ପ୍ରାରମ୍ଭରେ ଇରଫାନ ପଠାନ, ୟୁସୁଫ ପଠାନ, ସୌରଭ ଗାଙ୍ଗୁଲି ଏବଂ ସଚିନ ତେନ୍ଦୁଲକର ନିଜ ନିଜ ସାମର୍ଥ ଅନୁସାରେ ସାହାଯ୍ୟ କରିଥିଲେ । ଯାହା ଅନ୍ୟ ଖେଳାଳିମାନଙ୍କୁ ସାହାଯ୍ୟ ଏବଂ ଉତ୍ସାହିତ କରିବାର କାର୍ଯ୍ୟ କରିଥିଲା । ସଚିନ ତେନ୍ଦୁଲକର ମଧ୍ୟ ୫୧ ଲକ୍ଷ ଟଙ୍କା ଅନ୍ୟ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲା।
Trending Photos
ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ସବୁକ୍ଷେତ୍ରରୁ ମିଳୁଛି ସହାୟତା । ବିଗତ ଦିନରେ କୋରୋନା ମୁକାବିଲା ପାଇଁ ୫୧ ଲକ୍ଷ ଟଙ୍କା ଦାନ କରିଥିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ଏବେ ପୁଣି ଥରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଉ ଏକ ଘୋଷଣା କରିଛନ୍ତି । ଏକ ଏନଜିଓ ଅପନାଲୟ ଟ୍ୱିଟ ଜରିଆରେ ତେନ୍ଦୁଲକରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନିଶ୍ଚିତ ଭାବରେ, ସଚିନ ତେନ୍ଦୁଲକରଙ୍କ ଏହି ପଦକ୍ଷେପ ଅଧିକ ଖେଳାଳିଙ୍କୁ ଆଗାମୀ ସମୟରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅଧିକ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ।
ଅପନାଲୟ ନିଜ ଅଫିସିଆଲ୍ ହ୍ୟାଣ୍ଡେଲରେ ଟ୍ୱିଟ୍ କରି କହିଛି ଯେ, ଅପନାଲୟକୁ ସାହାଯ୍ୟ କରିଥିବାରୁ ସଚିନ୍ ତେନ୍ଦୁଲକରଙ୍କୁ ଧନ୍ୟବାଦ । ଏହି ଲକ୍ ଡାଉନ୍ ସମୟରେ ସବୁଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକଙ୍କୁ ଅପନାଲୟ ସାହାଯ୍ୟ କରୁଛି । ସେ ଏକ ମାସରେ ପ୍ରାୟ ୫୦୦୦ ଲୋକଙ୍କ ରାସନର ଦାୟିତ୍ୱ ନେବେ । ଏହାର ଜବାବରେ ତେନ୍ଦୁଲକର କହିଛନ୍ତି, "ଅପନାଲୟକୁ ଶୁଭେଚ୍ଛା ଏବଂ ଅସହାୟ ଲୋକଙ୍କ ପାଇଁ ଆପଣମାନେ ନିଜ କାମ ଜାରି ରଖନ୍ତୁ ।"
ଏଠାରେ କହି ରଖୁଛୁ ଯେ, ପ୍ରାରମ୍ଭରେ ଇରଫାନ ପଠାନ, ୟୁସୁଫ ପଠାନ, ସୌରଭ ଗାଙ୍ଗୁଲି ଏବଂ ସଚିନ ତେନ୍ଦୁଲକର ନିଜ ନିଜ ସାମର୍ଥ ଅନୁସାରେ ସାହାଯ୍ୟ କରିଥିଲେ । ଯାହା ଅନ୍ୟ ଖେଳାଳିମାନଙ୍କୁ ସାହାଯ୍ୟ ଏବଂ ଉତ୍ସାହିତ କରିବାର କାର୍ଯ୍ୟ କରିଥିଲା । ସଚିନ ତେନ୍ଦୁଲକର ମଧ୍ୟ ୫୧ ଲକ୍ଷ ଟଙ୍କା ଅନ୍ୟ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲା ।