମେ ପ୍ରସ୍ତୁତ: ଋଷ

ଏହା ବି ପଢ଼ନ୍ତୁ: ଇମ୍ରାନଙ୍କ ପରେ କିଏ ହେବେ ପାକିସ୍ତାନର ପ୍ରଧାନମନ୍ତ୍ରୀ? ରେସରେ ଅଛନ୍ତି ଏହି ତିନିଜଣ