• ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
  • IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ
  • କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା ଓ ନାମଲେଖା
  • ବିଜୁ ଯୁବ ଜନତା ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିବା କଳ୍ପତରୁ ଓଝାଙ୍କୁ ନିଲମ୍ବିତ କଲେ ସଭାପତି ନବୀନ ପଟ୍ଟନାୟକ ।
  • କଟକରେ ଭାଙ୍ଗିଲା ରେଳବାଇ କ୍ରସିଂ ଆଙ୍ଗେଲ୍‌, ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ।
  • ଆଠଗଡ଼ରେ ଥିବା ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ
  • ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ
  • ହାଇକୋର୍ଟରେ ଯାଜପୁର ବିରଜା ମନ୍ଦିର ରଥଯାତ୍ରା ମାମଲା । ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ । ଅକ୍ଟୋବର ୮କୁ ଘୁଞ୍ଚିଲା ଶୁଣାଣୀ ।
  • ଉଲ୍ଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କ ନିୟମିତ ଜାମିନ ଖାରଜ ।
  • ୩ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର, ୧ ଅକ୍ଟେବରରୁ ୩ ମାସ ଅନ୍ତରୀଣ ଜାମିନରେ ଦୀପକ ।

CSKକୁ ପୁଣି ଝଟକା, ବାଦ ପଡ଼ିଲେ ଏହି ଖେଳାଳି

ଆଇପିଏଲ୍ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗ୍ସ (CSK) ପାଇଁ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

CSKକୁ ପୁଣି ଝଟକା, ବାଦ ପଡ଼ିଲେ ଏହି ଖେଳାଳି

ନୂଆଦିଲ୍ଲୀ: ବର୍ତ୍ତମାନ ଆଇପିଏଲ୍ (IPL 2020) ର ୧୩ତମ ସଂସ୍କରଣ ଆରମ୍ଭ ହେବାକୁ ୩ ଦିନ ବାକି ଅଛି | ଆଇପିଏଲ୍ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗ୍ସ (CSK) ପାଇଁ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦଳର ମିଡିଲ ଅର୍ଡର ଭାରତୀୟ ବ୍ୟାଟ୍ସମ୍ୟାନ୍ ରିତୁରାଜ ଗାଏକ୍ୱାଡ଼ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଉଦ୍‌ଘାଟନୀ ମ୍ୟାଚରୁ ବାଦ ପଡିବେ। ଚେନ୍ନାଇର ଶ୍ରେଷ୍ଠ ୧୩ ଜଣ ସଦସ୍ୟଙ୍କ ମଧ୍ୟରେ ରିତୁରାଜ ଗାଏକ୍ୱାଡ଼ ସ୍ଥାନ ପାଇଥିଲେ। ଗତ ମାସ ଶେଷ ଆଡକୁ ତାଙ୍କର କୋରୋନା ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଥିଲା। 

ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଉଛି, ଏହି ଆଇପିଏଲର ଏହି ସଂସ୍କରଣରେ (IPL 2020) ସମସ୍ତେ ରିତୁରାଜଙ୍କ ଉପରେ ନଜର ରଖିବେ। ରିତୁରାଜ ଘରୋଇ କ୍ରିକେଟ୍ ଏବଂ ଭାରତ ଏ ପାଇଁ ଦମଦାର ପ୍ରଦର୍ଶନ କରିଥିଲେ। କିନ୍ତୁ କୋରୋନା କାରଣରୁ ରିତୁରାଜଙ୍କ ପାଇଁ ଆଇପିଏଲରେ ସମସ୍ୟା ସୃଷ୍ଟି ହୋଇଛି। ଏହାର କିଛି ସମୟ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ସିଇଓ କାଶୀ ବିଶ୍ୱନାଥ ଏକ ଗଣମାଧ୍ୟମ ସାକ୍ଷାତକାରରେ ସୂଚନା ଦେଇଛନ୍ତି ଯେ ରିତୁରାଜ ସେପ୍ଟେମ୍ବର ୧୯ରେ ମୁମ୍ବାଇ ଇଣ୍ଡିଆନ୍ସ (MI) ବିପକ୍ଷ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରୁ ବାଦ ପଡ଼ିବେ।

ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। ତାଙ୍କର କୋରୋନା ରିପୋର୍ଟ ପଜିଟିଭ ରହିଛି। ତାଙ୍କୁ ଆଗାମୀ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ହେବ। ବର୍ତ୍ତମାନ ତାଙ୍କର ଆହୁରି ଦୁଇଟି କୋରୋନା ଟେଷ୍ଟ କରାଯିବ। ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ତାଙ୍କୁଦଳରେ ସାମିଲ କରାଯିବ ବୋଲି କୁହାଯାଇଛି।