ସଚିନକୁ ଠକିଲେ ଠିକାଦାର: ଦେଖାଇଲେ ଘରବାରି ଜମି, ବିକିଲେ ପୋଖରୀ
Advertisement

ସଚିନକୁ ଠକିଲେ ଠିକାଦାର: ଦେଖାଇଲେ ଘରବାରି ଜମି, ବିକିଲେ ପୋଖରୀ

ଜମି ମାଫିଆଙ୍କ କବଳରୁ ବଞ୍ଚିଲେନି ବିଶ୍ୱ କ୍ରିକେଟର ଭଗବାନ କୁହାଯାଉଥିବା ତଥା ଭାରତରତ୍ନ ସଚିନ ତେନ୍ଦୁଲକର। ତେଲେଙ୍ଗାନାର ଜଣେ ଜମି ମାଫିଆଙ୍କ ଠକାମୀର ଶିକାର ହୋଇଛନ୍ତି ସଚିନ ତେନ୍ଦୁଲକର। ଉକ୍ତ ଜମି ମାଫିଆ ନିଜ ପୁଅଙ୍କ ନାମରେ ଏକ କମ୍ପାନୀ ଖୋଲି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପ୍ରତିପତ୍ତିଶାଳୀ ବ୍ୟକ୍ତିଙ୍କୁ ଠକୁଥିବାର ଅଭିଯୋଗ ହୋଇଛି। ସଚି

ସଚିନକୁ ଠକିଲେ ଠିକାଦାର: ଦେଖାଇଲେ ଘରବାରି ଜମି, ବିକିଲେ ପୋଖରୀ

ହାଇଦ୍ରାବାଦ: ଜମି ମାଫିଆଙ୍କ କବଳରୁ ବଞ୍ଚିଲେନି ବିଶ୍ୱ କ୍ରିକେଟର ଭଗବାନ କୁହାଯାଉଥିବା ତଥା ଭାରତରତ୍ନ ସଚିନ ତେନ୍ଦୁଲକର। ତେଲେଙ୍ଗାନାର ଜଣେ ଜମି ମାଫିଆଙ୍କ ଠକାମୀର ଶିକାର ହୋଇଛନ୍ତି ସଚିନ ତେନ୍ଦୁଲକର। ଉକ୍ତ ଜମି ମାଫିଆ ନିଜ ପୁଅଙ୍କ ନାମରେ ଏକ କମ୍ପାନୀ ଖୋଲି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପ୍ରତିପତ୍ତିଶାଳୀ ବ୍ୟକ୍ତିଙ୍କୁ ଠକୁଥିବାର ଅଭିଯୋଗ ହୋଇଛି। ସଚିନ ତେନ୍ଦୁଲକରଙ୍କୁ ଏହି କମ୍ପାନୀ ଠକିବା ପରେ ଉକ୍ତ ସଂସ୍ଥାର କଳାକାରନାମା ସମ୍ପର୍କରେ ଜଣାପଡ଼ିଛି। 

ସୂଚନା ଯୋଗ୍ୟ ସଚିନଙ୍କୁ ଠକିଥିବା ଏହି ଜମିମାଫିଆ ଜଣକ ହେଉଛି ହାଇଦ୍ରାବାଦର କୋଟା ରେଡ୍ଡୀ। କୋଟା ରେଡ୍ଡୀ ତାଙ୍କ ପୁଅ ଆଦିତ୍ୟଙ୍କ ନାମରେ ଏହି କମ୍ପାନୀ ଖୋଲିଛନ୍ତି। ଏନେଇ ହାଇଦ୍ରାବାଦର ସୁଧୀର ରେଡ୍ଡୀ ନାମକ ଜଣେ ବ୍ୟକ୍ତି କହିଛନ୍ତି କି, କୋଟା ରେଡ୍ଡୀ ହେଉଛନ୍ତି ତାଙ୍କ ଭିଣୋଇ। ସେ ତେଲଙ୍ଗାନାରେ ରିଅଲ ଇଷ୍ଟେଟ ବ୍ୟବସାୟ କରିଥାନ୍ତି। ଲୋକମାନଙ୍କୁ ବିଭିନ୍ନ ସମୟରେ ଠକୁଥିବା ନେଇ ମଧ୍ୟ ସୁଧୀର କହିଛନ୍ତି। 

