Advertisement
Article Detail0/zeeodisha/odisha871969

ଲୁଚି ଲୁଚି କୋରୋନା ଭ୍ୟାକସିନ ନେଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍

 Russia ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କିନ୍ତୁ କୋରୋନା ଭ୍ୟାକସିନ ନେବା ବେଳେ ତାହା କରିନାହାଁନ୍ତି। ମଙ୍ଗଳବାର ଦିନ ପୁଟିନଙ୍କୁ COVID-19 ଟିକା ଦିଆଯାଇଥିଲା, କିନ୍ତୁ ଏହି ସମୟ ମଧ୍ୟରେ କୌଣସି ଭିଡିଓ କିମ୍ବା ଫଟୋ ଉଠାଯାଇନଥିଲା ।

ଲୁଚି ଲୁଚି କୋରୋନା ଭ୍ୟାକସିନ ନେଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍

ମୋସ୍କୋ: ଗୋଟିଏ ପଟେ ବିଶ୍ୱର ସମସ୍ତ ରାଷ୍ଟ୍ର ନେତା କୋରୋନା ଟିକା ନେବା ବେଳେ ଏକ ଅଲଗା ଅନ୍ଦାଜରେ କ୍ୟାମେରା ସାମ୍ନାରେ ଥିଲେ, କାରଣ ସାଧାରଣ ଜନତା ଯେପରି କୋରୋନା ଭ୍ୟାକସିନ ଉପରେ ଭରସା କରିପାରିବେ । ଏହି କ୍ରମରେ Russia ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କିନ୍ତୁ କୋରୋନା ଭ୍ୟାକସିନ ନେବା ବେଳେ ତାହା କରିନାହାଁନ୍ତି। ମଙ୍ଗଳବାର ଦିନ ପୁଟିନଙ୍କୁ COVID-19 ଟିକା ଦିଆଯାଇଥିଲା, କିନ୍ତୁ ଏହି ସମୟ ମଧ୍ୟରେ କୌଣସି ଭିଡିଓ କିମ୍ବା ଫଟୋ ଉଠାଯାଇନଥିଲା । ସରକାର କେବଳ ଏକ ବିବୃତ୍ତି ଦେଇ ଏହି ବିଷୟରେ ସୂଚନା ଦେଇଛନ୍ତି। ବର୍ତ୍ତମାନ Russia ଜନସାଧାରଣଙ୍କ ଠାରେ ପ୍ରଶ୍ନ ଉଙ୍କି ମାରୁଛି ଯେ, କ୍ୟାମେରା ରାଷ୍ଟ୍ରପତିଙ୍କୁ କ୍ୟାମେରା ସହ ଏତେ ଆପତ୍ତି କାହିଁକି?  

ସରକାରୀ ପ୍ରବକ୍ତା ଏକ ଖବର ସରବରାହ ସଂସ୍ଥାକୁ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ Russia President  ଙ୍କୁ କୋରୋନା ଟିକା ଦିଆଯାଇଛି ଏବଂ ସେ ସୁସ୍ଥ ଅନୁଭବ କରୁଛନ୍ତି। ଟୀକାକରଣ ପରେ ସେ ଦିନସାରା କାମ କରୁଥିଲେ ବୋଲି କହିଛନ୍ତି। ପ୍ରବକ୍ତାଙ୍କ କହିବାନୁସାରେ, ସେ ଏହା ପୂର୍ବରୁ ସ୍ପଷ୍ଟ କରିସାରିଥିଲେ ଯେ, ରାଷ୍ଟ୍ରପତି (Russia President) ଙ୍କ ଟୀକାକରଣର ସମୟର କୌଣସି ଚିତ୍ର କିମ୍ବା ଭିଡିଓ ପ୍ରକାଶ ପାଇବ ନାହିଁ, କାରଣ ସେ ଏଭଳି ପ୍ରାୟୋଜିତ କାମକୁ ପସନ୍ଦ କରୁନଥିଲେ। ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, କ୍ୟାମେରା ଆଗରେ ଟିକା ନେବା କଥାକୁ ରାଷ୍ଟ୍ରପତି ସମର୍ଥନ କରିନାହାଁନ୍ତି, ସେ ଏହାକୁ ପସନ୍ଦ କରନ୍ତି ନାହିଁ।

Also Read: Sachin Vaze Case: NIA ସ୍କାନରରେ ମହିଳା ଷଡ଼ଯନ୍ତ୍ରକାରୀ !

Add Zee News as a Preferred Source

'ଟୀକାକରଣ (Corona Vaccination) କୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଅନେକ କାର୍ଯ୍ୟ କରିସାରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଅନେକ ସଭା, କାର୍ଯ୍ୟକ୍ରମ ଏବଂ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି । ତେଣୁ, ଟୀକାକରଣର ପ୍ରାୟୋଜିତ ପାଇଁ କ୍ୟାମେରା ସାମ୍ନାରେ ଟୀକାକରଣ ସମୟର ଫଟୋ ଓ ଭିଡିଓ ନେବାର କୌଣସି ଆବଶ୍ୟକତା ନାହିଁ । ସେ ଏସବୁକୁ ସେ ପସନ୍ଦ କରନ୍ତି ନାହିଁ ’। ତେବେ ସମାଲୋଚକମାନେ କହିଛନ୍ତି ଯେ, ପୁଟିନ କ୍ୟାମେରା ପ୍ରତି ବହୁତ ଆକୃଷ୍ଟ ଯେଉଁ ନେତା ସବୁବେଳେ କ୍ୟାମେରା (Front OF The Camera) ସାମ୍ନାରେ ରୁହନ୍ତି, ସେ ଯଦି ଟିକାକରଣ କ୍ୟାମେରା ସାମ୍ନାରେ କରିଥାନ୍ତେ ତେବେ କଣ ଅସୁବିଧା ଥିଲା ବୋଲି ପଚାରିଛନ୍ତି।

Also Read: PF ଖାତାଧାରୀଙ୍କ ପାଇଁ ଖୁସି ଖବର, ଏହି ବଡ଼ ଘୋଷଣା କଲେ ମୋଦି ସରକାର

ସେପଟେ କେଉଁ ଟିକା ଭ୍ଲାଦିମିର ପୁଟିନ ନେଇଛନ୍ତି ତାହା ମଧ୍ୟ କହିନାହାଁନ୍ତି । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି କହିଛନ୍ତି ଯେ ଏହି ଟିକା ନାମ ପ୍ରକାଶ କରାଯିବ ନାହିଁ, କିନ୍ତୁ ଏହା ଋଷିଆ ତିନୋଟି ଟିକା ( (Sputnik V, EpiVacCorona ଓ CoviVac) ମଧ୍ୟରୁ ଗୋଟିଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ , ଏହି ସୂଚନା ଉଦ୍ଦେଶ୍ୟମୂଳକ ଭାବେ ସାର୍ବଜନୀନ କରାଯାଉନାହିଁ, କାରଣ ଆମେ ଲୋକଙ୍କୁ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ସମସ୍ତ ତିନୋଟି ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ।

About the Author