• ଆମେରିକାରେ ଆରମ୍ଭ ହେଲା ବାଇଡେନ୍ ଶାସନ
  • ୪୬ତମ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ୍
  • ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର ଅଭିଯୋଗ
  • ପରୀ ହତ୍ୟା ମାମଲା: ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ମାମଲା ଗଲା ଚିଲଡ୍ରେନ କୋର୍ଟ
  • ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା; ଭୃଗୁ ବକ୍ସିପାତ୍ର, ଗୋଲକ ମହାପାତ୍ରଙ୍କୁ ଆଗୁଆ ଜାମିନ୍
  • ଗୁରୁବାରଠୁ ବିନା କଟକଣାରେ ଜଗା ଦର୍ଶନ
  • ଅଭିଭାବକଙ୍କୁ ଆଶ୍ୱସ୍ତି; ରାଜ୍ୟରେ କୋହଳ ହେଲା ଘରୋଇ ସ୍କୁଲ ଫି'
  • ୭ଟି ସ୍ଲାବରେ ଘରୋଇ ସ୍କୁଲ ଫି' ଛାଡ ନିଷ୍ପତ୍ତି
  • LICj MD ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

'ଭାରତର ପୂର୍ବତନ ଉପରାଷ୍ଟ୍ରପତି ଥିଲେ ପାକିସ୍ତାନୀ ଏଜେଣ୍ଟ'

ହାମିଦ ଅଂସାରୀ କ୍ଷମତାରେ ଥିବା ବେଳେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ଏଜେଣ୍ଟ ଥିଲେ।

'ଭାରତର ପୂର୍ବତନ ଉପରାଷ୍ଟ୍ରପତି ଥିଲେ ପାକିସ୍ତାନୀ ଏଜେଣ୍ଟ'
ଭାରତର ପୂର୍ବତନ ଉପରାଷ୍ଟ୍ରପତି ଥିଲେ ପାକିସ୍ତାନୀ ଏଜେଣ୍ଟ

ନୂଆଦିଲ୍ଲୀ:  ଭାରତର ପୂର୍ବତନ ଉପରାଷ୍ଟ୍ରପତିଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ହାମିଦ ଅଂସାରୀ କ୍ଷମତାରେ ଥିବା ବେଳେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ଏଜେଣ୍ଟ ଥିଲେ। ତେଣୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ହିନ୍ଦୁ ନେତ୍ରୀ ସାଧ୍ୱୀ ପ୍ରାଚୀ ଦାବି କରିଛନ୍ତି।

ଉତ୍ତର ପ୍ରଦେଶର ମୁରାଦାବାଦରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନିରେ ପୂର୍ବତନ ଉପରାଷ୍ଟ୍ରପତି ହାମିଦ ଅଂସାରୀଙ୍କ ଚରିତ୍ର ଉପରେ ଆଙ୍ଗୁଠି ଉଠାଇଛନ୍ତି ସାଧ୍ୱୀ ପ୍ରାଚୀ। ତାଙ୍କର କହିବା ହେଲା, ହାମିଦ ଅଂସାରୀ ଉପରାଷ୍ଟ୍ରପତି ଥିବା ବେଳେ ସେ ଦେଶର ଗୁଇନ୍ଦା ରିପୋର୍ଟକୁ ପାକିସ୍ତାନର ଆଇଏସଆଇକୁ ଦେଉଥିଲେ। ଯେଉଁଥିପାଇଁ ଭାରତକୁ ସହଜରେ ଆତଙ୍କବାଦୀମାନେ ପ୍ରବେଶ କରୁଥିଲେ।

ସାଧ୍ୱୀ ପ୍ରାଚୀ କେବଳ ଅଭିଯୋଗ ଆଣିନାହାନ୍ତି। ହାମିଦ ଅଂସାରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବି ସେ ଦାବି କରିଛନ୍ତି। ଅଂସାରୀଙ୍କ ଅତଙ୍କୀ ଲିଙ୍କ୍ ଥିବାରୁ ତାଙ୍କ ବିରୋଧରେ ସେ ତଦନ୍ତ କରିବା ପାଇଁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପିଲ କରିଛନ୍ତି। ନିକଟରେ ରାଷ୍ଟ୍ରବାଦକୁ ଏକ ଖତରନାକ ରୋଗ ବୋଲି ହାମିଦ ଅଂସାରୀ କହିଥିଲେ। ଯାହାକୁ ନେଇ ବିଜେପି ନେତାମାନେ ତାଙ୍କୁ ଟାର୍ଗେଟ କରିଛନ୍ତି।

Also read- ଡ୍ରାଗନ ହୋଇପଡିଛି ଭୟଭୀତ, ଅକ୍ସାଇ ଚୀନ ଦଖଲ କରିନେବ ଭାରତ!

ହାମିଦ ଅଂସାରୀଙ୍କ ବ୍ୟତୀତ ମୁସଲିମ କଟ୍ଟରପନ୍ଥୀ ନେତାଙ୍କ ଉପରେ ବି ବର୍ଷିଛନ୍ତି ସାଧ୍ୱୀ ପ୍ରାଚୀ। ଧାରା ୩୭୦କୁ ନେଇ ସେ ଜାମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଭାରତରେ ପୁଣି ଧାରା ୩୭୦ର ପ୍ରତ୍ୟାବର୍ତ୍ତନ କରିବା କଳ୍ପନା ମେହବୁବା ଛାଡିଦିଅନ୍ତୁ। କାଶ୍ମୀରବାସୀ ସ୍ୱାଧିନତାର ସହ ବଞ୍ଚୁଛନ୍ତି। ତେଣୁ ସେମାନଙ୍କୁ ମୁଫତି ପାଗଳ କରିବା ବନ୍ଦ କରନ୍ତୁ ବୋଲି ସାଧ୍ୱୀ ପ୍ରାଚୀ କହିଛନ୍ତି।

ସେହିପରି ଲଭ ଜିହାଦକୁ ବି ନେଇ ସେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଅସାଦୁଦ୍ଦିନ ଓୱେସୀଙ୍କ ଦଳୀୟ ବିଧାୟକ ହିନ୍ଦୁସ୍ଥାନ କିହିବାକୁ ନେଇ ଆପତ୍ତି କରିଥିଲେ। ଯାହାକୁ ପ୍ରାଚୀ କଡ଼ା ନିନ୍ଦା କରିଛନ୍ତି। ତେବେ ଶାହନୱାଜ ହୁସେନଙ୍କ ପତ୍ନୀ ଅଣମୁସଲମାନ, ତେଣୁ ଏହାକୁ ଲଭ ଜିହାଦ କୁହାଯିବ କି ବୋଲି ସାମ୍ବାଦିକ ପ୍ରଶ୍ନ କରିଥିଲେ। ଯାହାର ଉତ୍ତରରେ ସାଧ୍ୱୀ ପ୍ରଚୀ କହିଥିଲେ, ଶାହନୱାଜ ତାଙ୍କ ପତ୍ନୀଙ୍କୁ ଖୁସିରେ ରଖିଛନ୍ତି। ଏହି ଆଇନ କେବଳ ଅପରାଧ ପାଇଁ ଆସିଛି।