ସେ ଆହୁରି ମଧ୍ୟ କହିଛନ୍ତି କି ସଚିନ ତେନ୍ଦୁଲକରଙ୍କୁ ମଧ୍ୟ କୋଟା ଠକିଛନ୍ତି। ଏକ ବିଳାସମୟ ଘର କରିବା ନେଇ କୋଟା ସଚିନଙ୍କୁ ଏକ ଯାଗା ଦେଖାଇଥିଲେ। ତାହା ସଚିନ କିଣିବାକୁ କହିଥିଲେ। ମାତ୍ର ଉକ୍ତ ଜାଗା ପରିବର୍ତ୍ତେ ଏକ ପୋଖରୀକୁ ବିକ୍ରି କରିଦେଇଥିଲେ ସେ। ପୋଖରୀଟି ସରକାରୀ ଯାଗା ହୋଇଥିବା ନେଇ ସଚିନକୁ ଅବଗତ କରାଇନଥିଲେ। ଫଳରେ ସଚିନଙ୍କୁ ଜଣେ ଜମିମାଫିଆ କ୍ଲିନ ବୋଲ୍ଡ କରିଦେଇଥିବା ନେଇ ଚର୍ଚ୍ଚା ହେଉଛି। 

କୋଟା ରେଡ୍ଡୀ ଲେକ ଭ୍ୟୁ ସହିତ ଏକ ବିଳାସପୂର୍ଣ୍ଣ ଘର ନିର୍ମାଣ କରିବାର ସ୍ୱପ୍ନ ଦେଖାଇଥିଲେ ସଚିନଙ୍କୁ।  ହାଇଦ୍ରାବାଦ ଠାରୁ ୪୦ କିଲୋମିଟର ଦୂରରେ ଥିବା ରଙ୍ଗାରେଡି ଜିଲ୍ଲାର ମହେଶ୍ୱରମ୍ ମଣ୍ଡପରେ ଅବସ୍ଥିତ ରାବ୍ରିଆଲ୍ ହ୍ରଦର ଜମିକୁ ବିକ୍ରି କରି ଦେଇଛନ୍ତି। ବିକ୍ରି ହୋଇଥିବା ଜମି ସ୍ୱଚ୍ଛ, ଘର ନିର୍ମାଣ ମୂଲ୍ୟ ନୁହେଁ, ସରକାର ମଧ୍ୟ ଏଠାରେ ଏକ ଘର ନିର୍ମାଣ କରିବାକୁ ଅନୁମତି ଦେବ ନାହିଁ ।

କୋଟା ରେଡ୍ଡୀ ଏହି ହ୍ରଦ ନିକଟ ଜମିକୁ କବଜା କରି ପ୍ରତିପତ୍ତିଶାଳୀଙ୍କୁ ବିକ୍ରି କରୁଛନ୍ତି । ସଚିନ ତେନ୍ଦୁଲକରଙ୍କୁ ଠକିଥିବା ସମ୍ପର୍କରେ କିନ୍ତୁ ସଚିନଙ୍କୁ ଜଣା ନଥିଲା । ସଚିନ୍‌ଙ୍କ ପତ୍ନୀ ଅଞ୍ଜଳିଙ୍କ ନାମରେ ପଞ୍ଜୀକୃତ ହୋଇଥିବା ୬ ଏକର ଜମି କିଣିଛନ୍ତି। ସୁଧୀର ରେଡ୍ଡୀ କହିଛନ୍ତି ଯେ କୋଟା ରେଡ୍ଡୀ ମଧ୍ୟ ବାହୁବଳୀ ଚଳଚ୍ଚିତ୍ର ଅଭିନେତ୍ରୀ ରାମିଆ କୃଷ୍ଣା ଏବଂ ଦକ୍ଷିଣର ପ୍ରମୁଖ ଅଭିନେତ୍ରୀ ନୟନତାରାଙ୍କୁ ମଧ୍ୟ ଏକ ଏକର ଜମି ବିକ୍ରି କରିଛନ୍ତି।