ZEEL କୁ Invesco ର ହାସଲକୁ ନେଇ ନିନ୍ଦା କଲେ ସାଧୁ ସମାଜ, ସୁଭାଷ ଚନ୍ଦ୍ରାଙ୍କ ଦେଶ ଓ ଧର୍ମ ପ୍ରତି ସେବାକୁ ପ୍ରଶଂସା
X

ZEEL କୁ Invesco ର ହାସଲକୁ ନେଇ ନିନ୍ଦା କଲେ ସାଧୁ ସମାଜ, ସୁଭାଷ ଚନ୍ଦ୍ରାଙ୍କ ଦେଶ ଓ ଧର୍ମ ପ୍ରତି ସେବାକୁ ପ୍ରଶଂସା

ସାଧୁ ସମାଜ ସ୍ପଷ୍ଟ ଭାବରେ କହିଛି ଯେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଅନେକ ଟେଲିଭିଜନ ଚ୍ୟାନେଲର ଦାୟିତ୍ୱ ନେଉଥିବା ପ୍ରତିଷ୍ଠାତା ଡକ୍ଟର ସୁଭାଷ ଚନ୍ଦ୍ରା ଓ ତାଙ୍କ ପରିବାର ଉପରେ କମ୍ପାନୀର ନିୟନ୍ତ୍ରଣ ରହିବା ଉଚିତ୍ ।

ZEEL କୁ Invesco ର ହାସଲକୁ ନେଇ ନିନ୍ଦା କଲେ ସାଧୁ ସମାଜ, ସୁଭାଷ ଚନ୍ଦ୍ରାଙ୍କ ଦେଶ ଓ ଧର୍ମ ପ୍ରତି ସେବାକୁ ପ୍ରଶଂସା

ନୂଆଦିଲ୍ଲୀ: ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ (Zee Entertainment Enterprises Limited-ZEEL) କୁ ଇନଭେସ୍କୋ (Invesco) ର ଅଧିଗ୍ରହଣ ଖବର ମଧ୍ୟରେ ଏହି ପ୍ରସଙ୍ଗରେ ଗୁରୁତର ଆପତ୍ତି ଜଣାଇବାକୁ ଆଗେଇ ଆସିଛନ୍ତି ଭାରତର ସାଧୁ ସମାଜ ଓ ଅନେକ ଧାର୍ମିକ ଏବଂ ସାମାଜିକ ସଂଗଠନ ।

ସାଧୁ ସମାଜ ସ୍ପଷ୍ଟ ଭାବରେ କହିଛି ଯେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଅନେକ ଟେଲିଭିଜନ ଚ୍ୟାନେଲର ଦାୟିତ୍ୱ ନେଉଥିବା ପ୍ରତିଷ୍ଠାତା ଡକ୍ଟର ସୁଭାଷ ଚନ୍ଦ୍ରା ଓ ତାଙ୍କ ପରିବାର ଉପରେ କମ୍ପାନୀର ନିୟନ୍ତ୍ରଣ ରହିବା ଉଚିତ୍ ।

ଇନଭେସ୍କୋର ଏହିପରି ଅପ୍ରତ୍ୟାଶିତ ନିଲାମୀ ପଛରେ ମିଡିଆ କମ୍ପାନୀ, ସୁଭାଷ ଚନ୍ଦ୍ରଙ୍କ ପରିବାର ଏବଂ ଜୀ ଅଂଶୀଦାରଙ୍କ ପାଇଁ ଏକ ସୌହାର୍ଦ୍ଦପୂର୍ଣ୍ଣ ସମାଧାନ କରିବାକୁ ଧାର୍ମିକ ସଂସ୍ଥା ସରକାର, ସମ୍ୱନ୍ଧିତ ନିୟାମକ ସଂସ୍ଥା ଯେପରି ଏନସିଏଲଟି, ଏନସିଏଲ୍ଏଟ୍ ସଂସ୍ଥାକୁ ନିବେଦନ କରିଛି ।

ଏହାସହ ସାଧୁ ସମାଜ କହିଛି ଯେ ସମାନ ଜୀ ମ୍ୟାନେଜମେଣ୍ଟ ଯାହାର କୋଟି କୋଟି ଦର୍ଶକଙ୍କ ବିଶ୍ୱାସ ରହିଛି, ଏହାକୁ ସମସ୍ତଙ୍କ ସ୍ୱାର୍ଥରେ ଜାରି ରଖିବାକୁ ଅନୁମତି ଦିଆଯିବା ଉଚିତ୍ । ସଂସ୍ଥା ଏକ ବୟାନରେ କହିଛି ଯେ ଯଦି ଏହା ନହୁଏ, ତେବେ ଆମେ ସମସ୍ତେ ସର୍ବୋଚ୍ଚ କୋର୍ଟରେ ଆବେଦନ କରିବୁ ଓ ଉପଯୁକ୍ତ ନିଷ୍ପତ୍ତି ପାଇଁ ପ୍ରାର୍ଥନା କରିବୁ ।

ସଂସ୍ଥା ଅଭିଯୋଗ କରିଛି ଯେ ଇନଭେସ୍କୋ ଅଣପାରଦର୍ଶିତା ରୂପରେ କାର୍ଯ୍ୟ କରୁଛି ଓ ଯଦି ସେମାନେ ସେମାନଙ୍କ ନିଲାମୀରେ ସଫଳ ହୁଅନ୍ତି ତେବେ ପରିଚାଳନା କାହାକୁ ଯିବ ତାହା ସ୍ପଷ୍ଟ ହୋଇନାହିଁ । ଦଶନ୍ଧିରୁ ଗୁଣାତ୍ମକ କାର୍ଯ୍ୟକ୍ରମ ଓ ବିଷୟବସ୍ତୁ ପ୍ରସାରଣ କରିଆସୁଥିବା ସୁଭାଷ ଚନ୍ଦ୍ରାଙ୍କ ଦେଶ ସେବା ପାଇଁ ସାଧୁ ସମାଜ ପ୍ରଶଂସା କରିଛି ।

ଅଧିକ ପଢ଼ନ୍ତୁ:-୬ କୋଟିରୁ ଉର୍ଦ୍ଧ୍ୱ PF ଖାତାଧାରୀଙ୍କୁ ମିଳିବ ଦୀପାବଳୀର ବଡ଼ ଉପହାର, ଖୁବ୍ ଶୀଘ୍ର ଖାତାରେ ଆସିବ ସୁଧ ଟଙ୍କା!

Trending news